ସୌମ୍ୟାଶ୍ରୀ ମୃତ୍ୟୁ ପ୍ରତିବାଦ, ବାଲେଶ୍ୱରରେ ୮ ଘଣ୍ଟିଆ ବନ୍ଦ ପାଳନ

Published By : Prameya-News7 Bureau | July 16, 2025 IST

ବାଲେଶ୍ୱର ୧୬/୦୭: ଏଫଏମ୍ ଛାତ୍ରୀ ମୃତ୍ୟୁ ପ୍ରତିବାଦ । ଆଜି ବାଲେଶ୍ୱରରେ ୮ ଘଣ୍ଟିଆ ବନ୍ଦ ପାଳନ । ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା ଦେଇଥିବା ବେଳେ ସୋରରେ ପ୍ରଭାବ ପଡିଛି । ବୁଧବାର ସକାଳୁ ସକାଳୁ ଦେଖିବାକୁ ମିଳିଛି ପ୍ରଭାବ । ସ୍ୱଇଚ୍ଛାରେ ଦୋକାନୀମାନେ ଦୋକାନ ବନ୍ଦ କରିଛନ୍ତି । 

୧୬ ନମ୍ବର ଜାତୀୟ ରାଜପଥ ଯାନବାହାନ ଚକଚଳ କମ ରହିଥିବା ବେଳେ ଓ ସୋର ଷ୍ଟେସନରେ ଯାତ୍ରୀମାନେ ଯାତାୟାତ କମ ରହିଛି । ସକାଳ ସାତଟାରୁ ବିଜେଡି କର୍ମୀ ପିକେଟିଂ ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ବିଜେଡି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ଛଅଟାରୁ ଦିନ ୨ ଟା ପର୍ଯ୍ୟନ୍ତ ବନ୍ଦ ରହିବ । 


ନିଆଁରେ ଜଳି ଯନ୍ତ୍ରଣାରେ ଛଟପଟ ହେବା ଠାରୁ ଜୁଇରେ ଜଳିବା ପର୍ଯ୍ୟନ୍ତ । ଏଫ୍ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନେଇ ତାତିଛି ରାଜ୍ୟ ରାଜନୀତି । ଆଉ ଏବେ ପୀଡ଼ିତାଙ୍କ ମୃତ୍ୟୁ ପରେ ବି ଥମିନି ରାଜନୈତିକ ଉଷ୍ଣତା । ମୃତ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନର ଧମକ ଦେଇଛନ୍ତି ବିରୋଧୀ ।

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଏମ୍ସ ପରିସରରେ ସାରାରାତି ଦେଖିବାକୁ ମିଳିଥିଲା ହାଇଡ୍ରାମା । ଯାହା ସକାଳେ ସାରା ରାଜ୍ୟକୁ ବ୍ୟାପିଥିଲା । ତଥାପି ଏତିକିରେ ସରିନି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାକୁ ଉଭୟ ବିଜେଡି ଓ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲେ । 

ଏହି ଅବସରରେ ସାରା ରାଜ୍ୟରେ କାଲି ବାନ୍ଦ ଡାକରା ଦିଆଯାଇଛି । ସ୍କୁଲ, କଲେଜ, ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଅପିଲ କରିଛନ୍ତି ପିସିସି ସଭାପତି । ଯାହାକୁ ନେଇ ଶାସକ ବିଜେପି କହିଛି, ସମ୍ବେଦନଶୀଳ ଘଟଣାରେ ତୁରନ୍ତ ଆକ୍ସନ ନିଆଯାଇଛି । ଅପରାଧୀକୁ ଛାଡ଼ିବେନି କି ଅପରାଧକୁ ବରଦାସ୍ତ କରିବେନି ମୋହନ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.