ଚାକିରିର ଥୋପ ପକାଇ ଯୁବତୀ,ମହିଳାଙ୍କୁ ଯୌନ ଶୋଷଣ, ୨ ଅଭିଯୁକ୍ତ ସମେତ ୩ ଗିରଫ,୩ ଫେରାର

NEWS7
5-countries-with-no-india-population

ଭୋପାଳ ୨୪/୨: ଘର,ଖାଦ୍ୟ ସହ ମାସକୁ ମିଳିବ ୧୦ ହଜାର । ଏମିତି ଭଲ ସୁଯୋଗ କିଏ ବା କାହିଁକି ହାତ ଛଡା କରିବାକୁ ଚାହିଁବ ।ଏହି ଲୋଭନୀୟ ଅଫର  ଅନେକ ଯୁବତୀ ମହିଳା ଟାଣି ଆଣୁଥିଲା ।ଅଫିସରେ ଆସି ଦେଖା କରିବା ପରେ ସେମାନଙ୍କୁ ପ୍ରତିଶ୍ରୁତି ମୁତାବକ ଚାକିରି ବି ମିଳୁଥିଲା । କିନ୍ତୁ ଥରେ ଜଏନ କଲା ପରେ ଭିତରର ଚିତ୍ର ପୁରା ବଦଳି ଯାଉଥିଲା । ସେଠି ଚାକିରି କରିବାର ଅର୍ଥ ଥିଲା ଦୁଷ୍କର୍ମର ଶିକାର ହେବା, ବଳପୂର୍ବକ ଧର୍ମ ପରିବର୍ତ୍ତନ କରିବା ଓ ସେକ୍ସ ରାକେଟେର ସାମିଲ ହେବା । ଚାକିରିର ଥୋପ ପକାଇ ଆର୍ଥିକ ଦୁର୍ବଳ ଶ୍ରେଣୀର ଯୁବତୀ ଓ ମହିଳାଙ୍କୁ କରୁଥିଲେ ଟାର୍ଗେଟ କରୁଥିଲେ ୨ ଭଉଣୀ । ଅନେକ ଦିନ ଧରି ଏମିତି ଚଲାଇଥିଲେ ବେପାର ।

କହନ୍ତି ନା ଚୋର ଘର ସବୁବେଳେ ଅନ୍ଧାର ନଥାଏ । ସେଇ ଆଇନରେ  ୨ ଭଉଣୀଙ୍କ କଳାକାରନାମା ମଧ୍ୟ ଧରାପଡିଯାଇଛି । ଜଣେ ସହଯୋଗୀଙ୍କ ସହ ୨ ଭଉଣୀଙ୍କୁ ବାନ୍ଧିଛି ପୋଲିସ । ସେମାନଙ୍କର ନେଟୱର୍କର ଚେର କେତେଯାଏ ଲମ୍ବିଛି ତାର ଛାନ୍‌ଭିନ୍‌ ଚଳାଇଛି ପୋଲିସ ।  ଭୋପାଳରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର । ଭୋପାଳର ବାଗ୍‌ ସେୱାନିଆ ଷ୍ଟେସନରେ ୨୧ ଓ ୩୨ ବର୍ଷୀୟ ୨ ମହିଳାଙ୍କ ପୃଥକ ପୃଥକ ଅଭିଯୋଗ ପରେ ସେକ୍ସ ରାକେଟର ଗୁମର ଫିଟିଛି । ୨ ଭଉଣୀଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ପୋଲିସକୁ ଚକ୍‌ମା ଦେଇ ଅନ୍ୟ ୩ ଅଭିଯୁକ୍ତ ଫେରାର ଅଛନ୍ତି ।

