ଆହାର କେନ୍ଦ୍ରରେ ଗ୍ୟାସ୍ ପାହାର, ଏବେ ଖାଦ୍ୟ ଯୋଗାଇବା ହେଲାଣି ମୁସ୍କିଲ

NEWS7
85-year-old-dadi-is-winning-internet-with-her-cool-cooking-lessons

ବଲାଙ୍ଗିର ୧୪।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ । ଭାରତରେ LPG ପାଇଁ ସଂଘର୍ଷ । ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଏବେ ଜାରି ରହିଛି LPG ଯନ୍ତ୍ରଣା । ବିଭିନ୍ନ ସ୍ଥାନରେ ଗ୍ୟାସ୍ କଳାବଜାରୀ ଅଭିଯୋଗ ବି ସାମ୍ନାକୁ ଆସୁଛି । କିଛି ସ୍ଥାନରେ ୨ ହଜାର ଟଙ୍କାର କମର୍ସିଆଲ ସିଲିଣ୍ଡର ୪ ହଜାର ଟଙ୍କାରେ ବିକ୍ରି ହେଉଛି ।

ଏ ଖବର ବି ପଢ଼ନ୍ତୁ:- ଚାରିଦିନ ହେଲା ଉପଦ୍ରବ କରୁଥିଲା, ମକା କିଆରୀରୁ ମିଳିଲା ମୃତଦେହ

ଓଡ଼ିଶାରେ ମଧ୍ୟ LPG ଅଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରତିବାଦ ହୋଇଛି । ଗ୍ୟାସ୍ ସଙ୍କଟ ସବୁଠି ଦେଖାଗଲାଣି । ଏମିତି କି ହୋଟେଲ ଠୁ ରାସ୍ତା କଡ଼ ଫାଷ୍ଟଫୁଡ଼ ସବୁଠି ଗ୍ୟାସ୍ ସଙ୍କଟ । ମେଡିକାଲ କ୍ୟାଣ୍ଟିନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଗ୍ୟାସ୍ ପାଇଁ ଏବେ ଖାଦ୍ୟ ଯୋଗାଇବା ହେଲାଣି ମୁସ୍କିଲ । ତେବେ ବଲାଙ୍ଗିରରେ ଥିବା ଆହାର କେନ୍ଦ୍ରରେ ମଧ୍ୟ ଗ୍ୟାସ୍ ସଙ୍କଟ । କମର୍ସିଆଲ ଗ୍ୟାସ୍ ବନ୍ଦ ହେବା ପରେ ଏବେ ଚିନ୍ତାରେ ଆହାର କେନ୍ଦ୍ର ଚଳାଇଥିବା ମହିଳା କର୍ମଚାରୀ ।

ଏ ଖବର ବି ପଢ଼ନ୍ତୁ:- ଯୁବକଙ୍କ ହାଇଡ୍ରାମା, ପୁରା ଗାଁ ରାତିସାରି ଅନିଦ୍ରା

ବଲାଙ୍ଗିର DHHରେ ଥିବା ଆହାର କେନ୍ଦ୍ରରେ ପ୍ରତିଦିନ ତିଆରି ହୋଇଥାଏ ୨୩ ସହରୁ ଅଧିକ ମିଲ୍ । DHH ସହ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ଆହାର କେନ୍ଦ୍ର ଓ ପାଟଣାଗଡ଼ ଆହାର କେନ୍ଦ୍ରକୁ ଯାଇଥାଏ ଏଇଠୁ ଖାଦ୍ୟ । ହେଲେ ଏବେ ତାହା ବନ୍ଦ ହେବା ଉପରେ । କାରଣ ଏଠି ମଧ୍ୟ ଗ୍ୟାସ୍ ସଙ୍କଟ । ଶେଷରେ ଜାଳେଣି ଜାଳି ଖାଦ୍ୟ ତିଆରି କରିବେ ନହେଲେ ଶେଷରେ ବନ୍ଦ କରିବାକୁ ପଡିବ ବୋଲି ଆହାର କେନ୍ଦ୍ର କର୍ମଚାରୀ କହିଛନ୍ତି ।