News7 Logo

କଂଗ୍ରେସ ବିଧାୟକଙ୍କ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ବାଚସ୍ପତିଙ୍କୁ ଚିଠି : ସୁନା ଚେନ୍‌, ଘଣ୍ଟା, ପ୍ୟାଣ୍ଟ, ସାର୍ଟ ଫେରାଇବାକୁ ଉଲ୍ଲେଖ

NEWS7
Congress

ଭୁବନେଶ୍ବର ୧୮।୯: ବିଧାନସଭାରେ ଚୋରି ସାମଗ୍ରୀ ଫେରାଇବାକୁ ବାଚସ୍ପତିଙ୍କୁ କଂଗ୍ରେସର ଚିଠି ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମସୁନା ଚେନ୍‌, ଘଣ୍ଟା, ପ୍ୟାଣ୍ଟ, ସାର୍ଟ ଆଦି ଚୋରି ସାମଗ୍ରୀ ଫେରାଇବାକୁ ଚିଠିରେ ଉଲ୍ଲେଖ । ଗତ ମାର୍ଚ୍ଚ ୨୬ ତାରିଖ ରାତି ୨ଟା ୩୦ରେ ଗୃହ ଭିତରେ ଏଭଳି ଘଟଣା ଘଟିଥିବା ଦର୍ଶାଇଲେ

ସୂଚନାଯୋଗ୍ୟ ଯେ, ଗତ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ନାରୀ ନିର୍ଯାତନା ବୃଦ୍ଧି ସଂପର୍କରେ କଂଗ୍ରେସ ବିଧାୟକ ମାନେ ଏକ ବିଧାନସଭା ତଦନ୍ତ କମିଟି ଗଠନ ଦାବି କରିବାକୁ ନେଇ ବିଧାନସଭାରୁ ନିଲମ୍ବିତ ହୋଇଥିଲେ । ଅଗଣତାନ୍ତ୍ରିକ ଊପାୟରେ  ନିଲମ୍ବିତ ହୋଇଥିବା ବିଧାୟକ ମାନେ ତା ୨୬.୯.୨୫ ରିଖରେ ରାତି ୨ଟା ୩୦ ମିନିଟ୍ ସମୟରେ ପବିତ୍ର ବିଧାନସଭା ଗୃହ ମଧ୍ୟକୁ ପ୍ରବେଶ କରିବା ବେଳେ ବିଧାନସଭାର ସୁରକ୍ଷାକର୍ମୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । ସେହି ସମୟରେ କିଛି ଅସାମାଜିକ ତତ୍ତ୍ବ ବିଧାୟକ ମାନଙ୍କ ଘଣ୍ଟା, ସୁନା ଚେନ୍ ଓ ବ୍ୟାଗ୍‌ରେ ଥିବା କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ପ୍ୟାଣ୍ଟ-ସାର୍ଟ ମଧ୍ୟ ଚୋରି କରିନେଇଥିବା ଅଭିଯୋଗ ବାଚସ୍ପତିଙ୍କ ନିକଟରେ କରାଯାଇଥିଲା ।

ଗୁରୁବାର ମୌସୁମୀ ବିଧାନସଭା ଆରମ୍ଭ ହୋଇଛି । ଗତ ବିଧାନସଭା ଅଧିବେଶନରେ ଚୋରି ହୋଇଥିବା ଜିନିଷ ପାଇବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପୁନଶ୍ଚ ବାଚସ୍ପତିଙ୍କୁ ପତ୍ର ଲେଖିଛନ୍ତି । ଚିଠିରେ ସେ ଲ୍ଲେଖ କରିଛନ୍ତି ଯେ ଚୋରି ହୋଇଥିବା ଜିନିଷ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ କିମ୍ବା ସେ ସଂପର୍କରେ ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ । ତେଣୁ ଚୋରି ହୋଇଥିବା ଜିନିଷପତ୍ରର ତୁରନ୍ତ ଊଦ୍ଧାର ପାଇଁ ଚିତ ପଦକ୍ଷେପ ନେବାକୁ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।