ଭେନେଜୁଏଲା ପରେ ଇରାନ ଉପରେ ଟ୍ରମ୍ପଙ୍କ ଆଖି, ଡ଼ରିକି ଋଷ ପଳେଇବେ ସପରିବାର !

NEWS7
5-players-who-went-unsold-in-ipl-2025-but-were-signed-for-psl-

ନୂଆଦିଲ୍ଲୀ ୦୫/୦୧: ଭେନେଜୁଏଲା ପରେ ଇରାନ । ସବୁଠାରୁ ବଡ଼ ସଙ୍କଟ ଦେଇ ଗତି କରୁଛି ଇରାନ୍ । ଗୋଟିଏ ପଟେ ଦେଶରେ ଜନତାଙ୍କ ଆକ୍ରୋଶ । ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ଚେତାବନୀ । ଯାହାକୁ ନେଇ ଚିନ୍ତାରେ ଇରାନ ସରକାର । ଏହାରି ଭିତରେ ଚର୍ଚ୍ଚା ବଢାଇଛି ବ୍ରିଟିଶ ଗଣମାଧ୍ୟମର ଚାଞ୍ଚଲ୍ୟକର ଦାବି ।  ଦାବି ଅନୁଯାୟୀ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଦେଶ ଛାଡ଼ି ପଳାଇବାକୁ ଯୋଜନା କରୁଛନ୍ତି । ଯାହା ଶୁଣିବାକୁ ମିଳିଛି ଋଷକୁ ପଳାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଖାମେନି ।

ରିପୋର୍ଟ ଅନୁଯାୟୀ ଖାମନେଇଙ୍କ ଏହି ଯୋଜନାକୁ କୁହାଯାଇଛି ପ୍ଲାନ ବି । ଏହି ଯୋଜନା ମାଧ୍ୟମରେ ୮୬ ବର୍ଷୀୟ ଖାମେନି ତାଙ୍କ ପରିବାର ଏବଂ ସହଯୋଗୀଙ୍କ ସହ ପାଖାପାଖି ୨୦ ଜଣଙ୍କୁ ସୁରକ୍ଷିତ ନେବାକୁ ବ୍ୟବସ୍ଥା କରୁଛନ୍ତି । ତେବେ ଏହି ଯୋଜାନରେ ଖାମେନିଙ୍କ ବିଶାଳ ସମ୍ପତ୍ତି ନେଟୱର୍କକୁ ବି ବାହାରକୁ ନେବାର ଯୋଜନା ଅଛି । ପ୍ଲାନ ବିରେ ଖାମେନି ନିଜ ପୁଅ ଅଥବା ତାଙ୍କ ଉତ୍ତରାଧିକାରୀ ମୋଜବାତା ଖାମନେଇଙ୍କୁ ମଧ୍ୟ ସାଥିରେ ନେଇଯିବେ ବୋଲି କୁହାଯାଉଛି ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଖାମନେଇ ଋଷକୁ ହିଁ ପଳାୟନ କରିବେ କାରଣ ଋଷ ବ୍ୟତିତ ତାଙ୍କ ପାଖେ ଆଉ କୌଣସି ସ୍ଥାନ ନାହିଁ । ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଖାମେନି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପ୍ରଶଂସା କରିଛନ୍ତି । ଆଉ କହିଛନ୍ତି ଯେ, ଇରାନୀ ସଂସ୍କୃତି, ରୁଷ ସଂସ୍କୃତି ସହିତ ଅଧିକ ସମାନତା ଅଛି । ରିପୋର୍ଟ ଅନୁସାରେ ଖାମନେଙ୍କ ସମ୍ପତ୍ତିର ମୂଲ୍ୟ ପାଖାପାଖି ୯୫ ଅରବ ଡଲାର ଆକଳଳ କରାଯାଇଥିଲା । ତେବେ ଖାମେନେଇ ନିଜ ପରିବାର ସହ ଋଷରେ ଆଶ୍ରୟ ନେଇପାରନ୍ତି।