LIVE TV

ଭଙ୍ଗା ଗେଟ୍ ଦେଇ ଥାନାରୁ ଅଭିଯୁକ୍ତ ଫେରାର, ନାଁରେ ରହିଛି ୭ରୁ ଅଧିକ ମାମଲା

NEWS7
Bolangir

ବଲାଙ୍ଗିର ୨୪।୯: ଥାନାରୁ ଅଟକ ଅଭିଯୁକ୍ତ ଫେରାର I ଶୌଚାଳୟ ବାହାନାରେ ମାରିଲେ ଚମ୍ପଟ । ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନାରେ ଘଟିଛି ଏଭଳି ଘଟଣା । ଚୋରି ଘଟଣାରେ ଥିଲେ ଥାନାରେ । ଫେରାର ଅଭିଯୁକ୍ତକୁ କାବୁ କରିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରିଛି । ପୋଲିସର ଦୁଇଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଫେରାର ଅଭିଯୁକ୍ତ ହେଲା ପୁଇଁନ୍ତଳା ଥାନା କୁଲୁଥିପାଲି ଗାଁର ମଣ୍ଟୁ ଦଲେଇ । ମଣ୍ଟୁ ନାଁରେ ବିଭିନ୍ନ ଥାନାରେ ପୁଇଁତଳା ଥାନା ସମେତ ୭ରୁ ଅଧିକ ମାମଲା ରହିଛି I କୁଖ୍ୟାତ ଚୋର ଓ କଫ୍ ସିରପ୍ ମଫିଆ ହେଉଛି ମଣ୍ଟୁ I ପୋଲିସର ଦୁଇଟି ଟିମ୍‌ ମଣ୍ଟୁକୁ ଖୋଜୁଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ପୋଲିସ ମଙ୍ଗଳବାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ପାଇଁ କାଗଜପତ୍ର କାମ ସାରିଥିଲା । ମଙ୍ଗଳବାର ରାତିରେ ଶୌଚାଳୟ ଯିବାକୁ କହି ଯାଇଥିଲେ । ଥାନାଟି ପୁରୁଣା ବିଲ୍ଡିଂରେ ଥିବା ସହ ଭଙ୍ଗା ଦଦରା ହୋଇ ରହିଥିଲା । ସେହି ଭଙ୍ଗା ଶୌଚାଳୟ ଗେଟ୍ ଦେଇ ଥାନା ବାଡା ଡେଇଁ ଫେରାର ମାରିଥିବା ସୂଚନା ମିଳିଛି ।

ତେବେ ନୂଆ ଥାନା ଥାଇ କାହିଁକି ସେଠାକୁ ନନେଇ ଏଠାରେ ରଖିଥିଲେ । ଏଭଳି ଭଙ୍ଗା ଥାନା ପାଇଁ ଜଣେ ଗିରଫ ଅଭିଯୁକ୍ତ ଫେରାର ହୋଇଯାଇଛି । ଏଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।