ମୋହନା: ଆନ୍ଧ୍ରପ୍ରଦେଶର ବାପତଲା ଜିଲ୍ଲା ବାଲିକୁରୁମା ପଥର ଖାଦାନରେ ବଡ଼ ବିସ୍ଫୋରଣ। ଏହି ବିସ୍ଫୋରଣରେ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦିଗପହଣ୍ଡିର ୪ ଜଣ ଓ ମୋହନା ୨ ଜଣ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି। ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।
ଖଣି କାର୍ଯ୍ୟ ସମୟରେ ବିସ୍ଫୋରଣ ପରେ ବଡ଼ ବଡ଼ ପଥର ଖସି ପଡ଼ିଥିଲା। ଶ୍ରମିକମାନେ ଭଗ୍ନାବଶେଷ ତଳେ ଫସି ରହିଥିଲେ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ।