ରାସ୍ତା କଡ଼ ଦୋକାନ ଉପରେ ମାଡ଼ିଗଲା ଯାତ୍ରୀବାହୀ ବସ୍, ଗୁରୁତର ମେଡିକାଲରେ ଭର୍ତ୍ତି

NEWS7
5-soldiers-injured-as-terrorists-attack-army-vehicle-near-gulmarg-in-jk

ସୋର ୫।୩: ଦୋକାନ ଉପରକୁ ମାଡ଼ିଗଲା ବସ୍ । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଖଇରା ପରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର l

ଏ ଖବର ବି ପଢ଼ନ୍ତୁ:- ଥରେ ହ୍ବିପ୍ ଜାରି ହେବା ପରେ କୌଣସି ବିଧାୟକ କ୍ରସ୍ ଭୋଟ୍ କରିପାରିବେ ନାହିଁ

ସୂଚନାଯୋଗ୍ୟ ଯେ, ଗୁରୁବାର ବାଲେଶ୍ଵରରୁ କୁପାରୀ ଯାଉଥିବା ‘ଅନନ୍ୟା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ବାଲେଶ୍ୱରରୁ କୁପାରୀକୁ ୨୦ ଜଣ ଯାତ୍ରୀକୁ ନେଇ ଯାଉଥିଲା । ଏହି ସମୟରେ ଖଇରା ପଶୁ ଡାକ୍ତରଖାନା ନିକଟରେ ରାସ୍ତା କଡ଼ରେ ଥିବା ଏକ ଦୋକାନ ଉପରକୁ ବସ୍ଟି ମାଡ଼ିଯାଇଥିଲା । ଫଳରେ ଜଣେ ଯାତ୍ରୀ ଗୁରୁତର ହୋଇଛନ୍ତି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨୦ରୁ ଅଧିକ ଯାତ୍ରୀ ।

ଏ ଖବର ବି ପଢ଼ନ୍ତୁ:-ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ, CISFର ପ୍ରତିଷ୍ଠା ଦିବସରେ ଦେବେ ଯୋଗ

ତେବେ ଦୁର୍ଘଟଣାର କାରଣ ଜଣାପଡିନଥିବା ବେଳେ ଡ୍ରାଇଭରର ଅସାବଧାନତା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଇଥିବା ନେଇ ପ୍ରତ୍ୟକ୍ଷଦର୍ଶୀ କହିହିଛନ୍ତି । ବସ୍କୁ ଖଇରା ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି l