LIVE TV

ମୌଲାନା ତୌକିର ରଜା ସମେତ ୮ ଜଣଙ୍କୁ ବାନ୍ଧିଲା ପୋଲିସ, ୨୦୦୦ ଲୋକଙ୍କ ବିରୋଧରେ ଏତଲା

NEWS7
Bareilly

ଲକ୍ଷ୍ନୌ: ବରେଲି ହିଂସା ଘଟଣାରେ ବଡ଼ ଆକ୍ସନ ନେଇଛନ୍ତି ଯୋଗୀ ସରକାର। ଇତ୍ତେହାଦ-ଏ-ମିଲ୍ଲତ ପରିଷଦ (ଆଇଏମସି)ର ମୁଖ୍ୟ ମୌଲାନା ତୌକିର ରଜାଙ୍କୁ ଗିରଫ କରିଛି ୟୁପି ପୋଲିସ। ଦିନ ପୂର୍ବରୁ, ଶୁକ୍ରବାର ନମାଜ ପରେ ହିଂସା ହୋଇଥିଲା। ମୁସଲମାନ ସମ୍ପ୍ରଦାୟର କିଛି ସଦସ୍ୟ ବରେଲିର ଅଲ-ହଜରତ ଦରଗା ନିକଟରେ ଏକାଠି ହୋଇଥିଲେ ସେମାନଙ୍କ ହାତରେ "ଆଇ ଲଭ୍ ମହମ୍ମଦ" ଲେଖାଥିବା ପୋଷ୍ଟର ଥିଲା। ଏହି ପ୍ରତିବାଦ ହିଂସାତ୍ମକ ସଂଘର୍ଷରେ ପରିଣତ ହୋଇଥିଲା। ପ୍ରତିବାଦକାରୀମାନେ ପୋଲିସ ଉପରେ ପଥର ମାଡ଼ କରିଥିଲେ, ଯାହା ଫଳରେ ପୋଲିସ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଥିଲା।

ପୋଲିସ ମୌଲାନା ତୌକିର ରଜାଙ୍କୁ ଗିରଫ କରି ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛି। ମୌଲାନା ତୌକିର ରଜାଙ୍କ ସମେତ ଅନ୍ୟ ଆଠ ଜଣଙ୍କୁ ଜେଲକୁ ପଠାଇ ଦିଆଯାଇଛି। ହିଂସା ସମ୍ପର୍କରେ ନିରନ୍ତର ଏତଲା ଦାଖଲ କରାଯାଉଛି। ବରେଲିର ଏସଏସପି କହିଛନ୍ତି ଯେ ହିଂସା ସମ୍ପର୍କରେ ମୋଟ ୧୦ଟି ଏଫଆଇଆର ପଞ୍ଜିକୃତ ହୋଇଛି ପୋଲିସ ଏପର୍ଯ୍ୟନ୍ତ ଜଣଙ୍କୁ ଗିରଫ କରିଛି ମୋଟ ୩୯ ଜଣଙ୍କୁ ଅଟକ ରଖିଛି। ମୌଲାନା ତୌକିର ରଜାଙ୍କ ବିରୋଧରେ ମୋଟ ଟି ଏଫଆଇଆର ରୁଜୁ ହୋଇଛି। ବରେଲି ହିଂସାରେ ମୋଟ ୨୨ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ଜିଲ୍ଲା ମାଜିଷ୍ଟ୍ରେଟ୍ ଅବିନାଶ ସିଂହ କହିଛନ୍ତି ଯେ ପୋଲିସ ଘଟଣାସ୍ଥଳରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ପରିସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇଛି। ସେ ଜନସାଧାରଣଙ୍କୁ ଗୁଜବକୁ ଅଣଦେଖା କରିବାକୁ ନିବେଦନ କରିଛନ୍ତି। ଉତ୍ତର ପ୍ରଦେଶ ସରକାର ମଧ୍ୟ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ବରେଲି ହିଂସା ପଶ୍ଚିମ ଉତ୍ତର ପ୍ରଦେଶରେ ଶିଳ୍ପ ଏବଂ ନିବେଶକୁ ପ୍ରଭାବିତ କରିବା ପାଇଁ ଏକ ଷଡ଼ଯନ୍ତ୍ର ଥିଲା। ଡିଆଇଜି ଅଜୟ କୁମାର ସାହାନି କହିଛନ୍ତି ଯେ ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ଭିଡିଓ ଏବଂ ଫଟୋଗ୍ରାଫ୍ ମାଧ୍ୟମରେ ଚିହ୍ନଟ କରାଯିବ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।