News7 Logo

ବାଣୀବିହାରରୁ ବାହାରିବେ ଅଣଛାତ୍ର, କ୍ୟାମ୍ପସରେ ପୋଲିସ ମୁତୟନ

NEWS7
vanibihar

ଭୁବନେଶ୍ୱର ୦୮/୦୯: ବାଣୀବିହାର ହଷ୍ଟେଲ ହେବ ଅଣଛାତ୍ର ମୁକ୍ତ। ହଷ୍ଟେଲ ଖାଲି କରିବ କମିଶନରେଟ ପୋଲିସ। ହଷ୍ଟେଲ ଖାଲି ପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ବାଣୀବିହାର କ୍ୟାମ୍ପସରେ ଚାପା ଉତ୍ତେଜନା । ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୧୦ ପ୍ଲାଟୁନ ଫୋର୍ସ ମୁତୟନ ।

କ୍ୟାମ୍ପସରୁ ଅଣ ଛାତ୍ର ହଟାଇବା ପାଇ ଆଜି ବଡ଼ ପଦକ୍ଷେପ ନେଇଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ହଷ୍ଟେଲ ୧,୨,୩,୫ରୁ ଅଣଛାତ୍ର ବାହାର କରିବା ପାଇ ପୋଲିସର ସହାୟତା ମାଗିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଉତ୍କଳ କ୍ୟାମ୍ପସରେ ପହଞ୍ଚିଲା ଡଙ୍ଗା ନିୟନ୍ତ୍ରଣକାରୀ ଯାନ । କ୍ୟାମ୍ପସରେ ଥିବା ସବୁ ହଷ୍ଟେଲରେ ଚାଲିଛି ଯାଞ୍ଚ । ପ୍ରତି ହଷ୍ଟେଲ ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଅପରେସନ ପାଇଁ ବିଶେଷ ଟ୍ରାଫିକ ବ୍ୟବସ୍ଥା କରାଯାଇଛି ।