ଟ୍ରାଫିକ ସିଗ୍ନାଲରେ ଧରିଲାନି ବ୍ରେକ, ଅଟୋ ଓଲଟି ୬ ଆହତ

Published By : Prameya-News7 Bureau | April 25, 2024 IST

ଭୁବନେଶ୍ବର: ଟ୍ରାଫିକ ସିଗ୍ନାଲରେ ଧରିଲାନି ବ୍ରେକ । ଓଲଟି ପଡ଼ିଲା ଅଟୋ। ଆହତ ହେଲେ ୬ ଜଣ। ଘଟଣା ଘଟିଛି ଭୁବନେଶ୍ବର ଡମଣା ଛକରେ। ସୂଚନା ଅନୁଯାୟୀ, ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି।

ସିଗ୍ନାଲ ନିକଟରେ ବ୍ରେକ୍ ନଧିବାରୁ ପାସେଞ୍ଜର ଅଟୋଟି ଓଲଟିପଡ଼ିଥିଲା । ଆଉ ଏଥିରେ ଡ୍ରାଇଭରଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ଜଣେ ମହିଳା ଏବଂ ଛୋଟ ଝିଅର ହାତ ଭାଙ୍ଗିଛି।ତେବେ ଘଟଣା ସୂଚନା ପାଇ ପୋଲିସ ପହଞ୍ଚି ଉଦ୍ଧାର କରିବା ସହ ହସ୍ପିଟାଲରେ ଭର୍ତ୍ତି କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.