ଅଗଷ୍ଟ ୧ରୁ ୫ଟି ବଡ଼ ପରିବର୍ତ୍ତନ ; ବଦଳିବ କ୍ରେଡିଟ୍ କାର୍ଡ୍ ଓ UPI ନିୟମ, ବଢ଼ିପାରେ ମାସିକ ଖର୍ଚ୍ଚ...

Published By : Prameya-News7 Bureau | July 27, 2025 IST

ନୂଆଦିଲ୍ଲୀ: ପ୍ରତି ମାସ ପରି, ଅଗଷ୍ଟ ୨୦୨୫ରେ ଅନେକ ଆର୍ଥିକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ସାଧାରଣ ଲୋକଙ୍କ ପକେଟକୁ ପ୍ରଭାବିତ କରିପାରେ। କ୍ରେଡିଟ୍ କାର୍ଡ ନିୟମ ସହ LPG ମୂଲ୍ୟରେ ପରିବର୍ତ୍ତନ ହୋଇପାରେ। ଏହା ସହ UPI ସମ୍ପର୍କରେ ମଧ୍ୟ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଏହି ୬ଟି ପରିବର୍ତ୍ତନ ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବା ସହ ବଜେଟକୁ ବି ପ୍ରଭାବିତ କରିପାରେ। ଆସନ୍ତା ମାସରୁ କେଉଁ ସବୁ ନିୟମରେ ପରିବର୍ତ୍ତନ ହେଉଛି ଆସନ୍ତୁ ଜାଣିବା ।

କ୍ରେଡିଟ୍ କାର୍ଡରେ ପରିବର୍ତ୍ତନ- ଯଦି ଆପଣ ଜଣେ SBI କାର୍ଡଧାରୀ, ତେବେ ଆପଣଙ୍କୁ ଏକ ବଡ଼ ଝଟକା ଲାଗିପାରେ।  କାରଣ ଅଗଷ୍ଟ ୧୧ରୁ, SBI ଅନେକ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡରେ ଉପଲବ୍ଧ ମାଗଣା ବିମାନ ଦୁର୍ଘଟଣା ବୀମା କଭରକୁ ବନ୍ଦ କରିବାକୁ ଯାଉଛି। ଏପର୍ଯ୍ୟନ୍ତ, SBI, UCO ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ, PSB, କରୁର ବୈଶ୍ୟ ବ୍ୟାଙ୍କ, ଆଲ୍ଲାହାବାଦ ବ୍ୟାଙ୍କ ସହିତ, କିଛି ELITE ଏବଂ PRIME କାର୍ଡରେ ୧ କୋଟି କିମ୍ବା 50 ଲକ୍ଷ ଟଙ୍କାର କଭର ପ୍ରଦାନ କରୁଥିଲା।

LPG ମୂଲ୍ୟରେ ପରିବର୍ତ୍ତନ- ପ୍ରତି ମାସ ପରି, ଅଗଷ୍ଟ ମାସରେ ମଧ୍ୟ  LPG କିମ୍ବା କମର୍ସିଆଲ୍ ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ହୋଇପାରେ। ଜୁଲାଇ ୧ରେ, ୧୯ କିଲୋ କମର୍ସିଆଲ୍ ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ କରାଯାଇଥିଲା ଏବଂ ଏହା ୬୦ ଟଙ୍କା ଶସ୍ତା ହୋଇଥିଲା। କମର୍ସିଆଲ୍ ସିଲିଣ୍ଡର ମୂଲ୍ୟରେ ଅନେକ ଥର ପରିବର୍ତ୍ତନ ହୋଇଛି। କିନ୍ତୁ LPG ସିଲିଣ୍ଡରର ମୂଲ୍ୟ ଏପର୍ଯ୍ୟନ୍ତ ପରିବର୍ତ୍ତନ ହୋଇନାହିଁ। ଏପରି ପରିସ୍ଥିତିରେ, ଅଗଷ୍ଟ ୧ରୁ LPG ମୂଲ୍ୟରେ ହ୍ରାସ ଆଶା କରାଯାଉଛି।

