News7 Logo

ଆଖୁଆପଦାରେ ବୈତରଣୀ ସତର୍କ ସଙ୍କେତ ଉପରେ, ବିପଦ ସଂକେତକୁ ଯିବନି

NEWS7
Flood Update

ଭୁବନେଶ୍ବର ୩୯: ଜାରି ରହିଛି ଲଗାଣ ବର୍ଷା । ହେଲେ କୌଣସି ନଦୀରେ ବନ୍ୟା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି । ଭଦ୍ରକ ଆଖୁଆପଦାରେ ବୈତରଣୀ ସତର୍କ ସଙ୍କେତ ଉପରେ ଅଛି । ହେଲେ ଏହା ବିପଦ ସଂକେତକୁ ଯିବନି ।

ମଙ୍ଗଳବାର ୧୬ଟି ବ୍ଲକ ମୁଖ୍ୟାଳୟରେ ୫୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି । ହେଲେ ଜଳସ୍ତର ତଳକୁ ରହିଥିବାରୁ ବନ୍ୟାନାହିଁ । ହୀରାକୁଦର ୬ଟି ଗେଟ୍, ରେଙ୍ଗାଳିର ଗୋଟିଏ ଗେଟ୍ ଖୋଲାଅଛି । ବୁଧବାର ବର୍ଷା ଆଲର୍ଟ ନେଇ ବୈତରଣୀ, ତଳ ବ୍ରାହ୍ମଣୀ ଓ ତଳ ମହାନଦୀରେ ବର୍ଷା ଆକଳନ ରହିଛି । ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ପାଣି ଘେରରେ ରହିଛି । ହେଲେ ପାଣି ଛାଡ଼ିଯିବ । ବର୍ଷା ବଢିଲେ ଅନେକ ସ୍ଥାନରେ କିଛି ସମୟ ପାଇଁ ପାଣିଘେର ଭଳି ପରିସ୍ଥିତି ହେବ । ହେଲେ ସ୍ୱାଭାବିକ ହୋଇଯିବ । ଯେଉଁ ଅଧିକ ବର୍ଷା ଆକଳନ ହୋଇଥିଲା, ସେପରି ହେଲାନି ବୋଲି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।