ଆମେରିକାର ହାତ ଛାଡ଼ିଦେଲା ନାଟୋ ! ଜଳପଥର ସୁରକ୍ଷା ପାଇଁ ଟ୍ରମ୍ପ କଲେ ଗୁହାରି, ଏବେ ନଆସିଲେ ପରିଣାମ ହେବ ଖରାପ

NEWS7
9-year-old-haryana-girl-stuns-internet-with-her-75-kg-deadlift

ନୂଆଦିଲ୍ଲୀ: ହର୍ମୁଜକୁ ଦଖଲ କରିବାରେ ଫେଲ୍ ଆମେରିକା। ଜଳପଥର ସୁରକ୍ଷା ପାଇଁ ଟ୍ରମ୍ପ ଗୁହାରି। ଏବେ ନଆସିଲେ ପରିଣାମ ହେବ ଖରାପ। ବିଶ୍ୱର ସବୁଠୁ ଗୁରୁତ୍ୱ ଜଳପଥ ଷ୍ଟ୍ରେଟ୍ ଅଫ ହର୍ମୁଜକୁ ଇରାନ ବନ୍ଦ କରିବା ପରେ ଟ୍ରମ୍ପ ପୁରା ଟେନସନ। ଟ୍ରମ୍ପ ଭାବୁଥିଲେ ଗୋଟିଏ କିନ୍ତୁ ହେଲା ଆଉ ଗୋଟିଏ। ଇସ୍ରାଏଲ ସହ ମିଶି ଇରାନ ସହ ଯୁଦ୍ଧକୁ ଡେଇଁବା ପରେ ଭାବିନେଇଥିଲେ ବଦଳିବ ତେହେରାନର ନେୃତତ୍ୱ, ବଦଳିବ ଆୟାତୋଲ୍ଲାଙ୍କ ଶାସନ। ଆମେରିକା କଣ୍ଟ୍ରୋଲରେ ରହିବ ଇରାନ। ଉଠ୍ କହିଲେ ଉଠିବ, ବସ୍ କହିଲେ ବସିବ। କିନ୍ତୁ ଟ୍ରମ୍ପଙ୍କ ପ୍ଲାନ ଭଣ୍ଡୁର ହୋଇଗଲା। ସୁପ୍ରିମ ଲିଡରଙ୍କ ମୃତ୍ୟୁ ପରେ ରକ୍ତମୁଖା ହୋଇଉଠିଛି ତେହରାନ। ଖୋଜି ଖୋଜି ଆମେରିକା ଏୟାରବେସ୍କୁ ହମଲା। ସହଯୋଗୀ ରାଷ୍ଟ୍ରକୁ ବି ଆଟାକ୍। ହର୍ମୁଜ ଜଳପଥ ବି ବନ୍ଦ। ଇରାନୀ ସେନା ରିଭୋଲ୍ୟୁସନାରୀ ଗାର୍ଡର ଚେତାବନୀ ଯୁଦ୍ଧ ତୁମେ ଆରମ୍ଭ କରିଛ, ଆମେ ଶେଷ କରିବୁ।

କିନ୍ତୁ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଦେଖାଦେଲାଣି ତୈଳ ସଙ୍କଟ। ଏହାର କାରଣ ହର୍ମୁଜ ଜଳପଥକୁ ବନ୍ଦ କରିବା। କେବଳ ଭାରତ, ଚୀନ ଜାହାଜକୁ ଏଠାରେ ଯିବାକୁ ଅନୁମତି ଦେଇଛି ଇରାନ। କିନ୍ତୁ ୟୁରୋପୀୟ ଓ ଆମେରିକା ସହଯୋଗୀ ରାଷ୍ଟ୍ରକୁ ବୁନ୍ଦାଏ ବି ତେଲ ଦିଆଯିବନି ବୋଲି ରୋକଠୋକ କହିଛି IRGC। ଏବେ କରିବେ କଣ ଟ୍ରମ୍ପ। ଶେଷରେ ହର୍ମୁଜର ସୁରକ୍ଷା ମାଗିଛନ୍ତି। ନାଟୋ ଫଣ୍ଟଲାଇନକୁ ଆସୁନଥିବାରୁ ଟେନସନରେ ଆମେରିକା। ୟୁରୋପୀୟ ଦେଶ ବି ଚୁପ୍। ଏହାକୁ ନେଇ ଭଡକିଛନ୍ତି ଟ୍ରମ୍ପ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଯଦି ଆମେରିକାର ସହଯୋଗୀମାନେ ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବାରେ ବିଫଳ ହୁଅନ୍ତି ତେବେ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ) ଏକ "ଅତ୍ୟନ୍ତ ଖରାପ" ଭବିଷ୍ୟତର ସମ୍ମୁଖୀନ ହୋଇପାରେ। ଇରାନ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ୱାଶିଂଟନର ପ୍ରୟାସକୁ ସମର୍ଥନ କରିବା ପାଇଁ ତାଙ୍କର ବାର୍ତ୍ତାକୁ ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ଏକ ସ୍ପଷ୍ଟ ଆହ୍ୱାନ। ସେ ୟୁକ୍ରେନ-ରୁଷ ଯୁଦ୍ଧରେ ଆମେରିକାର ସାହାଯ୍ୟ ବିଷୟରେ ନାଟୋ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ମନେ ପକାଇ ଦେଇଛନ୍ତି। ଆମେରିକା ଦ୍ୱାରା ଏହାର ଘାଟି ବ୍ୟବହାର କରିବାକୁ ଅନୁମତି ଦେବାକୁ ୟୁକେର ପ୍ରାରମ୍ଭିକ ମନା କରିବା ଉପରେ ଆମେରିକା ରାଷ୍ଟ୍ରପତି ମଧ୍ୟ ନିରାଶା ପ୍ରକାଶ କରିଛନ୍ତି।

