LIVE TV

ଅଶାନ୍ତ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ବାରଣ ; ଅବମାନନା କଲେ କଡ଼ା କାର୍ଯ୍ୟାନୁଷ୍ଠାନ

NEWS7
Sea

ଭୋଗରାଇ ୩୦।୯: ଲଘୁଚାପ ପାଇଁ ପୁଣି ସତର୍କ ସୂଚନା ଜାରି । ଚଳିତ ବର୍ଷ ବାରମ୍ବାର ଲଘୁଚାପ ପାଇଁ ଭାଙ୍ଗି ଗଲାଣି ମତ୍ସ୍ୟଜୀବୀଙ୍କ ମେରୁଦଣ୍ଡ । ଉଦୟପୁର ତାଳସାରୀ ରଣସିଂହପୁର କୀର୍ତ୍ତିନିଆରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ପ୍ରବଳ ବର୍ଷା ଓ ପବନ ପାଇଁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ବାରଣ କଲା ମତ୍ସ୍ୟବିଭାଗ । ବୁଧବାର ଠାରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ନଯିବାକୁ ମନା କରାଯାଇଛି । ମତ୍ସ୍ୟ ବିଭାଗର ନିର୍ଦ୍ଦେଶ ଅବମାନନା କଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ସୂଚନା ଦେଲେ ଚନ୍ଦନେଶ୍ୱର ମତ୍ସ୍ୟ ଅଧିକାରୀ ଅନନ୍ତ ଜେନା ।

ଭୋଗରାଇ ବ୍ଲକ୍ ଅଧୀନରେ ରହିଛି ୪ଟି ମତ୍ସ୍ୟ ଅବତରଣ କେନ୍ଦ୍ର । ବଙ୍ଗୋପସାଗାରରେ ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି । ପ୍ରବଳ ପବନ ସାଙ୍ଗକୁ ବର୍ଷା ମଧ୍ୟ ପ୍ରବଳ ସମ୍ଭାବନା ନେଇ ଉଦୟପୁର ତାଳସାରୀ ରଣସିଂହପୁର କୀର୍ତ୍ତିନିଆ ଆଦି ସ୍ଥାନରେ ମତ୍ସ୍ୟଜୀବୀ ମାନଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଚନ୍ଦନେଶ୍ୱର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା ଆରମ୍ଭ ହୋଇଛି । ପ୍ରବଳ ପବନରେ ଡଙ୍ଗାକୁ ଡଙ୍ଗା ବାଡ଼େଇବାରେ ସମ୍ଭାଥିବା ବେଳେ ମାଛଧରା ଜାଲ ଓ ସମସ୍ତ ସାମଗ୍ରୀ ଡ଼ଙ୍ଗା ସୁରକ୍ଷିତ ସ୍ଥାନକୁ ନେବା ପାଇଁ ମଧ୍ୟ କୁହାଯାଇଛି । ଆଉ ଏହାକୁ କେହି ମତ୍ସ୍ୟଜୀବୀ ଅବମାନନା କରି ଯଦି ସମୁଦ୍ରକୁ ଯାଆନ୍ତି ତେବେ ତାଙ୍କ ଉପରେ ମତ୍ସ୍ୟବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।