LIVE TV

ବେଆଇନ କଫ୍ ସିରପ୍ ଚୋରା ଚାଲାଣ ଉପରେ ଲଗାମ ଲଗାଇବାକୁ ବରଗଡ଼ ପୋଲିସର ଆକ୍ସନ, ଚଢ଼ାଉ କରି ଗିରଫ୧୫ ଜଣକୁ

NEWS7
Bargarh Police

ବରଗଡ଼: ଅପରାଧ ନିୟନ୍ତ୍ରଣ ପାଇଁ ବରଗଡ଼ ପୋଲିସ ପକ୍ଷରୁ ଚାଲିଛି ଚଢ଼ାଉ। ଖାସ କରି ବେଆଇନ କଫ୍ ସିରପ ଚୋରା ଚାଲାଣ ନେଇ ବରଗଡ଼ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି। ଏହି କ୍ରମରେ ସୋମବାର ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ାଉରୁ ୧୫୦୦ କଫ ସିରଫ ଜବତ କରିବା ସହ ୫ ଦେଶୀ ବନ୍ଧୁକ, ୨୦ଟି ଜୀବନ୍ତ ଗୁଳି, ୩ ଟି ଅଫୁଟା ଗୁଳି,୧୬ଟି ମୋବାଇଲ ,୫ ଚାରିଚକିଆ ଯାନ ସହ  ନଗଦ ୫୭ ହଜାର ୨୦୦ ଟଙ୍କା ଜବତ କରିଛି ପୋଲିସ। ଏହା ସହ ୧୫ ଅଭିଯୁକ୍ତଙ୍କୁ ଗିରଫ କରଯାଇଛି।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ପଡୋଶୀ ଛତିଶଗଡ଼ ରାଜ୍ୟର ହୋଇଥିବାବେଳେ ବରଗଡ଼ ଜିଲ୍ଲାର ୮ ଜଣ, କଟକର, ବଲାଙ୍ଗିର, ଭଦ୍ରକ ଏବଂ ଜଗତସିଂହପୁରର ଜଣେ ଲେଖାଏଁ ଅଭିଯୁକ୍ତ ରହିଛନ୍ତି। ଏହି ଅଭିଯୁକ୍ତମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ପଡ଼ୋଶୀ ଛତିଶଗଡ଼କୁ ମଧ୍ୟ କଫ ସିରଫ ଚୋରା ଚାଲାଣ କରି ଆସୁଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଥିବାବେଳେ ଆଗକୁ ମଧ୍ୟ ଏପରି ଚଢ଼ାଉ ଜାରି ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ଼ ଏସପି ପ୍ରହଲ୍ଲାଦ ସହାଇ ମୀନା।