ବ୍ରହ୍ମପୁର ୩୦୧୦: ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ଜେଲରୁ ମୁକୁଳିଛନ୍ତି ଗିରଫ ହୋଇଥିବା ଆଶାୟୀ ପରୀକ୍ଷାର୍ଥୀ  ନିଯୁକ୍ତି ସ୍କାମ ଘଟଣାରେ ୧୨୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ  ୧୧୪ ଜଣ ଥିଲେ ପରୀକ୍ଷାର୍ଥୀ   ଏହି ମାମଲାରେ ପରୀକ୍ଷାର୍ଥୀମାନଙ୍କୁ କୋର୍ଟ ଜାମିନ ପ୍ରଦାନ କରିବା ପରେ ଆଜି ସେମାନେ ବ୍ରହ୍ମପୁର ସବଜେଲରୁ ମୁକୁଳିଛନ୍ତି ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିବା ବେଳେ ମୁଖ୍ୟ କାର୍ପଟଦାର ଏପର୍ଯ୍ୟନ୍ତ ଧରାପଡ଼ିନାହିଁ  

ସକାଳୁ ସକାଳୁ ଦିନ ତମାମ ବ୍ରହ୍ମପୁର ଜେଲ୍‌ ଫାଟକ ଆଗରେ ଭିଡ  ମୁହଁରେ ଗାମୁଛା ଗୁଡ଼ାଇ ଏମାନେ ଏଠାରେ ଅପେକ୍ଷା କରିଥିଲେ ଅପେକ୍ଷା କରିଥିଲେ ନିଜର ସନ୍ତାନମାନଙ୍କୁ ଯେଉଁମାନେ ପୋଲିସ ହେବା ଆଶାରେ କଏଦୀ ବନିଯାଇଥିଲେ ୧ ମାସେ ହେଲା ଜେଲ୍‌ରେ ଥିବା ବେଳେ କୋର୍ଟ ପରୀକ୍ଷାର୍ଥୀମାନଙ୍କୁ ଜାମିନ ପ୍ରଦାନ କରିଥିଲେ  ଆଜି ଅଭିଭାବକମାନେ ନିଜ ସନ୍ତାନମାନଙ୍କୁ ପାଛୋଟି ନେବା ପାଇଁ ଜେଲ୍‌ ପାଖକୁ ଆସିଥିଲେ ସମୟ ଠିକ୍‌ ସାଢ଼େ ୧୨ଟା ଜେଲ୍‌ର ଫାଟକ ଖୋଲିଥିଲା ଜଣଙ୍କ ପରେ ଜଣେ ମୁହଁ ଘୋଡ଼ାଇ ବାହାରକୁ ଆସିଥିଲେ ଆଉ ଏମାନଙ୍କୁ ନେଇଯାଇଥିଲେ ଏମାନଙ୍କ ଅଭିଭାବକ  ପରୀକ୍ଷାର୍ଥୀମାନେ ଅବଶ୍ୟ ମୁହଁ ଖୋଲିନଥିଲେ କିନ୍ତୁ ଅଭିଭାବକମାନେ ହଲପ ଖାଇଥିଲେ ଆଉ ପିଲାଙ୍କୁ ପୋଲିସ ଚାକିରି ପାଇଁ ମନ ବଳାଇବେ ନାହିଁ

ଗତ ୧ ତାରିଖରେ ବ୍ରହ୍ମପୁର ପୋଲିସ ଦଲାଲ ସମେତ ୧୧୭ଜଣଙ୍କୁ ଗିରଫ କରିଥିଲା  ପୋଲିସ ଏସଆଇ ପରୀକ୍ଷାର ପୂର୍ବ ଦିନ ଏମାନେ ରହସ୍ୟଜନକ ଭାବେ ଆନ୍ଧ୍ର ପ୍ରଦେଶ ଯାଉଥିବା ବେଳେ ପୋଲିସ ମାଡି ବସିଥିଲା ଏମାନଙ୍କ ଭିତରେ ୧୧୪ ଜଣ ଥିଲେ ପରୀକ୍ଷାର୍ଥୀ ଜାମିନ ପାଇବା ପରେ ୯୪ ଜଣ ଜେଲରୁ ମୁକୁଳିଥିବା ବେଳେ ଅନ୍ୟ ୨୦ ଜଣ ରାତି ହେଲେ ଜେଲରୁ ବାହାରିବେ ବୋଲି ଜଣାଇଥିଲେ ଦୁଇ ଜଣ ଜାମିନଦାରିଙ୍କ ସହ ୫୦ ହଜାର ଟଙ୍କା ଲେଖାଏଁ ମୁଚାଲିକାର ଏମାନେ ଜାମିନରେ ମୁକୁଳିଛନ୍ତି   ତେବେ ମୁକୁଳିବା ବେଳେ ଏମାନଙ୍କ ଓକିଲ କିଛି କଠୋର ପ୍ରଶ୍ନ କରିଛନ୍ତି ନିରୀହ ପିଲାଙ୍କୁ ଗିରଫ କରିଲେ । କିନ୍ତୁ ଏ ଯାଏଁ କିଙ୍ଗପିନକୁ ଗିରଫ କରି ପାରିଲେ ନାହିଁ ପରୀକ୍ଷାର୍ଥୀଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ କାହିଁକି ଉପଯୁକ୍ତ ତଥ୍ୟ ପ୍ରମାଣ ଦାଖଲ କରି ପାରିଲା ଏଭଳି ଗିରଫଦାରୀ ବିରୁଦ୍ଧରେ ଉପର କୋର୍ଟ ଯିବୁ ବୋଲି କହିଥିଲେ ଆଇନଜୀବୀ