ଆମେରିକା ଖୁବ ଶୀଘ୍ର ହର୍ମୁଜ୍ ପ୍ରଣାଳୀକୁ ସୁରକ୍ଷିତ ରଖିବା ପାଇଁ ଏକ ଅନ୍ତର୍ଜାତୀୟ ମେଣ୍ଟ ଘୋଷଣା କରିପାରେ। ପ୍ରମୁଖ ବିଶ୍ୱ ଶକ୍ତିର ସହଯୋଗରେ ଗଠିତ ଏହି ମେଣ୍ଟର ଉଦ୍ଦେଶ୍ୟ ହେଉଛି ସାମୁଦ୍ରିକ ବିପଦ ଏବଂ ବଢୁଥିବା ଉତ୍ତେଜନା ବିରୁଦ୍ଧରେ ବାଣିଜ୍ୟିକ ଜାହାଜଗୁଡ଼ିକୁ ସୁରକ୍ଷା ଦେବା। ମଧ୍ୟପ୍ରାଚ୍ୟରେ ସଂଘର୍ଷ ତୀବ୍ର, ସାମୁଦ୍ରିକ ଯାତାୟାତ ବନ୍ଦ, ଆଉ ପରେ ବିଶ୍ୱ ତୈଳ ଯୋଗାଣ ଏବଂ ଇନ୍ଧନ ମୂଲ୍ୟକୁ ପ୍ରଭାବିତ କରିବା ପରେ ପୁରା ପ୍ରେସରରେ ଆମେରିକା।

also- ପ୍ରଥମ ଥର ଇରାନ ମାଡ଼ କଲା 'ଅସୁର' ମିସାଇଲ, ଧ୍ୱଂସ ହୋଇଯିବ ଇସ୍ରାଏଲର ଡିଫେନ୍ସ ସିଷ୍ଟମ୍ !

ଆମେରିକାର ନିକଟତମ ସହଯୋଗୀମାନେ ଏପର୍ଯ୍ୟନ୍ତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆବେଦନର କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଇନାହାଁନ୍ତି। ଦେଶଗୁଡ଼ିକୁ ଯୁଦ୍ଧଜାହାଜ ନିୟୋଜିତ କରିବାକୁ ଅନୁରୋଧ କରିଥିଲେ ଟ୍ରମ୍ପ। ଯାହା ଦ୍ୱାରା କଣ୍ଟେନର ଜାହାଜଗୁଡ଼ିକ ସୁରକ୍ଷିତ ଭାବରେ ହର୍ମୁଜ୍ ପ୍ରଣାଳୀକୁ ପରିବହନ କରିପାରିବେ। ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ମାର୍ଚ୍ଚ ପ୍ରଥମ ସପ୍ତାହରୁ ପ୍ରାୟ ବନ୍ଦ ରହିଛି। ବିଶ୍ୱର ପ୍ରାୟ 20 ପ୍ରତିଶତ ତେଲ ଏହି ମାର୍ଗ ଦେଇ ପରିବହନ କରାଯାଏ। ଜଳପଥରେ ପରିବହନ ବନ୍ଦ ହେବା ଦ୍ୱାରା ସାରା ବିଶ୍ୱରେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇଛି।

ଟ୍ରମ୍ପ୍ ତାଙ୍କ ଆବେଦନରେ ବିଶେଷ ଭାବରେ ଚୀନ୍, ଫ୍ରାନ୍ସ, ଜାପାନ, ଦକ୍ଷିଣ କୋରିଆ ଏବଂ ଯୁକ୍ତରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି। ଆମେରିକାର ଶକ୍ତି ସଚିବ କ୍ରିସ୍ ରାଇଟ୍ କହିଛନ୍ତି ଯେ ଏହି ରାଷ୍ଟ୍ରଗୁଡ଼ିକ ସହିତ ଆଲୋଚନା ଚାଲିଛି, ଆଶା ପ୍ରକାଶ କରିଛନ୍ତି ଯେ ଚୀନ୍ ଏହି ପ୍ରୟାସରେ ସକାରାତ୍ମକ ଅଂଶୀଦାର ଭାବରେ ଉଭା ହେବ। ଜଳପଥକୁ ପୁଣି ଖୋଲିବାରେ ସାହାଯ୍ୟ କରିବ। ତଥାପି, ଏହି ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଏପର୍ଯ୍ୟନ୍ତ ସାର୍ବଜନୀନ ଭାବରେ ଏକ ଠୋସ୍ ପ୍ରତିବଦ୍ଧତା ପ୍ରଦର୍ଶନ କରିନାହାନ୍ତି।

