୧୪୫ ଜଣ ଆତଙ୍କବାଦୀ ନିପାତ କଲା ପାକିସ୍ତାନ: ଭାରତ ଉପରେ ଦୋଷ ଲଦିଲା

NEWS7
5-robbers-arrested-various-weapons-seized-chandikhol

କ୍ୱେଟ୍ଟା: ଆତଙ୍କବାଦୀର ଭୂସ୍ୱର୍ଗ ଭାବେ ପରିଚିତ ପାକିସ୍ତାନ ନିଜର ଏହି କଳୁଷିତ ଛବି ଲୁଚାଇବା ପାଇଁ ଭାରତ ଉପରେ ଦୋଷ ଲଦିବାର ପୁରୁଣା ଧାରା ଜାରି ରଖିଛି। ଏବେ ନିକଟରେ ପାକିସ୍ତାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭୟଙ୍କର କ୍ଷତି ହୋଇଥିଲା। ଏଥିରେ ୩୩ ଜଣ ପାକିସ୍ତାନୀ ନାଗରିକଙ୍କର ମୃତ୍ୟୁ ହୋଇଥିଲା ୧୦ରୁ ଅଧିକ ପାକିସ୍ତାନ ସୁରକ୍ଷାକର୍ମୀଙ୍କଜୀବନ ଯାଇଥିଲା।

ଏହାପରେ ପାକିସ୍ତାନ ଦେଶରେ ଆତଙ୍କବାଦୀ ସଫେଇ ଅଭିଯାନ ଆରମ୍ଭ କରିଥିଲା। ଅଶାନ୍ତ ଦକ୍ଷିଣ-ପଶ୍ଚିମ ପ୍ରଦେଶ ବେଲୁଚିସ୍ତାନରେ ଦୀର୍ଘ ୪୦ ଘଣ୍ଟାଧରିଆତଙ୍କବାଦ ବିରୋଧୀ ଅଭିଯାନ କରି ୧୦୦ ଆତଙ୍କବାଦୀଙ୍କୁ ସଫା କରାଯାଇଛି ବୋଲି ରବିବାର ପାକିସ୍ତାନ ସରକାର ସୂଚନା ଦେଇଛନ୍ତି। ବଡ଼କଥା ହେଲା ଏହିସବୁ ଆତଙ୍କବାଦୀଙ୍କୁ ପାକିସ୍ତାନ ଭାରତ ସମର୍ଥିତ ଆତଙ୍କବାଦୀ ବୋଲି କହିଛି।

ଶନିବାର ଭୋରରୁ ବେଲୁଚିସ୍ତାନର ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ ହୋଇଥିଲା ଏବଂ ଏଥିରେ ପାଞ୍ଚ ଜଣ ମହିଳା ଏବଂ ତିନି ଜଣ ଶିଶୁ ସମେତ ୧୮ ଜଣ ସାଧାରଣ ନାଗରିକ ଏବଂ ୧୫ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା ବୋଲି ପାକିସ୍ତାନ କର୍ତ୍ତୃପକ୍ଷ କହିଛନ୍ତି। ବେଲୁଚିସ୍ତାନ ରାଜ୍ୟର ମୁଖ୍ୟମନ୍ତ୍ରୀ ସରଫରାଜ ବୁଗତି କ୍ୱେଟାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସୈନ୍ୟ ଏବଂ ପୋଲିସ ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରି "ଫିତନା ଅଲ-ହିନ୍ଦୁସ୍ତାନ"ର ୧୪୫ ଜଣ ସଦସ୍ୟଙ୍କୁ ହତ୍ୟା କରିଛନ୍ତି। ପାକିସ୍ତାନ ବଲୁଚିସ୍ତାନ ଲିବରେସନ ଆର୍ମି ବିରୁଦ୍ଧରେ ଏହି ନାଁ ବ୍ୟବହାର କରୁଛି। ବିଏଲ୍ଏକୁ ଭାରତ ସମର୍ଥନ କରୁଛି ବୋଲି ପାକିସ୍ତାନ ଅଭିଯୋଗ କରି ଆସୁଛି। ଗତ ଦୁଇ ଦିନ ମଧ୍ୟରେ ଯେତିକି ଆତଙ୍କବାଦୀ ହତ୍ୟା କରାଯାଇଛି, ଗତ ଦଶନ୍ଧୀ ମଧ୍ୟରେ ସେତେମାତ୍ରାରେ ହତ୍ୟା କରାଯାଇ ନାହିଁ ବୋଲି ପାକିସ୍ତାନ କହିଛି।

ସରଫରାଜ ବୁଗତି କହିଛନ୍ତି ଯେ ୧୪୫ ଆତଙ୍କବାଦୀଙ୍କ ମରଶରୀର ଆମ କଷ୍ଟୁଡିରେ ରହିଛି। ସେମାନଙ୍କ ମଧ୍ୟରେ କିଛି ଆଫଗାନିସ୍ତାନ ନାଗରିକ ଅଛନ୍ତି। ପୁଣିଥରେ ଭାରତ ଉପରେ ଦୋଷ ଲଦି ବଗତୀ କହିଛନ୍ତି "ଭାରତ-ସମର୍ଥିତ ଆତଙ୍କବାଦୀମାନେ" ଲୋକମାନଙ୍କୁ ବନ୍ଧକ ରଖିବାକୁ ଚାହୁଁଥିଲେ କିନ୍ତୁ ସହର ସେଣ୍ଟରରେ ପହଞ୍ଚି ପାରିଲେ ନାହିଁ।