LIVE TV

ନୂଆପଡ଼ା ଉପନିର୍ବାଚନ ପାଇଁ ଅନେକ ଆଶାୟୀ ଅଛନ୍ତି, ଜୟଙ୍କୁ ଦଳ ଗ୍ରହଣ କରିବ

NEWS7
BJP MP

ଭୁବନେଶ୍ବର ୧୧।୧୦: ନୂଆପଡ଼ା ସମୀକରଣ ବଦଳିବା ନେଇ ଚର୍ଚ୍ଚା ଜୋର । ଜୟ ଢୋଲକିଆ ବିଜେପିରେ ମିଶିବା ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ରବି ନାରାୟଣ ବେହେରା । ଜୟଙ୍କୁ ଦଳ ଗ୍ରହଣ କରିବ କହିଲେ ବିଜେପି ସାଂସଦ । ଜୟ ଢୋଲକିଆ କ’ଣ ବହୁ ଆଶାୟୀ ଅଛନ୍ତି । କିନ୍ତୁ ଆଶା କରାଯାଉଛି ଜୟ ଢୋଲକିଆଙ୍କୁ ଦଳ ଗ୍ରହଣ କରିବ । ସେ ଆଗରେ ଅଛନ୍ତି । ବିଜେଡ଼ି ଶୂନ୍ୟ ହୋଇଗଲାଣି । ବିଜେପି ଏକ ସଙ୍ଗଠିତ ଓ ସ୍ଵଚ୍ଛ ଶାସନ ଦେଉଛି । ନୂଆପଡ଼ାରେ ନବୀନ ପଟ୍ଟନାୟକ ଛିଡା ହେଲେ ବି ବିଜେପି ସେଠି ଜିତିବ ।

ଯେତେବେଳେ ଏକଛତ୍ରବାଦ ଶାସନ ଆସିଛି ସିଏ ଧ୍ଵଂସ ହୋଇଛି ।  ସଦ୍ଦାମ ହୁସେନ୍ ଭଳି । ବର୍ତ୍ତମାନ ବିଜେଡ଼ିରେ ସେ ଅବସ୍ଥା । ଭାଙ୍ଗି ଭୁଙ୍ଗି ବିଜେଡ଼ି ଲୋପ ପାଇଯିବ । କିଏ କହୁଛି ନବୀନ ବାବୁଙ୍କ ନାଁରେ ଭୋଟ୍ ଅଛି । ନୂଆପଡ଼ା ପାଖରେ ତ ନବୀନ ବାବୁ ହାରିଛନ୍ତି ବୋଲି ରବି ନାରାୟଣ ବେହେରା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ନୂଆପଡ଼ାର ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଭୋଟ୍ ଗ୍ରହଣ । ଘାସିରାମ ମାଝୀଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି । ତେବେ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ଜୟ ହିଁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଗତ ନିର୍ବାଚନରେ ବିଜେଡିରୁ ରାଜେନ୍ଦ୍ର ଢୋଲକିଆ ବିଜୟୀ ହୋଇଥିଲେ । ତାଙ୍କୁ ୬୧ ହଜାର ୮୨୨ ଭୋଟ୍ ମିଳିଥିଲା । ସ୍ବାଧୀନ ଭାବରେ ନିର୍ବାଚନ ଲଢି ଘାସିରାମ ମାଝୀ ଦ୍ବିତୀୟ ସ୍ଥାନରେ ଥିଲେ , ତାଙ୍କୁ ମିଳିଥିଲା ୫୦ ହଜାର ୯୪୧ ଭୋଟ୍ । ତୃତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଥିବାବେଳେ କଂଗ୍ରେସରୁ ଶରତ ପଟ୍ଟନାୟକ ଚତୁର୍ଥ ସ୍ଥାନରେ ଥିଲେ । ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରି କଂଗ୍ରେସ ଗୋଟି ଚାଳନା କରିଛି । ତେଣୁ ରାଜେନ୍ଦ୍ର ଢୋଲକିଆଙ୍କ ପୁଅଙ୍କୁ ବିଜେପି ନିଜ ପଟକୁ ଟାଣିବା ସମ୍ଭାବନା ଅଧିକ ବୋଲି ଚର୍ଚ୍ଚା ହେଉଛି ।

ନୂଆପଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ପ୍ରସନ୍ନ ପାଢ଼ୀ । ଏକଦା ବିଜେଡି ନେତା ଥିଲେ ପ୍ରସନ୍ନ ପାଢ଼ୀ । ସବୁବେଳେ ବିଜେଡିରୁ ଟିକେଟ୍ ଆଶାୟୀ ରହିଥିଲେ । ହେଲେ ରାଜେନ୍ଦ୍ର ଢୋଲକିଆଙ୍କୁ ବିଜେଡି ଟିକେଟ୍ ଦେଉଥିଲା । ତେଣୁ ୨୦୧୪ରେ ବିଜେପିରେ ମିଶିଥିଲେ ପ୍ରସନ୍ନ ପାଢ଼ୀ । ଏବେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିବା ନେଇ ଏକପ୍ରକାର ସ୍ପଷ୍ଟ ହେବା ପରେ ପ୍ରସନ୍ନ ବିଜେପି ଛାଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି ପ୍ରସନ୍ନ ବିଜେପି ଛାଡି ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି । କୁହାଯାଉଛି ନୂଆପଡ଼ା ରାଜନୈତିକ ସମୀକରଣରେ ବିଜେଡି ପ୍ରସନ୍ନଙ୍କ ଉପରେ ନଜର ରଖିଛି ।