LIVE TV

ଲୋକପ୍ରିୟ ଚାଇନିଜ୍ ଅଭିନେତାଙ୍କ ଅକାଳ ମୃତ୍ୟୁ, ନିର୍ଯାତନା ଅଭିଯୋଗ ଆଣିଲେ, ତଦନ୍ତ ଦାବି କଲେ ପ୍ରଶଂସକ

NEWS7
Chinese actor Yu Menglong

ନୂଆଦିଲ୍ଲୀ: ‘ଦ ଲେଜିଣ୍ଡ ଅଫ୍‌ ହ୍ବାଇଟ୍ ସ୍ନେକ୍’ ଏବଂ ‘ଅନଷ୍ଟପେବଲ୍‌’ ଭଳି ଲୋକପ୍ରିୟ ଚାଇନିଜ୍ ଡ୍ରାମାରେ ଅଭିନୟ କରିଥିବା ଚାଇନିଜ୍ ଅଭିନେତା ୟୁ ମେଙ୍ଗଲଙ୍ଗ୍‌ଙ୍କ ଆକସ୍ମିକ ମୃତ୍ୟୁ ତାଙ୍କ ଫ୍ୟାନ୍ସ ଏବଂ ସହକର୍ମୀଙ୍କୁ ଚକିତ କରିଛି। ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା କରଯାଉଥିବାବେଳେ, ଏବେ ଫ୍ୟାନ୍ସମାନେ କହିଛନ୍ତି ତାଙ୍କ ମୃତ୍ୟୁ କୌଣସି ସଂଯୋଗ ନୁହେଁ ବରଂ ଏହା ଆତ୍ମହତ୍ୟା ଭଳି ଜଣାପଡ଼ୁଛି। ଏମିତିକି ଅନେକ ତାଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ମଧ୍ୟ ଦାବି କରିଛନ୍ତି।

ୟୁ ମେଙ୍ଗଲଙ୍ଗ୍‌ଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଲାଗି ରହିଛି। ଅନେକ ତାଙ୍କ ମୃତ୍ୟୁର ତଦନ୍ତ ଭୁଲ୍‌ ହୋଇଥିବା ଅଭିଯୋଗ କରୁଥିବାବେଳେ ଇଣ୍ଟରନେଟରେ ଅନେକ ସିସିଟିଭି ଫୁଟେଜ୍ ଏବଂ ଫଟୋ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଯେଉଁଥିରେ ୟୁ ମେଙ୍ଗଲଙ୍ଗ୍‌ଙ୍କ ଭଳି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଉଛି ହେଲେ ସେ ଖସି ପଳାଇଯାଉଥିବା ଦେଖାଯାଇଛି। ଏକ ପାର୍କିଂ ଏରିଆରେ ତାଙ୍କ ସହ ଏଭଳି ଘଟୁଥିବା ଦେଖିବାକୁ ମିଳିଛି। ଅନ୍ୟ ଏକ ଭିଡିଓ ଏବଂ ଫଟୋରେ, ତାଙ୍କ ଆପାର୍ଟମେଣ୍ଟର ଝରକା ଦେଖାଯାଉଛି ଏବଂ ଅନୁମାନ କରାଯାଉଛି ଯେ ତାଙ୍କୁ କୋଠାରୁ ଫିଙ୍ଗି ଦିଆଯାଇଥାଇପାରେ।

ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, "#ୟୁମେଙ୍ଗଲଙ୍ଗ... ସେ ଆତ୍ମହତ୍ୟା କରିନଥିଲେ। ଏହା ଏକ ହତ୍ୟାକାଣ୍ଡ ଥିଲା! ଚୀନରେ, ସତ୍ୟକୁ ଘୋଡ଼ାଇ ଦିଆଯାଇଛି! ମୁଁ ଆଶା କରୁଛି ଅନ୍ତର୍ଜାତୀୟ ବନ୍ଧୁମାନେ ଏହା ଉପରେ ଧ୍ୟାନ ଦେବେ! ଏହା ଏକ ଜୀବନ! ସେ ଯିଏ ବି ହୁଅନ୍ତୁ। ଆମକୁ ସତ୍ୟକୁ ଜାଣିବାର ଆବଶ୍ୟକତା ଅଛି। ତାଙ୍କ ପାଇଁ ସମଗ୍ର ଦେଶ ସ୍ୱର ଉଠାଇବା ପାଇଁ ପ୍ରାର୍ଥନା କରନ୍ତୁ! ଭଲ ଲୋକଙ୍କ ସହିତ ଭଲ ଘଟଣା ଘଟେ"।

କ’ଣ ଏହି ମାମଲା ?

ୟୁ ମେଙ୍ଗଲଙ୍ଗ ଓରପ୍‌ ଆଲାନ ୟୁ, ସେପ୍ଟେମ୍ବର ୧୧ ତାରିଖରେ ୩୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ପୋଲିସ କୌଣସି ଅପରାଧରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଖାରଜ କରିଥିବାବେଳେ । ବେଜିଂର ଚାଓୟାଙ୍ଗ ଜିଲ୍ଲାରେ ଏକ ଆବାସିକ କୋଠାରୁ ପଡ଼ିଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା କହିଛି ପୋଲିସ।

ଐତିହାସିକ ଶୋ’ ଗୋ ପ୍ରିନ୍ସେସ୍ ଗୋ’ରେ ୯ମ ରାଜକୁମାର ଭୂମିକାରେ ଅଭିନୟ କରିବା ପରେ ୟୁ ମେଙ୍ଗଲଙ୍ଗ୍ ସ୍ୱୀକୃତି ପାଇଥିଲେ। ସେ ଦି ଲିଜେଣ୍ଡ୍ ଅଫ୍ ହ୍ୱାଇଟ୍ ସ୍ନେକ୍, ଇଟର୍ନାଲ୍ ଲଭ୍, ଅଲ୍ ଆଉଟ୍ ଅଫ୍ ଲଭ୍, ଦି ଲଭ୍ ଲାଷ୍ଟସ୍ ଟୁ ମାଇଣ୍ଡସ୍, ହୁ ଇଜ୍ ନଟ୍ ରିବେଲିୟସ୍ ୟୁଥ୍, ଦି ଫେଟେଡ୍ ଜେନେରାଲ୍ ଏବଂ ମାଇ ଲଭିଙ୍ଗ୍ ହୋମ୍ ଇତ୍ୟାଦି ଅନେକ ଶୋ’ର ଅଂଶ ଥିଲେ।