ସାଟେଲାଇଟ୍ ସର୍ଭେରୁ ଧରାପଡ଼ିଲା ଫେକ୍ ଚାଷୀ, ସମସ୍ତଙ୍କୁ ସୋ’ କଜ୍ ନୋଟିସ୍ ଦେବେ ସରକାର

NEWS7
7-killed-3-injured-as-blast-in-up-fire-cracker-factory

ଭୁବନେଶ୍ୱର ୦୩।୧୨ : ସାଟେଲାଇଟ୍ ସର୍ଭେରୁ ଧରାପଡ଼ିଲା ଫେକ୍ ଚାଷୀ । ଇନ୍ପୁଟ୍ ସବ୍ସିଡି ଲୋଭରେ ଧାନ ବିକିବାକୁ ପଞ୍ଜିକୃତ କରିଛନ୍ତି ମାଳ ମାଳ ଚାଷୀ । ଏହି ସବୁ ଫେକ୍ ଚାଷୀଙ୍କୁ ସରକାର ସୋ କଜ୍ ନୋଟିସ୍ ଦେବେ ।

ସମବାୟ ବିଭାଗର ତଥ୍ୟ ଅନୁସାରେ, ୨୫ ଲକ୍ଷ ପ୍ଲଟର ସାଟେଲାଇଟ୍ ସର୍ଭେରୁ ସାମ୍ନାକୁ ଆସିଛି ୧୯ ଲକ୍ଷ ଫେକ୍ ପ୍ଲଟ । ଯେଉଁ ଜମିରେ ହେଉନି ଧାନ ଚାଷ । ତଥ୍ୟ କହୁଛି ଧାନ ବିକ୍ରି ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାର ୨୬ ଲକ୍ଷ ୧୪ ହଜାର ୧୩୭ଟି ପ୍ଲଟ ପଞ୍ଜିକୃତ ହୋଇଥିବା ବେଳେ ୨୪ ଲକ୍ଷ ୯୪ ହଜାର ୪୩୭ଟି ପ୍ଲଟର କ୍ଷେତ୍ରୀୟ ସର୍ବେକ୍ଷଣ ଶେଷ ହୋଇଛି | ସେଥିରୁ ୫ ଲକ୍ଷ ୪୬ ହଜାର ୫୯୧ଟି ପ୍ଲଟରେ ଧାନଚାଷ ହେଉଥିବା ପ୍ଲଟ ଭାବେ ଚିହ୍ନଟ କରାଯାଇଥିବା ବେଳେ ପାଖାପାଖି ୧୯ ଲକ୍ଷ ପ୍ଲଟରେ ଧାନ ଚାଷ ହେଉନଥିବା ଜଣାପଡିଛି | ଧାନଚାଷ ହେଉଥିବା ପ୍ଲଟ ଭାବେ ଦର୍ଶାଇଥିବା ଚାଷୀମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ସମସ୍ତ ଉପନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।