LIVE TV

୧୨ ଦିନ ହସ୍ପିଟାଲରେ ୧୨ ଦିନ ଘରେ, ଧର୍ମେନ୍ଦ୍ରଙ୍କ ଶେଷ ୨୪ ଦିନ କଟିଥିଲା ଏମିତି..

NEWS7
5-lakh-25-thousand-7-hundred-32-cusecs-of-water-is-flowing-near-naraj-by-9-pm

ମୁମ୍ବାଇ ୨୪।୧୧: ବଲିଉଡର ସବୁଠୁ ବଡ଼ ଚେହେରାଙ୍କ ମଧ୍ୟରେ ଅନ୍ୟତମ ଧର୍ମେନ୍ଦ୍ର ନଭେମ୍ବର ୨୪ରେ ତାଙ୍କ ପରିବାର ଓ ଫ୍ୟାସନଙ୍କୁ ଛାଡି ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ସେ ଦୀର୍ଘ ସମୟ ହେଲା ଅସୁସ୍ଥ ଥିଲେ। ତାଙ୍କୁ ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେ ସୁସ୍ଥ ହେବା ପରେ ଘରକୁ ଫେରିଥିଲେ। ତେବେ ଧର୍ମେନ୍ଦ୍ର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେବାଠାରୁ ଏ ପର୍ଯ୍ୟନ୍ତ ତାଙ୍କର ଦିନସବୁ କିପରି କଟିଥିଲା ଆସନ୍ତୁ ଜାଣିବା ପୁରା ଟାଇମ୍ ଲାଇନ।

ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ଯୋଗୁ ଧର୍ମେନ୍ଦ୍ରଙ୍କୁ ଅକ୍ଟୋବର ୩୧ ତାରିଖ ଦିନ ହସ୍ପିଟାଲରେ ଆଡମିଟ କରାଯାଇଥିଲା। ଏହା ପରେ ୩ ତାରିଖରେ ପତ୍ନୀ ହେମାମାଲିନୀ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଗଣମାଧ୍ୟମକୁ ଅପଡେଟ୍ ଦେଇଥିଲେ। ଏୟାରପୋର୍ଟରେ ସ୍ପଟ ହୋଇଥିବା ଅଭିନେତ୍ରୀଙ୍କୁ ପାପରାଜୀ ଧର୍ମେନ୍ଦ୍ରଙ୍କ ହାଲଚାଲ ପଚାରିବାରେ ସେ ହାତ ଯୋଡି କହିଥିଲେ ‘ଠିକ୍’ ଅଛନ୍ତି। ଏହା ପରେ ନଭେମ୍ବର ୧୦ ତାରିଖରେ ଖବର ଆସିଥିଲା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଉଦବେଗଜନକ ଓ ତାଙ୍କୁ ଭେଣ୍ଟିଲେଟରକୁ ସିଫ୍ଟ କରାଯାଇଛି। ତେବେ ଭେଣ୍ଟିଲେଟର ଖବର ପ୍ରସାରଣକୁ ସନିଦେଓଲଙ୍କ ଟିମ୍ ଖାରଜ କରିଦେଇଥିଲେ।

ସନି ଦେଓଲଙ୍କ ଟିମ୍ କହିଥିଲେ ଯେ ସାରଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ଓ ସୁଧାର ହେଉଛି ସେ ଡାକ୍ତରଙ୍କ ଦେଖରେଖରେ ଅଛନ୍ତି। ଏହା ପରେ ସଲମାନ ଖାନ ଧର୍ମେନ୍ଦ୍ରଙ୍କୁ ଦେଖିବାକୁ ବ୍ରିଚକ୍ୟାଣ୍ଡି ହସ୍ପିଟାଲ ଯାଇଥିଲେ। ଧର୍ମେନ୍ଦ୍ର ଓ ସଲମାନଙ୍କ ସମ୍ପର୍କ ସମସ୍ତଙ୍କୁ ବେଶ୍ ଜଣା। ତେବେ ଏହି ସମୟରେ ସଲମାନ ମିଡିଆ ଉପରେ ରାଗୁଥିବାର ଦେଖାଯାଇଥିଲେ। ନଭେମ୍ବର ୧୦ ତାରିଖରେ ହେମାମାଲିନୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲଥିବା ଓ ସେ ସୁସ୍ଥ ହେଉଥିବା ସୂଚିତ କରିଥିଲେ। ଏଥି ପାଇଁ ସେ ଫ୍ୟାନସଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ।