UPI ନିୟମରେ ପରିବର୍ତ୍ତନ - ଅଗଷ୍ଟ ୧ରୁ UPI ସମ୍ପର୍କିତ ଅନେକ ନୂଆ ନିୟମ ଲାଗୁ ହେବ। ଯଦି ଆପଣ ନିୟମିତ ଭାବରେ Paytm, PhonePe, GPay କିମ୍ବା ଅନ୍ୟ କୌଣସି ପେମେଣ୍ଟର  ତୃତୀୟ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି। ତେବେ National Payments Corporation of India (NPCI) ଆପଣଙ୍କ ଚାପ କମାଇବାକୁ ଏବଂ ଉତ୍ତମ ପେମେଣ୍ଟ ସୁବିଧା ପ୍ରଦାନ କରିବା ପାଇଁ ଅନେକ ନିୟମ ପରିବର୍ତ୍ତନ କରିଛି। NPCI କିଛି ନୂଆ ଲିମିଟେସନ୍ ଲାଗୁ କରିଛି।  ଯାହା ଆପଣଙ୍କ ପେମେଣ୍ଟକୁ ପ୍ରଭାବିତ କରିବ ନାହିଁ।  କିନ୍ତୁ ବାଲାନ୍ସ ଯାଞ୍ଚ, ଷ୍ଟାଟସ୍ ରିଫ୍ରେଶ ଏବଂ ଅନ୍ୟାନ୍ୟ ଜିନିଷ ଉପରେ ଲିମିଟ୍ ଲାଗିଛି।

CNG, PNGର ମୂଲ୍ୟରେ ପରିବର୍ତ୍ତନ- ପ୍ରାୟତଃ ଦେଖାଯାଏ ଯେ, ତେଲ କମ୍ପାନୀଗୁଡ଼ିକ ପ୍ରତି ମାସରେ CNG ଏବଂ PNGର ମୂଲ୍ୟରେ ମଧ୍ୟ ପରିବର୍ତ୍ତନ କରନ୍ତି। କିନ୍ତୁ ଏପ୍ରିଲ୍ ପରଠାରୁ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। CNG-PNGର ମୂଲ୍ୟରେ ଶେଷ ଥର ପାଇଁ ଏପ୍ରିଲ୍ ୯ରେ ପରିବର୍ତ୍ତନ ହୋଇଥିଲା। ସେତେବେଳେ ମୁମ୍ବାଇରେ CNG ₹ ୭୯.୫୦/ କିଲୋଗ୍ରାମ ଏବଂ PNG ₹ ୪୯ /ୟୁନିଟ୍ ଥିଲା। ଏହି ବୃଦ୍ଧି ଛଅ ମାସରେ ଚତୁର୍ଥ ଥର ପାଇଁ କରାଯାଇଥିଲା।

ATF ମୂଲ୍ୟ- ଏୟାର ଟର୍ବାଇନ୍ ଇନ୍ଧନ (ATF) ର ମୂଲ୍ୟ ମଧ୍ୟ ଅଗଷ୍ଟ ୧ରୁ ପରିବର୍ତ୍ତନ ହୋଇପାରେ।  କାରଣ ତେଲ ମାର୍କେଟିଂ କମ୍ପାନୀଗୁଡ଼ିକ କେବଳ LPG ମୂଲ୍ୟ ନୁହେଁ ବରଂ ମାସର ପ୍ରଥମ ଦିନରେ ଏୟାର ଟର୍ବାଇନ୍ ଇନ୍ଧନର ମୂଲ୍ୟ ମଧ୍ୟ ପରିବର୍ତ୍ତନ କରନ୍ତି। ଏହାର ମୂଲ୍ୟରେ ପରିବର୍ତ୍ତନ ସିଧାସଳଖ ଯାତ୍ରୀଙ୍କ ଟିକେଟ୍ ମୂଲ୍ୟକୁ ପ୍ରଭାବିତ କରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.