News7 Logo

କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ବନ୍ଦ ହେଲା ଡ୍ୟାମ୍‌ର ୪ ଗେଟ୍

NEWS7
Breaking

 ୬୯: କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଯାହାକୁ ଦୃଷ୍ଟିରେ ରଖି ଜଳ ଭଣ୍ଡାରର ଟି ଗେଟ୍ ବନ୍ଦ ହୋଇଛି । ଏବେ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।

ଉପରମୁଣ୍ଡରେ ବର୍ଷା ଯୋଗୁ ମହାନଦୀ ଜଳସ୍ତର ବଢୁଛି । ହୀରାକୁଦର ୨୪ଟି ଗେଟ୍ ଦେଇ  ଜଳ ନିଷ୍କାସନ ହେଉଛି । ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ରହିଥିଲା ୬୨୬.୪୧ ଫୁଟ । ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୮୬ ହଜାର ଘନଫୁଟ ପାଣି ପ୍ରବେଶ କରୁଥିବା ବେଳେ  ୪ ଲକ୍ଷ ୨୪ ହଜାର ଘନଫୁଟ ପାଣି ନିଷ୍କାସିତ ହେଉଥିଲା । ଆଗକୁ ବଡ଼ ବର୍ଷା ନଥିବାରୁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରବଳ ବର୍ଷା ଯୋଗୁଁ ସମ୍ବଲପୁର-ସୋନପୁର ରାସ୍ତା ବିଚ୍ଛିନ୍ନ ହୋଇଯାଇଛି । ମାଳତିଗୁଣ୍ଡେରପୁର ବ୍ରିଜ୍‌ରେ ବନ୍ୟାପାଣି ପ୍ରବାହିତ ହେଉଛି । ରାସ୍ତାରେ ବ୍ୟାରିକେଡ୍ କରିଛି ଜିଲ୍ଲା ପ୍ରଶାସନ ।