ଅନଲାଇନରେ ଦରଖାସ୍ତ କଲେ ଘରକୁ ଯିବେ ଅଧିକାରୀ, ଜିଲ୍ଲାରେ ଯୋଡ଼ି ହେବେ ୭,୯୦୦ ହିତାଧିକାରୀ

Published By : Prameya-News7 Bureau | August 23, 2025 IST

ଭଦ୍ରକ ୨୩।୮: ଆସିଲା ଟାର୍ଗେଟ୍, ରାସନ କାର୍ଡରେ ଯୋଡ଼ି ହେବେ ନୂଆ ୭ ହଜାର ୯ ଶହ  ହିତାଧିକାରୀ । ଭଦ୍ରକ ଜିଲ୍ଲାରେ ବିଭିନ୍ନ ବ୍ଲକରେ ରାସନ କାର୍ଡ ପାଇଁ ସରକାରୀ ଅଧିକାରୀ ହୁଅନ୍ତୁ ବା ହିତାଧିକାରୀ ସମସ୍ତଙ୍କୁ ହରଡ଼ ଘଣାରେ ପକାଇଥିବା ବେଳେ, ସମୟ କ୍ରମେ ରାସନ କାର୍ଡରେ ନାମ ଯୋଡିବା ହେଉ ବା ନୂତନ ରାସନ କାର୍ଡ ସବୁଥିରେ ସୁଧାର ଆସିଛି । ପୂର୍ବରୁ ବ୍ଲକ କାର୍ଯ୍ୟାଳୟ ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳିଥିବା ବେଳେ ତାହାକୁ ସରଳୀକରଣ କରିବା ପାଇଁ ହିତାଧିକାରୀ ପ୍ରଥମେ ଅନଲାଇନ କରି ନିଜ ଅଂଚଳର ରାସନ ଡିଲରଙ୍କ ପାଖରୁ ଇ-କେଓ୍ବାଇସି କରିବା ପରେ ନାମ ସଂଯୋଗ  କରାଯାଇଥିଲା । ତେବେ ଭଦ୍ରକ ବ୍ଲକ୍‌ରେ ଜାତୀୟ ଖାଦ୍ୟ ସୁରକ୍ଷାରେ ସରକାରଙ୍କ ତରଫରୁ ଆସିଥିବା ଟାର୍ଗେଟ ପୂରଣ ହୋଇଛି ଏବଂ ମୃତ, ବିବାହିତ ହିତାଧିକାରୀଙ୍କ ନାମକୁ ବାଦ ଦେଇ ଅତିରିକ୍ତ ଭାବରେ ଗରିବ ହିତାଧିକାରୀଙ୍କୁ ମଧ୍ୟ ଯୋଡ଼ାଯାଇଛି । କିନ୍ତୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ୭ ହଜାର ୯ ଶହ ହିତାଧିକାରୀଙ୍କୁ ଯୋଡିବାକୁ ଟାର୍ଗେଟ ଥିବା ବେଳେ ହିତାଧିକାରୀଙ୍କୁ ଏସ୍‌ଏଫ୍‌ଏସ୍‌ଏସ୍‌ରେ ଆବେଦନ କରିବାକୁ ଅନୁରୋଧ କରିଛନ୍ତି ବିଡ଼ିଓ ଓ ବ୍ଲକ୍ ଅଧ୍ୟକ୍ଷା । ଆବେଦନ ପରେ ବ୍ଲକ୍ ପକ୍ଷରୁ ଗଠିତ ଟିମ୍ ହିତାଧିକାରୀଙ୍କ ଘରକୁ ଯାଇ ତଦନ୍ତ କରି ଯୋଗ୍ୟଙ୍କୁ କାର୍ଡ ପ୍ରଦାନ କରିବା ନେଇ ଭଦ୍ରକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି । ଏହାସହ କୌଣସି ମଧ୍ୟସ୍ଥିଙ୍କୁ ବିଶ୍ୱାସ ନକରି ସିଧାସଳଖ ଭାବେ ଆସି ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓଙ୍କୁ ସାକ୍ଷାତ କରନ୍ତୁ ବୋଲି କହିଛନ୍ତି ବିଡ଼ିଓ । ଅନ୍ୟପଟେ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ କହିଛନ୍ତି ସଠିକ ଭାବରେ ହିତାଧିକାରୀଙ୍କୁ ସେବା ଯୋଗାଇ ଦିଆଯାଉଛି କୌଣସି ମଧ୍ୟସ୍ଥିଙ୍କୁ ବିଶ୍ୱାସ ନକରି ସିଧା ସଳଖ ଭାବେ ବ୍ଲକ୍ କାର୍ଯ୍ୟାଳୟରେ ସାକ୍ଷାତ କରିବା ପାଇଁ ଅନୁରୋଧ କରିଛନ୍ତି ।

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.