ଆମେରିକୀୟ ଗଣମାଧ୍ୟମର ଦାବି, ରୁବିଓଙ୍କୁ ଡୋଭାଲ ଦେଇଥିଲେ ଏଭଳି ଚେତାବନୀ

NEWS7
50-years-of-cell-phone

ନୂଆଦିଲ୍ଲୀ: ଭାରତ ଟ୍ରମ୍ପଙ୍କ ଜିଦଖୋର ମନୋଭାବକୁ ଦୃଢ଼ ବିରୋଧ କରିଛି। ଯଦି ବାଣିଜ୍ୟ ଚୁକ୍ତି ନହୁଏ ତେବେ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବ ନୂଆଦିଲ୍ଲୀ। ରୁବିଓଙ୍କୁ ରୋକଠୋକ୍ ଶୁଣାଇ ଦେଇଛନ୍ତି NSA ଅଜିତ ଡୋଭାଲ। ଆମେରିକାର ପ୍ରକାଶିତ ରିପୋର୍ଟକୁ ନେଇ ବିଶ୍ୱ ରାଜନୀତିରେ ହଲଚଲ। ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଯାହାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସହଯୋଗୀମାନେ ଆମେରିକୀୟ ଲୋକଙ୍କ ପାଇଁ ଏକ ବଡ଼ ବିଜୟ ବୋଲି କହୁଛନ୍ତି। ଏହି ଦାବିଗୁଡ଼ିକର ମିଛ କହୁଛି ଆମେରିକାର ବ୍ଲୁମବର୍ଗ ନ୍ୟୁଜରେ ପ୍ରକାଶିତ ଏକ ଏକ ରିପୋର୍ଟ।

ରିପୋର୍ଟରେ କୁହାଯାଇଛି ଯେ ସେପ୍ଟେମ୍ବର ୨୦୨୫ ଆରମ୍ଭରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ମଧ୍ୟରେ ଏକ ବ୍ୟକ୍ତିଗତ ବୈଠକ ସମୟରେ ଭାରତ ଏକ ଦୃଢ଼ ମତ ରଖିଥିଲା। ଡୋଭାଲ ସ୍ପଷ୍ଟ ଭାବରେ ରୁବିଓଙ୍କୁ କହିଥିଲେ ଯେ ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସହଯୋଗୀମାନଙ୍କ ଧମକ ଦ୍ୱାରା ଭାରତ ଭୟଭୀତ ହେବ ନାହିଁ। ଯଦି ଉତ୍ତେଜନା ନକମେ ତେବେ ବାଣିଜ୍ୟ ଚୁକ୍ତି ପାଇଁ ୨୦୨୯ ପର୍ଯ୍ୟନ୍ତ ଅପେକ୍ଷା କରିପାରିବ।

ରିପୋର୍ଟ ଅନୁଯାୟୀ, ଏହି ବୈଠକ ଏପରି ସମୟରେ ହୋଇଥିଲା ଯେତେବେଳେ ଟ୍ରମ୍ପ ପ୍ରଶାସନ ଲଗାତାର ମୋଦି ସରକାରଙ୍କୁ ଧମକ ଦେଉଥିଲା। ଭାରତୀୟ ରପ୍ତାନି ଉପରେ ୫୦% ଶୁଳ୍କ ଲାଗୁ କରିଥିଲା, ଯାହା ସେହି ସମୟରେ ସର୍ବାଧିକ ଶୁଳ୍କ ଥିଲା। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଅଜିତ ଡୋଭାଲ ମାର୍କୋ ରୁବିଓଙ୍କୁ ମନେ ପକାଇ ଦେଇଥିଲେ ଯେ ଭାରତ ଅତୀତରେ ଅନେକ ଶତ୍ରୁତାପୂର୍ଣ୍ଣ ଆମେରିକୀୟ ପ୍ରଶାସନର ସମ୍ମୁଖୀନ ହୋଇଛି। ଟ୍ରମ୍ପ ଏବଂ ତାଙ୍କ ଅଧିକାରୀମାନେ ଭାରତକୁ ସାର୍ବଜନୀନ ଭାବରେ ସମାଲୋଚନା କରିବା ବନ୍ଦ କରନ୍ତୁ ଯାହା ଦ୍ୱାରା ସମ୍ପର୍କ ପୁନଃସ୍ଥାପିତ ହୋଇପାରିବ।

also- ରୁଷରୁ ତେଲ କିଣିବା ବନ୍ଦ କରିବାକୁ ରାଜି ହୋଇଛି କି ଭାରତ? କ୍ରେମଲିନର ସ୍ପଷ୍ଟୀକରଣ ପରେ ଆମେରିକା ଟେନସନ୍

ଡୋଭାଲ ସ୍ପଷ୍ଟ କରିଥିଲେ ଯେ ଭାରତ କୌଣସି ପ୍ରକାରର ଧମକକୁ ସହ୍ୟ କରିବ ନାହିଁ। ଏହି ବୈଠକ ପରେ ହିଁ ସେପ୍ଟେମ୍ବର ଶେଷ ଭାଗରେ ଟ୍ରମ୍ପଙ୍କ ସ୍ୱର ସାମାନ୍ୟ ନରମ ହୋଇଥିଲା, ଯେତେବେଳେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇବାକୁ ଫୋନ୍ କରିଥିଲେ। ଏହି ରିପୋର୍ଟ ନାମ ଗୋପନ ରଖିବା ସର୍ତ୍ତରେ କଥା ହୋଇଥିବା ଦିଲ୍ଲୀ ଅଧିକାରୀଙ୍କ ସୂଚନା ଉପରେ ଆଧାରିତ।

୨୦୨୫ ମେ ମାସରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ନୂଆଦିଲ୍ଲୀ ଟ୍ରମ୍ପଙ୍କ ଅସ୍ତ୍ରବିରତି ଦାବିକୁ ମିଥ୍ୟା ବୋଲି କହି ଖାରଜ କରିଦେବା ପରେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲାଲା। ଏହା ପରେ, ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ, ଯେପରିକି ନାଭାରୋ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ଉପରେ ତୀବ୍ର ଆକ୍ରମଣ ଆରମ୍ଭ କଲେ। ନାଭାରୋ ୟୁକ୍ରେନ୍ ଯୁଦ୍ଧକୁ "ମୋଦୀଙ୍କ ଯୁଦ୍ଧ" ବୋଲି କହି ରୁଷୀୟ ତୈଳ କ୍ରୟ କରିଥିବା ଅଭିଯୋଗ ଆଣିଥିଲେ। ଏହି ତିକ୍ତତା ମଧ୍ୟରେ, ଆମେରିକା ଭାରତୀୟ ସାମଗ୍ରୀ ଉପରେ ବିଶ୍ୱର ସର୍ବୋଚ୍ଚ ଶୁଳ୍କ ମଧ୍ୟରୁ ଗୋଟିଏ ଲାଗୁ କରିଥିଲା।