ପଞ୍ଜାବ ଫିରୋଜପୁରରେ ଭୟଙ୍କର ଦୁର୍ଘଟଣା, ପିକଅପ ଭ୍ୟାନ-କ୍ୟାଣ୍ଟର ଧକ୍କା,୯ ମୃତ

Published By : Prameya-News7 Bureau | January 31, 2025 IST

ପଞ୍ଜାବ ୩୧/୧: କାଳ ହେଲା କୁହୁ଼ଡି । ପଞ୍ଜାବ ଫିରୋଜପୁରରେ ବଡ ଦୁର୍ଘଟଣା । ପିକଅପ ଭ୍ୟାନ ଓ କ୍ୟାଣ୍ଟର ମୁହାଁମୁହିଁ ଧକ୍କା ।  ଦୁର୍ଘଟଣାରେ  ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । ୧୮ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଛି  । ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । 

ସୂଚନା ମୁତାବକ ପିକଅପ ଭ୍ୟାନରେ ୨୫ରୁ ୩୦ ଜଣ ଯାତ୍ରୀ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗୁରୁହରସହାୟରୁ ଜଲାଲବାଦ ଯାଉଥିଲେ । ଫିରୋଜପୁର ରାସ୍ତାରେ ହଠାତ ନିୟନ୍ତ୍ରଣ ହରାଇଥିଲା ଗାଡି ଡ୍ରାଇଭର । ଆଉ ରାସ୍ତାରେ ଠିଆ ହୋଇଥିବା ଏକ କ୍ୟାଣ୍ଟରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୯ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । 

ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଦେଇଥିଲା । ଦୁର୍ଘଟଣାରେ  ଆହତ ୧୮ ଜଣଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି । ଦୁର୍ଘଟଣାର କାରଣ କୁହୁଡି ବୋଲି କୁହାଯାଉଛି । ସେପଟେ ମୃତକଙ୍କ ଶବକୁ ଶବଗୃହରେ ରଖାଯାଇଛି । ସେମାନଙ୍କ ପରିଚୟ ଖୋଜି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ । 

 

  • Punjab
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.