ସମର୍ଥକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେଲେ ମୋକିମ୍, ମାର୍ଚ୍ଚ ସୁଦ୍ଧା କରିବେ ବଡ଼ ଘୋଷଣା

NEWS7
9-year-old-haryana-girl-stuns-internet-with-her-75-kg-deadlift

ଭୁବନେଶ୍ୱର ୨୭/୦୧: ଚର୍ଚ୍ଚାରେ ପଡିଲା କି ପୂର୍ଣ୍ଣଛେଦ । ମୋକିମ ନେଲେ କି ବଡ଼ ନିଷ୍ପତ୍ତି । ସମର୍ଥକଙ୍କ ଆଲୋଚନା ପରେ ନାଁ ଫାଇନାଲ୍ । ଏମିତି ଅନେକ ଚର୍ଚ୍ଚାରେ ଲାଗିବାକୁ ଯାଉଛି ବିରାମ । କହିଥିଲେ ନୂଆବର୍ଷରୁ ନୂଆ ଦଳ ଘୋଷଣା । ଏବେ କେବଳ ଔପଚାରିକତା ବାକି ଅଛି । ଯାହା ଶୁଣିବାକୁ ମିଳିଛି ଯେ, ମୋକିମଙ୍କ ନୂଆ ଆଞ୍ଚଳିକ ଦଳର ନାଁ ଫାଇନାଲ ସରିଛି । ଆଉ ଦଳର ନାଁ ରହିବ ଓଡିଶା ଜନତା କଂଗ୍ରେସ ।

​​​​​​​

ଯଦିଓ ଏନେଇ କିଛି ସ୍ପଷ୍ଟତା ଆସିନି, ତଥାପି ଅନେକ କଥା ଶୁଣିବାକୁ ମିଳିଛି । ଏନେଇ ନିଜେ ଖୁଲାସା କରିଛନ୍ତି ମହମ୍ମଦ ମୋକିମ । ସେ କହିଛନ୍ତି ଏ ନେଇ ନିଜ ସମର୍ଥକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି । ସୋମବାର ରାଜଧାନୀରେ ମୋକିମ ନିଜ ସମର୍ଥକଙ୍କୁ ନେଇ ଏକ ବୈଠକ କରିଥିଲେ । ଯେଉଁଥିରେ ଦଳର ନା ରେଜିଷ୍ଟ୍ରେସନ ନେଇ ମତାମତ ନିଆଯାଇଥିଲା । ଆସନ୍ତା ମାର୍ଚ୍ଚ ସୁଦ୍ଧା ଦଳ ଗଠନ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ ପରେ ଵିଧି ବଦ୍ଧ ଘୋଷଣା ହେବ ।