ACCIDENT : ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା, ଦୁର୍ଘଟଣାରେ ଦୁଇ ମୃତ

NEWS7
8-mlas-join-bjp-day-after-quitting-aap

ସୁନ୍ଦରଗଡ଼ : ସଡ଼କ ଦୁର୍ଘଟଣାରେ ଦୁଇ ମୃତ। ସୁନ୍ଦରଗଡ଼ ତଳସରା ଥାନା ଅନ୍ତର୍ଗତ ରଣପୁରରେ ଘଟିଛି ଦୁର୍ଘଟଣା। ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା ହୋଇ ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ । ଦୁଇ ବାଇକ ଆରୋହୀ ତଳସରା ଅଞ୍ଚଳର ବୋଲି ସ୍ୱଚନା ମିଳିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ସୋମବାର କେବଳ ଏହି ଗୋଟିଏ ଖବର ନୁହେଁ  ଆହୁରି ଏକ ଖବର  ଶୁଣିବାକୁ ମିଳିଥିଲା। ଏକ ସ୍କୁଟିକୁ ଧକ୍କା ଦେଲା ସଫାରୀ ଗାଡ଼ି । ସ୍କୁଟିରେ ଥିବା ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ମୃତକମାନେ ହେଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଥନଟଗାଁର ଲିଙ୍ଗରାଜ ଦୁର୍ଗା ଓ ଲଳିତ ତାଣ୍ଡି ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଲିଙ୍ଗରାଜ ଓ ତାଙ୍କ ସାଙ୍ଗ ଲଳିତ ତାଣ୍ଡି ତାଙ୍କ ଗାଁ ଥନଟରୁ ଧର୍ମଗଡ଼ ସ୍କୁଟି ଯୋଗେ ଯାଉଥିଲେ । ହେଲେ ବିଜୁ ଏକ୍ସପ୍ରେସ୍ ଓ୍ୱେର କେବିଡ଼ି ଛକ ନିକଟରେ ଏକ ସଫାରୀ ଗାଡ଼ି ସ୍କୁଟିକୁ ଧକ୍କା ଦେଇଥିଲା । ଯାହାଫଳରେ ଦୁଇ ଜଣ ସ୍କୁଟିରୁ ଛିଟ୍କି ପଡିଥିଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଉତ୍ତେଜନା ଦେଖାଦେଇଥିବା ବେଳେ ଧର୍ମଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ଏହାସହ ଦୁର୍ଘଟଣା ଘଟାଇଥିବା ସଫାରୀ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ମଧ୍ୟ ରଖିଛି ।