LIVE TV

ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ହାର୍ଦ୍ଦିକ ପାଣ୍ଡ୍ୟା ବାଦ୍, ରିଙ୍କ ସିଂଙ୍କୁ ମିଳିଲା ସୁଯୋଗ

NEWS7
IND vs PAK

ଦୁବାଇ: ଏସିଆ କପ୍ ୨୦୨୫ର ଫାଇନାଲ୍‌ ମ୍ୟାଚ୍‌ ଆଉ କିଛି ସମୟ ପରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ଇତିହାସରେ ପ୍ରଥମ ଥର ଫାଇନାଲରେ ମୁହାଁମୁହିଁ ହେଉଛନ୍ତି। ଟସ୍ ଜିତି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି। ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଫାଇନାଲ୍ ମ୍ୟାଚରୁ ବାଦ୍ ପଡିଛନ୍ତି। ଦୁଇଟି ପରିବର୍ତ୍ତନ ହୋଇଛି।

ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ତୃତୀୟ ଥର ମୁହାଁମୁହିଁ ହେଉଛନ୍ତି। ଗ୍ରୁପ ମ୍ୟାଚ୍‌ରେ ଭାରତୀୟ ଦଳ ପଡ଼ୋଶୀ ଦେଶକୁ ୭ ଓ୍ଵିକେଟ୍‌ରେ ହରାଇଥିଲା। ପୁଣି ସୁପର-୪ ମୁକାବିଲାରେ ୬ ଓ୍ଵିକେଟ୍‌ରେ ମାତ୍ ଦେଇଥିଲା ଟିମ୍ ଇଣ୍ଡିଆ। ଏବେ ଭାରତୀୟ ଦଳ ତୃତୀୟ ଥର ପାକିସ୍ତାନକୁ ପରାସ୍ତ କରି ଟାଇଟଲ୍ ଜିତିବା ପାଇଁ ପଡ଼ିଆକୁ ଓହ୍ଲାଇବ।

ଟାଇଟଲ୍ ମୁକାବିଲାରେ ଭାରତ-ପାକିସ୍ତାନର ଚୂଡ଼ାନ୍ତ ଏକାଦଶ ଉପରେ ସଭିଙ୍କ ନଜର ରହିଥିଲା। ତେବେ ଏହି ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ହାର୍ଦ୍ଦିକ ପାଣ୍ଡ୍ୟା ଫାଇନାଲ୍ ମ୍ୟାଚ୍ ଖେଳୁ ନାହାନ୍ତି। ତାଙ୍କ ସ୍ଥାନରେ ରିଙ୍କୁ ସିଂଙ୍କୁ ସୁଯୋଗ ମିଳିଛି। କାରଣ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ଆହତ ହୋଇଥିଲେ। ସେ କେବଳ ଗୋଟିଏ ଓଭର ବୋଲିଂ କରିବା ପରେ ପଡ଼ିଆରୁ ବାହାରି ଯାଇଥିଲେ। ତା ପରଠୁ ତାଙ୍କର ଫାଇନାଲ୍ ଖେଳିବା ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା।

ହାର୍ଦ୍ଦିକ ପାଣ୍ଡ୍ୟା ନ ଖେଳିବା ଭାରତୀୟ ଦଳ ପାଇଁ ବହୁତ ବଡ଼ ଝଟକା। କାରଣ ହାର୍ଦ୍ଦିକ ସ୍ପେଶାଲିଷ୍ଟ ବ୍ୟାଟର ସହ ସ୍ପେଶାଲିଷ୍ଟ ବୋଲର ଥିଲେ। ସେ ତିନୋଟି ବିଭାଗ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ଦଳ ପାଇଁ ମହତ୍ଵପୂର୍ଣ୍ଣ ଯୋଗଦାନ ଦେଉଥିଲେ। ୨୦୨୪ ଟି-୨୦ ବିଶ୍ଵକପ୍ ଜିତିବାରେ ସେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଏବେ ତାଙ୍କ ଅନୁପସ୍ଥିତି ଦଳକୁ ଅନୁଭୂତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଭାରତୀୟ ଦଳ

ଶୁଭମନ ଗିଲ୍, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଶିବମ ଦୁବେ, ରିଙ୍କୁ ସିଂ, ଅକ୍ଷର ପଟେଲ୍, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ ଓ ଯଶପ୍ରୀତ ବୁମରା।

ପାକିସ୍ତାନୀ ଦଳ

ସାହିବଜାଦା ଫରହାନ, ଫଖର ଜମାନ, ସାଇମ ଆୟୁବ, ସଲମାନ ଆଗା(ଅଧିନାୟକ), ହୁସେନ ତଲତ, ମହମ୍ମଦ ହାରିସ(ଓ୍ଵିକେଟ୍ କିପର), ମହମ୍ମଦ ନଓ୍ଵାଜ, ଫହୀମ ଅଶରଫ, ଶାହୀନ ଆଫ୍ରିଦି, ହାରିସ ରଉଫ, ଅବରାର ଅହମ୍ମଦ।