LIVE TV

ନବମ ଶ୍ରେଣୀ ଛାତ୍ରୀଙ୍କୁ ବାହା ହେବାକୁ କହି ବାରମ୍ୱାର ଶାରୀରିକ ସମ୍ପର୍କ ରଖିଲା ସାଙ୍ଗ, ଏବେ ୫ ମାସର ଗର୍ଭବତୀ

NEWS7

ଚେନ୍ନାଇ, ୧୩/୧୨: ସାଙ୍ଗକୁ ଧୋକାଦେଲା ସାଙ୍ଗ । ନବମ ଶ୍ରେଣୀ ଛାତ୍ରୀଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କଲା କ୍ଲାସ୍‌ମେଟ୍‌ । ବିବାହ କରିବାକୁ କହି ବାରମ୍ୱାର ରଖିଲା ଶାରୀରିକ ସମ୍ୱନ୍ଧ । ଏପରି ଏକ ଘଟଣା ଘଟିଛି ତାମିଲ୍‌ନାଡ଼ୁ ସ୍ଥିତ କୋଏମ୍ୱାଟୁର ଅଞ୍ଚଳରେ । ପୋଲିସ୍‌ ଏନେଇ ଅଭିଯୁକ୍ତ ନବମ ଶ୍ରେଣୀ ଛାତ୍ରକୁ ରବିବାର ଗିରଫ କରିଛି ।    

ସୂଚନା ଅନୁସାରେ, ନବମ ଶ୍ରେଣୀର ଏହି ଦୁଇ ଛାତ୍ର-ଛାତ୍ରୀ ଏକ ପ୍ରଇଭେଟ୍‌ ସ୍କୁଲ୍‌ରେ ପାଠ ପଢ଼ନ୍ତି । ଦୀର୍ଘ ୫ ବର୍ଷ ଧରି ସେମାନେ ସାଙ୍ଗ ଥିଲେ । ଦୁହେଁ ଏକାଠି ମିଶି ପଢ଼ାପଢ଼ି କରନ୍ତି । ସେଥିପାଇଁ ଦୁହେଁ ଦୁହିଁଙ୍କ ଘରକୁ ଯିବା ଆସିବା କରିଥାନ୍ତି । ଦନେ ଛାତ୍ରୀ ଜଣକ ପୁଅ ଘରକୁ ଏକ ବହି ଆଣିବାକୁ ଯାଇଥିବା ବେଳେ ଛାତ୍ର ଜଣକ ଏକୁଟିଆ ପାଇ ଛାତ୍ରୀକୁ ଦୁଷ୍କର୍ମ କରିଥିଲା । ଏ ଘଟଣା ଜୁଲାଇ ମାସ ୨୫ ତାରିଖରେ ଘଟିଥିଲା । ପରେ ବିବାହ କରିବାକୁ ପ୍ରତିଶୃତି ଦେଇ ବାରମ୍ୱାର ଶାରୀରିକ ସମ୍ୱନ୍ଧ ରଖିଥିଲା ।

ଏ ଘଟଣା ସେତେବେଳେ ଛାତ୍ରୀଙ୍କ ପରିବାର ଲୋକ ଜାଣିବାକୁ ପାଇଥିଲେ, ଯେତେବେଳେ ଛାତ୍ରୀ ଜଣକ ବାରମ୍ୱାର ବାନ୍ତି କରିବା ପରେ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଛାତ୍ରୀଙ୍କ ମାଆଙ୍କୁ କହିଥିଲେ ଯେ, ଝିଅ ଏବେ ୫ ମାସର ଗର୍ଭବତୀ । ଏହାପରେ ଛାତ୍ରୀ ତାଙ୍କ ମାଆଙ୍କୁ ସବୁ ସତ କଥା କହିଥିଲେ । ଏହାକୁ ନେଇ ପରିବାର ଲୋକ ଥାନାରେ ମାମଲା ଦାଏର କରିବା ପରେ ପୋଲିସ୍‌ ଉକ୍ତ ନବମ ଶ୍ରୀଣୀ ଛାତ୍ରକୁ ଗିରଫ କରିଥିବା ଜଣାପଡ଼ିଛି ।