News7 Logo

ସେପ୍ଟେମ୍ବର ୧୭ରୁ ୨୪ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଭୁବନେଶ୍ବର ହେବ କୁକୁର ଗଣନା

NEWS7
Dog

​​​​​​​ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ବର ମହାନଗର ନିଗମ ବିଏମ୍‌ସି ପକ୍ଷରୁ ବୁଲା କୁକୁରଙ୍କ ଗଣନା ହେବ। ସମୁଦାୟ ଦୁଇଟି ପର୍ଯ୍ୟାୟରେ ମୋଟ ୬୭ଟି ଓ୍ବାର୍ଡରେ ଥିବା ବୁଲା କୁକୁରଙ୍କ ଗଣନା କରାଯିବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ, ଦ୍ବିତୀୟ ପର୍ଯ୍ୟାୟ ୨୧ରୁ ୨୪ତାରିଖ ପର୍ଯ୍ୟନ୍ତ ଚାଲିବ । ଭୋର ଟାରୁ ସକାଳ ଟା ପର୍ଯ୍ୟନ୍ତ ଏହି କୁକୁର ଗଣନା ଚାଲିବ। ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ବାବଧାନରେ ସ୍ବଚ୍ଛସାଥୀ, ସ୍ବଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍ଏମଟିଏ, ଇଓ, ସିଓ, ୱାର୍ଡ ଅଫିସର ପ୍ରମୁଖ ଏହି କାର୍ଯ୍ୟ ସଂପାଦନ କରିବେ । ଏଥିପାଇଁ ସମୁଦାୟ ୪୧୦ଟି ଟିମ୍ ଗଠନ କରାଯାଇଛିଟିମ୍ ପୂରା ଭୁବନେଶ୍ବରର ବିଭିନ୍ନ ସ୍ଥାନକୁ ଯାଇ ବୈଜ୍ଞାନିକ ପଦ୍ଧତିରେ କୁକୁର ଗଣନା କରିବ।