ଭୁବନେଶ୍ବର: ଉଦଯାପିତ ହୋଇଛି ଏସଏନଏମ ଗ୍ରୁପ ଦ୍ଵାରା ଆୟୋଜିତ ‘ଦୁହିତା ଆଣ୍ଡ୍‌ ମାନବ: ଭୁବନେଶ୍ୱର ରନୱେ ୱିକ ସିଜିନ ୧୩’ । ଶେଷ ସନ୍ଧ୍ୟାର ପ୍ରଥମ ଶୋ ଥିଲା ‘ବରେଲି କେ ବାଜାର’ । ଏହି ଶୋ’ରେ ଭାରତୀୟ ପରମ୍ପରା ଉପରେ ଆଧାରିତ ବିଭିନ୍ନ ରଙ୍ଗବେରଙ୍ଗର ଡ୍ରେସ୍ କଲେକ୍ସନ ଦେଖିବାକୁ ମିଳିଥିଲା। ଏହି ଶୋ’ରେ ‘ସୋଲ୍ ବାଇ ଇଣ୍ଡିଆନ୍’ ଲେବଲର ପ୍ରତିଷ୍ଠାତା ଦେବସ୍ମିତା ଗିରି ପାରମ୍ପରିକ ଭାରତୀୟ ସୌନ୍ଦର୍ଯ୍ୟକୁ ଆଧୁନିକ ସିଲୁଏଟ୍ ସହିତ ମିଶ୍ରଣ କରିବାର ଦକ୍ଷତା ସମସ୍ତଙ୍କୁ ଦେଖାଇଥିଲେ।

ଡିଜାଇନର ଦେବସ୍ମିତା ଗିରିଙ୍କ ସୁନ୍ଦର କଲେକ୍ସନକୁ ପିନ୍ଧି ମଡେଲମାନେ ରାମ୍ପ ୱାକ କରିଥିଲେ। ସବୁ ଭାରତୀୟ ଫେଷ୍ଟିଭାଲକୁ ସୁହାଇଲା ଭଳି ଡ୍ରେସ୍ କଲେକ୍ସନକୁ ପ୍ରଦର୍ଶିତ କରିଥିଲେ ଦେବସ୍ମିତା ଗିରି । ଦ୍ୱିତୀୟ ଶୋ’ରେ ଡ୍ୟାପର୍ ଡାଲି ବ୍ଲୁବେରୀ ବ୍ରିଜ୍ କଲେକ୍ସନ୍ସକୁ ପିନ୍ଧି କୁନି କୁନି ପିଲାମାନେ ରାମ୍ପ୍ ୱାକ୍ କରିଥିଲେ ।

ଗ୍ରୀଷ୍ମ ଋତୁରେ ନୀଳ ଏବଂ ଧଳା ରଙ୍ଗ ଡ୍ରେସ ଛୋଟ ପିଲାଙ୍କୁ ବେଶ୍ ମାନିଥାଏ। ଇଟାଲୀୟ ଫୁଲ ପ୍ରିଣ୍ଟ ଏବଂ ଉପକୂଳବର୍ତ୍ତୀ ଦିନର ଆକର୍ଷଣ ଦ୍ୱାରା ଅନୁପ୍ରାଣିତ । ଏହି ସଂଗ୍ରହରେ ଥିଲା ମୁଲାୟମ୍ କପା ଏବଂ ସ୍ମୁଥ ଲାଇଲେନ୍ । କାର୍ଯ୍ୟକ୍ରମରେ ପ୍ରମେୟ ଓ ନ୍ୟୁଜ ସେଭେନକୁ ନ୍ୟୁଜ ପାଟନର୍ ପାଇଁ ସମ୍ମାନିତ କରାଯାଇଥିଲା। ବହୁ ଫ୍ୟାସନ୍ ଲଭର ଓ ଫ୍ୟାସନ୍ ଡିଜାଇନରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।