ବ୍ରିଟେନରେ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମର୍ ଟ୍ରମ୍ପଙ୍କ ସହିତ ହର୍ମୁଜ ଷ୍ଟ୍ରେଟ୍ ଖୋଲିବାରେ ଆଲୋଚନା କରିଥିଲେ। ଦକ୍ଷିଣ କୋରିଆର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଟ୍ରମ୍ପଙ୍କ ଆବେଦନକୁ ଉପଯୁକ୍ତ ବିଚାର କରିବ, ପରିସ୍ଥିତିକୁ ନିକଟରୁ ନଜର ରଖିବ ଏବଂ ୱାଶିଂଟନ୍ ସହିତ ଏହାର କାର୍ଯ୍ୟଗୁଡ଼ିକର ସମନ୍ୱୟ କରିବ। ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଏହି ସପ୍ତାହରେ ହ୍ୱାଇଟ୍ ହାଉସରେ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କହିଛନ୍ତି ଯେ ସେ ୟୁରୋପୀୟ, ଭାରତୀୟ ଏବଂ ଅନ୍ୟାନ୍ୟ ଏସୀୟ ରାଷ୍ଟ୍ରମାନଙ୍କ ସହିତ ମିଳିତ ଭାବରେ ଏକ ଅନ୍ତର୍ଜାତୀୟ ମିଶନରେ କାମ କରୁଛନ୍ତି। ତଥାପି ପରିସ୍ଥିତି ଅନୁକୂଳ ହେଲେ ହିଁ ମିଶନ ଆରମ୍ଭ ହେବ। ଜର୍ମାନ ବୈଦେଶିକ ମନ୍ତ୍ରୀ ଜୋହାନ ୱାଡେଫୁଲ ମନ୍ତବ୍ୟ ଦେଇଥିଲେ, "ଆମେ କ'ଣ ଏହି ସଂଘର୍ଷର ଅଂଶ ହେବୁ? ନା।" ଏହା ସ୍ପଷ୍ଟ କରେ ଯେ ଜର୍ମାନୀ ମିଶନରେ ଯୋଗ ଦେବାକୁ ଅନିଚ୍ଛୁକ। କରିବେ ବି କାହିଁକି। ସେମାନଙ୍କ କଣ ପଚାରି ଯୁଦ୍ଧ କରିଥିଲେ କି ଟ୍ରମ୍ପ ?

also- ଟାର୍ଗେଟରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ, ୧୫ ଦିନରେ ସମୁଦ୍ରରେ ୧୭ ଜାହାଜ ଉପରେ ଆକ୍ରମଣ

ଇରାନ ବାଣିଜ୍ୟ ଜାହାଜଗୁଡ଼ିକୁ ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ ନେଇ ଚେତାବନୀ ଦେଇଛି। ଯାହା ଏହି ଅଞ୍ଚଳରେ ସାମୁଦ୍ରିକ ଯାତାୟାତକୁ ପ୍ରାୟ ସ୍ଥଗିତ କରିଦେଇଛି। ଗତ ସପ୍ତାହରେ, ଇରାନୀ ସେନା ଦ୍ୱାରା ପଠାଯାଇଥିବା ଅଭିଯୋଗ ଅନୁଯାୟୀ, ବିସ୍ଫୋରକ ଭର୍ତ୍ତି ଡଙ୍ଗାଗୁଡ଼ିକ ଇରାକୀ କ୍ଷେତ୍ରୀୟ ଜଳସୀମାରେ ଦୁଇଟି ଇନ୍ଧନ ଟ୍ୟାଙ୍କର ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ନିଆଁ ଲାଗିଥିଲା ଏବଂ ଜଣେ ଭାରତୀୟ ନାଗରିକ ସମେତ ଜଣେ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା।

ଏଥିର ସ୍ପଷ୍ଟ ଯେ, ଯୁଦ୍ଧ ପ୍ଲାନରେ ବିଫଳ ଟ୍ରମ୍ପ। ଏବେ କରିବେ କଣ। ବୈଶ୍ୱିକସ୍ତରରେ ସମସ୍ୟା ବଢ଼ିଲାଣି। ତୈଳ ସଙ୍କଟ ଦେଖାଦେଲାଣି। ଏବେ ଦେଖିବାକୁ ରହିଲା, ଟ୍ରମ୍ପଙ୍କ ଅନୁରୋଧ କେଉଁ ଦେଶ ରକ୍ଷା କରୁଛି। ବିଶ୍ୱ କେବେ ଏ ସଙ୍କଟରୁ ମୁକ୍ତି ପାଉଛି।