JEE-2026 ନାଁରେ ନକଲି ଓ୍ୱେବସାଇଟ୍ : ରେଜଲ୍ଟ ଦେଖିବା ସମୟରେ ରୁହନ୍ତୁ ସତର୍କ, ନଚେତ...

NEWS7
5-players-who-went-unsold-in-ipl-2025-but-were-signed-for-psl-

ନୂଆଦିଲ୍ଲୀ, ୧୬/୦୨ : ଖୁବ୍ ଶୀଘ୍ର JEE-2026 ରେଜଲ୍ଟ । ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ଓ୍ୱେବସାଇଟରେ ନିଜର ରେଜଲ୍ଟ ପାଇଁ ଅପେକ୍ଷା କରିଛନ୍ତି । ଯାହାର ଫାଇଦା ନେବାକୁ ଅନେଇ ବସିଛନ୍ତି ସାଇବର ଠକ । ସରଳ ଏବଂ କମ୍ ବୟସର ଶିଶୁଙ୍କୁ ସେମାନେ ଟାର୍ଗେଟ୍ କରିବାକୁ ପ୍ରସ୍ତୁତ କରିଛନ୍ତି ଫେକ୍ ଓ୍ୱେବସାଇଟ୍ । ଏନେଇ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ସତର୍କତା ଜାରି କରିଛି । ଏହାସହ କେବଳ ସଠିକ୍ ଓ୍ୱେବସାଇଟ୍ ଆକସେସ୍ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ।

ଏହି ଖବରଟି ପଢନ୍ତୁ... ଭାରତଠୁ ହାରିବା ପରେ ପାକିସ୍ତାନ ଟଳମଳ ! ସୁପର-୮କୁ ଯିବା କଷ୍ଟକର, ନିର୍ଣ୍ଣାୟକ ହେବ ନାମିବ୍ୟା ସହ ଲଢ଼େଇ

ସାଧାରଣତଃ କୌଣସି ରେଜଲ୍ଟ ବାହାରିବା ଦିନ ଓ୍ୱେବସାଇଟରେ ଟ୍ରାଫିକ୍ ବଢିଯାଏ । ଛାତ୍ରମାନେ ଲିଙ୍କରେ କ୍ଲିକ୍ କରି ନିଜର ରେଜଲ୍ଟ ଦେଖିବାକୁ ବ୍ୟଗ୍ର ହୋଇଯାଆନ୍ତି । ଏହାର ସୁଯୋଗ ନେଇ ସାଇବର ଠକମାନେ ଏନଟିଏର ଓ୍ୱେବସାଇଟ୍ ଭଳି ସମାନ ଦେଖାଯାଉଥିବା ଓ୍ୱେବସାଇଟ୍ ପ୍ରସ୍ତୁତ କରନ୍ତି । ଯାହାର ୟୁଆରଏଲ ମଧ୍ୟ ପ୍ରାୟ ସମାନ ରହିଥାଏ । ହେଲେ ଏଥିରେ ଛୋଟ ପରିବର୍ତ୍ତନ ସେମାନେ କରିଥାନ୍ତି । ଯାହା ସହଜରେ ନଜରରେ ପଡିନଥାଏ ।

କେମିତି ଜାଣିବେ ଜାଲ୍ ଓ୍ୱେବସାଇଟ୍

ଅନେକ ଫର୍ଜି ଓ୍ୱେବସାଇଟରେ nic.in ଜାଗାରେ .com କିମ୍ବା .in ବ୍ୟବହାର କରାଯାଏ । କିଛି ନାଁ ମଝିରେ ଅତିରିକ୍ତ ଅକ୍ଷର ଯୋଡାଯାଏ । ଅର୍ଥାତ ବନାନ ବା ସ୍ପେଲିଂରେ ସାମାନ୍ୟ ପରିବର୍ତ୍ତନ କରିଦିଅନ୍ତି ହ୍ୟାକରମାନେ । ଯାହା ଆଖିକୁ ସାଧାରଣ ଭାବେ ସମାନ ଦେଖାଯାଏ । କିନ୍ତୁ ଭଲ ଭାବେ ଦେଖିଲେ ନକଲି ଓ୍ୱେବସାଇଟ୍ ଚିହ୍ନି ହେବ ।

