ଖୋଲିଲା ହୀରାକୁଦ୍ ଜଳଭଣ୍ଡାର ଡ୍ୟାମ୍‌ ଗେଟ୍, ପୂଜାର୍ଚ୍ଚନା ପରେ ଖୋଲାଗଲା ୭ ନମ୍ବର ଗେଟ୍‌

Published By : Prameya-News7 Bureau | July 06, 2025 IST

ସମ୍ବଲପୁର ୦୬।୦୭ : ଖୋଲିଲା ହୀରାକୁଦ ଡ୍ୟାମ୍‌ । ଚଳିତବର୍ଷ ପ୍ରଥମ ଥର ପାଇଁ ଛଡ଼ାଗଲା ହୀରାକୁଜ ଜଳଭଣ୍ଡାରର ଗେଟ୍‌ । ୭ ନମ୍ବର ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ପରେ ପର୍ଯ୍ୟାୟକ୍ରମେ ଅନ୍ୟ ଗେଟ୍‌ ସବୁ ଖୋଲାଯିବ ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । 

ଖବର ଅନୁଯାୟୀ, ଉପରମୁଣ୍ଡରେ ଲଗାଣ ବର୍ଷା ଲାଗି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଥିଲା । ଯାହାକୁ ଦୃଷ୍ଟିରେ ରଖି ୨ ଦିନ ତଳେ ଡାକବାଜି ଯନ୍ତ୍ର ଜରିଆରେ ହୀରାକୁଦ ଜଳଭଣ୍ଡାରରୁ ପାଣି ଛାଡିବା ନେଇ ପ୍ରଚାର କରାଯାଇଥିଲା। ପାଣି ଛାଡ଼ିବା ପୂର୍ବରୁ ତଳିଆ ଅଞ୍ଚଳ ଲୋକଙ୍କ ସତର୍କ କରାଯାଇଥିଲା । 


ସୂଚନାଯୋଗ୍ୟ ଯେ, ରବିବାର ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୦୯ ଦଶମିକ ୩୩ ଫୁଟ ରହିଛି। ଡ୍ୟାମକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୦ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଜଳସେଚନ ଓ ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ମୋଟ ୩୪ ହଜାର ୩୧୩ ଘନଫୁଟ ଜଳ ନିଷ୍କାସିତ ହେଉଛି।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.