ତେବେ ନଭେମ୍ବର ୧୧ ରେ ଆଶ୍ଚର୍ଯ୍ୟଜନକ ଖବର ସବୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ଜିତେନ୍ଦ୍ରଙ୍କ ପଡିଯିବାର ଭିଡିଓଠାରୁ ଆରମ୍ଭ କରି ପ୍ରେମ ଚୋପ୍ରା ହସ୍ପିଟାଲରେ ଭର୍ତ୍ତି ହେଉଥିବାର ଦୃଶ୍ୟ ଭାଇରାଲ ହୋଇଥିଲା। ଧର୍ମେନ୍ଦ୍ର ପୂର୍ବରୁ ହସ୍ପିଟାଲରେ ଆଡମିଟ ଥିବା ବେଳେ ତାଙ୍କ ପରଲୋକ ହୋଇଥିବା ନେଇ ଫେକ୍ ଖବର ପ୍ରସାରଣ ଆରମ୍ଭ ହୋଇଯାଇଥିଲା। ଏହି ସବୁ ଖବର ଧର୍ମେନ୍ଦ୍ରଙ୍କ ପରିବାର ଲୋକଙ୍କୁ ଅସନ୍ତୁଷ୍ଟ କରିଥିଲା। ଏଥିରେ ଇଶା ଦେଓଲ ତାଙ୍କ ଇଂଷ୍ଟା ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିଲେ ସୋସିଆଲ ମିଡିଆରେ ମିଛ ଖବର ପ୍ରସାରିତ ହେଉଥିବା ସେ ଜଣାଇଥିଲେ।

ନଭେମ୍ବର ୧୨ ତାରିଖରେ ଧର୍ମେନ୍ଦ୍ର ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ଘର ଲୋକେ ଆଶ୍ୱସ୍ଥ ହୋଇଥିଲେ। ସକାଳ ସାଢେ ୭ଟା ବେଳେ ଧର୍ମେନ୍ଦ୍ରଙ୍କୁ ଆମ୍ବୁଲାନ୍ସ ଯୋଗେ ତାଙ୍କ ଘରକୁ ନିଆଯାଇଥିଲା। ପୁରା ସୋସିଆଲ ମିଡିଆ ସେଦିନ ଖୁସି ଖବରରେ ଭରି ଯାଇଥିଲା। ପରିବାର ଅଫିସିଆଲ ଷ୍ଟେଟମେଣ୍ଟ ଜାରି କରି ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରୁ ଛୁଟି ମିଳିଥିବା ଓ ସେ ଘରେ ରିକୋଭର କରିବେ ବୋଲି କୁହାଯାଇଥିଲା। ଏଣୁ ତାଙ୍କୁ ନେଇ କୌଣସି ଅଟକଳବାଜୀ ନ କରିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଥିଲା।

ଏହା ପରେ ତାଙ୍କ ଘରକୁ ବଲିଉଡ କଳାକାରଙ୍କ ଯିବା ଆସିବା ଲାଗି ରହିଥିଲା। ଏଥିରେ ଅମିତାଭ ବଚ୍ଚନ ନିଜେ କାର ଚଳାଇ ଧର୍ମେନ୍ଦ୍ର ଙ୍କୁ ଭେଟିବା ପାଇଁ ଘରେ ପହଞ୍ଚିଥିଲେ। ନଭେମ୍ବର ୨୦ ତାରିଖ ବେଳକୁ ଧର୍ମେନ୍ଦ୍ର ରିକୋଭର କରୁଥିବାର ଭଲ ଖବର ମଧ୍ୟ ଆସିଥିଲା। ତେବେ ମାତ୍ର ୪ ଦିନ ପରେ ୨୪ ତାରିଖରେ ଧର୍ମେନ୍ଦ୍ର ଇହଲିଳା ସମ୍ବରଣ କରିଥିବା ସ୍ପଷ୍ଟ ହୋଇଛି। ଆରମ୍ଭରେ ଧର୍ମେନ୍ଦ୍ରଙ୍କୁ ସ୍ୱଭାବିକ ଚେକଅପ୍ ପାଇଁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କୁ ୧୨ ଦିନ ପର୍ଯ୍ୟନ୍ତ ଆଡମିଟ୍ ରଖାଯାଇଥିଲା। ତାଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା। ୮୯ ବର୍ଷ ବୟସରେ ଧର୍ମେନ୍ଦ୍ରଙ୍କ ଲଙ୍ଗସ୍ ଓ ହାର୍ଟ ଆଉ ଏତେ ମଜଭୁତ ନଥିଲା। ସେ ଥକ୍କା ଅନୁଭବ କରୁଥିଲେ ଓ ଅକ୍ସିଜେନ ଅଭାବରୁ ନିଶ୍ୱାସପ୍ରଶ୍ୱାସ ଫୁଲୁଥିଲା। ଧର୍ମେନ୍ଦ୍ର ବାରମ୍ବର ଏହି ସମସ୍ୟା ଭୋଗୁଥିଲେ ଯାହା ବୟସ ଜନିତ ଥିଲା।