News7 Logo

ପୂଜା ପର୍ବାଣୀ ସମୟରେ ମହିଳାଙ୍କ ଉପରେ ବଢୁଥିବା ଅପରାଧ କମାଇବାକୁ ଡିଜିପିଙ୍କ ନିର୍ଦ୍ଦେଶ

NEWS7
DGP

ଭୁବନେଶ୍ବର ୯୯: ଆଗକୁ ଆସୁଛି ପୂଜା ବଜାର । ବିଭିନ୍ନ ପୂଜା ମଣ୍ଡପ ବୁଲିବେ ମହିଳା । ମହିଳାଙ୍କ ସୁରକ୍ଷା ନେଇ ବଢିଲା ପୋଲିସର ଚିନ୍ତା । ପୂଜା ସମୟରେ ମହିଳା ସୁରକ୍ଷା ନେଇ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ସମସ୍ତ ଥାନାକୁ ପୋଲିସ ଡିଜି ୱାଇ.ବି. ଖୁରାନିଆ ପରାମର୍ଶ ଦେଇଛନ୍ତି । ପୂଜା ପର୍ବାଣୀ ସମୟରେ ମହିଳାଙ୍କ ଉପରେ ବଢୁଥିବା ଅପରାଧ କମାଇବା ପାଇଁ ସମସ୍ତ ପୋଲିସ ଜିଲ୍ଲା ଏସ୍‌ପିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ । ସେପଟେ ମହିଳା ସମ୍ପର୍କିତ ମାମଲାରେ କିଭଳି ଅଧିକରୁ ଅଧିକ ପ୍ରତିଶତ ଦଣ୍ଡବିଧାନ ହୋଇପାରିବ ତା ଉପରେ ଧ୍ୟାନ ଦେବାକୁ ମଧ୍ୟ ସମସ୍ତ ପୋଲିସ ଅଫିସରଙ୍କୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ବର ଏବେ ମହିଳାଙ୍କ ପାଇଁ ସୁରକ୍ଷିତ ସହର । ଏଭଳି ସବୁ ସହରରେ ମହିଳା କିଭଳି ସୁରକ୍ଷିତ ମଣିବେ ସେ ନେଇ ପୋଲିସ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି ।

ଅପରପକ୍ଷରେ ରାଜ୍ୟର ସୁରକ୍ଷା ଦିଗରେ ବଡ ପଦକ୍ଷେପ ନେବାକୁ ଯାଉଛି ରାଜ୍ୟ ପୋଲିସ । ପୋଲିସର ଆଧୁନିକୀକରଣ ପାଇଁ ୧୩୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ସାରା ରାଜ୍ୟରେ ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥରେ ସ୍ଥାୟୀ ଭାବେ CCTV ଲାଗିବା ପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସବୁଠୁ ଫୋକସ୍‌ରେ ରହିବ ପୁରୀ । ଯେଉଁଥି ପାଇଁ ୧୦୦ କୋଟି ଟଙ୍କା ବିନିମୟରେ ଭୁବନେଶ୍ବର ଉତ୍ତରା ଠାରୁ ପୁରୀ ଓ କୋଣାର୍କ ରାସ୍ତାରେ ସ୍ଥାୟୀ ଭାବେ CCTV ଲଗାଇବା ଯୋଜନା ରହିଛି ବୋଲି ପୋଲିସ ଡିଜି କହିଛନ୍ତି ।