ଏନଟିଏ ଛାତ୍ରଙ୍କୁ ସ୍ପଷ୍ଟ କରିଛି ଯେ, ଜେଇଇ ପରୀକ୍ଷାର ଫଳ କେବଳ ଅଫିସିଆଲ ଓ୍ୱେବସାଇଟରେ ଉପଲବ୍ଧ ହେବ । ଏହାବ୍ୟତୀତ ଅନ୍ୟ କୌଣସି ଓ୍ୱେବସାଇଟରେ ରେଜଲ୍ଟ ଜାଣିହେବ ନାହିଁ । ନକଲି ଓ୍ୱେବସାଇଟରେ ହ୍ୟାକରମାନେ ଛାତ୍ରଛାତ୍ରୀଙ୍କ ଜରୁରୀ ତଥ୍ୟ ଚୋରି କରି ନିଅନ୍ତି । ଯେଉଁଥିରେ ଆଧାର କାର୍ଡ, ପାନ୍ କାର୍ଡ ସମେତ ବ୍ୟାଙ୍କ ତଥ୍ୟ ମଧ୍ୟ ରହିଥାଏ । ଏହାଦ୍ୱାରା ସାଇବର ଅପରାଧ ବୃଦ୍ଧି ପାଏ ।

କିଛି କିଛି ଜାଗରେ ନକଲି ଓ୍ୱେବସାଇଟ୍ ଛାଚ୍ରଛାତ୍ରୀଙ୍କୁ ପ୍ରଲୋଭନ ଦେଖାଇଥାନ୍ତି । ସେମାନେ ସିଟ୍ କନଫର୍ମ, ମାର୍କ ବୃଦ୍ଧି କରିବାକୁ ଦାବି କରନ୍ତି । ଯାହା ଦ୍ୱାରା ଛାତ୍ରଛାଚ୍ରୀ ଫସିଯାଆନ୍ତି । ବିଶେଷଜ୍ଞଙ୍କ କହିବାନୁସାରେ, ଛାତ୍ରଛାତ୍ରୀମାନେ ତିନୋଟି କଥା ଉପରେ ଧ୍ୟାନ ଦେବା ଜରୁରୀ । ସେମାନେ କୌଣସି ସନ୍ଦିଗ୍ଧ ଲିଙ୍କକୁ କ୍ଲିକ୍ କରିବା ଅନୁଚିତ । ରେଜଲ୍ଟ ଦେଖିବା ପାଇଁ ଗୁରଲ ସର୍ଚ୍ଚ କରିବା ବଦଳରେ ସିଧାସଳଖ ଓ୍ୱେବସାଇଟ୍ ଆକସେସ୍ କଲେ ସଠିକ ତଥ୍ୟ ମିଳିପାରିବ ।

ସୂଚନାଯୋଗ୍ୟ, ଚଳିତ ଥର ୧୩ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଜେଇଇ ଦେଇଛନ୍ତି । ରେଜଲ୍ଟ ଆସିବା ପରେ ସମସ୍ତେ ଏକାସଙ୍ଗରେ ରେଜଲ୍ଟ ଦେଖିଥାନ୍ତି । ଫଳରେ ଓ୍ୱେବସାଇଟ୍ ସ୍ଲୋ ହୁଏ । ତେଣୁ ଅନେକ ସମୟରେ ହ୍ୟାକରମାନେ ନକଲି ଓ୍ୱେବସାଇଟ୍ ତିଆରି କରି ସାଇବର୍ ଅପରାଧ ଘଟାଇବାର ପୂର୍ବରୁ ନଜିର ରହିଛି ।