News7 Logo

ଅନାସ୍ଥା ପାଇଁ ବିଜେଡିର ସମର୍ଥନ ମାଗିଲା କଂଗ୍ରେସ, ବିଧାୟକ ପ୍ରତାପ ଦେବଙ୍କୁ ଭେଟିଲେ କଂଗ୍ରେସ ବିଧାୟକ

NEWS7
BJD

ଭୁବନେଶ୍ବର ୧୮।୯: ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦେବା ପରେ ବିଜେଡିର ସମର୍ଥନ ମାଗିଲା କଂଗ୍ରେସ । ବିଜେଡିର ସମର୍ଥନ ନେଇ ବିରୋଧୀ ଦଳ ନେତାଙ୍କ ପ୍ରକୋଷ୍ଠକୁ ଯାଇ ବିଧାୟକ ପ୍ରତାପ ଦେବଙ୍କୁ ଭେଟିଛନ୍ତି କଂଗ୍ରେସ ବିଧାୟକ । ପ୍ରତାପ ଦେବଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ତାରା କହିଛନ୍ତି, ଆମେ ପ୍ରତାପ ଦେବଙ୍କୁ ଭେଟି ସମର୍ଥନ ମାଗିଛୁ । ସେ କହିଲେ ସନ୍ଧ୍ୟା ୫ଟାରେ ବିଜେଡିର ବୈଠକ ଅଛି । ସେଠି ଏକଥା ଆଲୋଚନା କରି ଆମକୁ ନିଷ୍ପତ୍ତି ଜଣାଇବେ ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ଆଣିଛି ଅନାସ୍ଥା ପ୍ରସ୍ତାବ । ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଛି ଅନାସ୍ଥା ପ୍ରସ୍ତାବ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ବିଧାନସଭା ବାଚସ୍ପତିଙ୍କୁ ଚିଠି ଦେଇଛନ୍ତି । ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ଅନାସ୍ଥା ଆଣିଛି । କଂଗ୍ରେସର ଅନାସ୍ଥା ପ୍ରସ୍ତାବରେ ସିପିଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ଥିବା ସୂଚନା ମିଳିଛି । ​​​​​​​

ସେପଟେ ବିଜେଡି କିନ୍ତୁ ଏପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଜଣାଇନାହିଁ । କଂଗ୍ରେସର ଅନାସ୍ଥା ପ୍ରସ୍ତାବ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ଆମେ ଆମର ପ୍ରସଙ୍ଗ ଉଠାଇବୁ ଯଦି ସେମାନେ ଆମକୁ ଅନୁରୋଧ କଲେ ଆମେ ବିଚାର କରିବୁ

ଅନ୍ୟପଟେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଅନାସ୍ଥା ଆଣନ୍ତୁ, ଆଣିଲେ କଣ ହେବ । ବିଜେଡି ଓ କଂଗ୍ରେସ ମଧ୍ୟରେ ସିଲଭର୍ ମେଡାଲ ପାଇଁ ଚାଲିଛି ଲଢେଇ । ସେମାନେ ଏଭଳି କରିବେ । ଅନାସ୍ଥାର କୌଣସି ପ୍ରଭାବ ନାହିଁ ବୋଲି ଜୟନାରାୟଣ କହିଛନ୍ତି ।