ବାଗ୍‌ ସେୱାନିଆ ଥାନା ପୋଲିସ କହିଛି ପୂର୍ବରୁ ଆବାସ ନଗରର ଏକ ବସ୍ତିରେ ରହୁଥିଲେ ୨ ଭଉଣୀ । କିନ୍ତୁ ଏବେ ବିଳାସମୟ ଭିଲ୍ଲାକୁ ସିଫ୍ଟ ହୋଇଯାଇଛନ୍ତି । ପୋଲିସ ସନ୍ଦେହ କରୁଛି ହଠାତ ସେମାନଙ୍କର ଜୀବନ ଶୈଳୀ ଏତେ ପରିବର୍ତ୍ତନ କେମିତି ହେଲା । ଚାକିରି ଲୋଭରେ ଯୁବତୀ ଓ ମହିଳାଙ୍କୁ ଶୋଷଣ ସହ ଜଡିତ ବେଆଇନ କାର୍ଯ୍ୟକଳାପ ମାଧ୍ୟମରେ ପାଣ୍ଠି ଯୋଗାଡ କରୁଥାଇପାରନ୍ତି । ପୀଡିତା ମାନେ ଅଭିଯୋଗ କରିଛନ୍ତି ଅଭିଯୁକ୍ତମାନେ ସେମାନଙ୍କୁ ଘର,ଖାଦ୍ୟ ସହ ୧୦ହଜାର ଟଙ୍କା ମିଳିବାର ପ୍ରତିଶ୍ରୁତି ଦେଉଥିଲେ । ଉନ୍ନତ ଜୀବନଶୈଳୀର ଲୋଭ ଦେଖାଉଥିଲେ ଚାକିରିରେ ଯୋଗ ଦେବା ପରେ ପାର୍ଟି,ପବ୍‌ ସହ ଅନେକ ସାମାଜିକ ସମାବେଶକୁ ଯିବାକୁ ବାଧ୍ୟ କରାଯାଉଥିଲା । ଅନେକ ସମୟରେ ଧନୀ ପୁରୁଷମାନଙ୍କ ସହ ସଂପର୍କ ରଖିବାକୁ ଚାପ ପକାଯାଉଥିଲା ।କେବଳ ଏତିକିରେ ସେମାନଙ୍କର ଅତ୍ୟାଚାର ସରିନଥିଲା ଡ୍ରଗ୍ସ ସମେତ ମଦ ପିଇବାକୁ କୁହାଯାଉଥିଲା । ଅନେକ ପୀଡିତା ଆହୁରି ଅଭିଯୋଗ କରିଛନ୍ତି ଇଚ୍ଛା ବିରୋଧରେ ନିଶା ଖୁଆଇ ଯୌନ ନିର୍ଯାତନା ଦିଆଯାଉଥିଲା ।

ଛତିଶଗଡର ଜଣେ ପୀଡିତା କହିଛନ୍ତି ଗତବର୍ଷ ଡିସେମ୍ବରରେ ତାଙ୍କୁ କାମ ବାହାନାରେ ଅହମ୍ମଦାବାଦ ଅଣାଯାଇଥିଲା । କେବଳ ଯୌନ ନିର୍ଯାତନା ଦେଉନଥିଲେ ରାଜି ନହେଲେ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଛାଉନଥିଲେ । ଭୋପାଳର ଆଉ ଜଣେ ଅଭିଯୋଗକାରୀ କହିଛନ୍ତି ସେ ୨ ଭଉଣୀଙ୍କ ଘରେ ସହାୟକ ଭାବରେ କାମ କରୁଥିଲେ । ସେଠାରୁ ତାଙ୍କ ସହ ସହଯୋଗୀ ସଂପର୍କୀୟ ଘରକୁ ନେଇ ଦୁଷ୍କର୍ମ କରିଥିଲା । ଘଟମା ସଂପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାର ଧମକ ମିଳୁଥିଲା ।

ସେହିପରି ଆଉ ଜଣେ ପୀଡିତା କହିଛନ୍ତି ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଥିଲା । ଜୋର ଜବରଦସ୍ତ ଧର୍ମାନ୍ତରୀକରଣ ଅଭିଯୋଗ ସହ ମାମଲାଟି ଏବେ ସମ୍ବେଦନଶୀଳ ମୋଡ ନେଇଛି । ପୋଲିସ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍‌ ଜବତ କରିଛି । ପ୍ରାଥମିକ ଯାଞ୍ଚରୁ ଅନେକ ଯୁବତୀଙ୍କ ଫଟୋ ଥିବା ହ୍ବାଟ୍ସ ଆପ୍‌ ଗ୍ରୁପ ସାମ୍ନାକୁ ଆସିଛି । ସେକ୍ସ ରାକେଟର ଏହି ଚେର କେତେ ଦୂର ଲମ୍ବିଛି ତାର ନେଟୱେର୍କ ଖୋଜୁଛି ପୋଲିସ । କାହିଁକି ନା ପୀଡିତାମାନେ ଅଭିଯୋଗ କରିଥିଲେ ସେମାନଙ୍କୁ କେବଳ ଭୋପାଳ ନୁହେଁ ଗୁଜରାଟ ଓ ମୁମ୍ବାଇକୁ ପଠାଇ ଅଜଣା ଲୋକଙ୍କ ସହ ସଂପର୍କ ରଖିବାକୁ ବାଧ୍ୟ କରାଯାଉଥିଲା । ଯଦି ସେମାନେ ଚାକିରି ଛାଡିବାକୁ ଚେଷ୍ଟା କରୁଥିଲେ ସେମାନଙ୍କୁ ଭୟଭୀତ କରାଯାଉଥିଲା । ସେମାନଙ୍କ ଅଜାଣତରେ ଉଠାଯାଇଥିବା ଫୋଟ ଦେଖାଇ ବ୍ଲାକମେଲ୍‌ କରାଯାଉଥିଲା । ଗିରଫ ୩ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି । ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍‌ ଚାଲିଛି । ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବା ନେଇ ସୂଚନା ଦେଇଛ ।

Read Also: ଚାକିରିର ଥୋପ ପକାଇ ଯୁବତୀ,ମହିଳାଙ୍କୁ ଯୌନ ଶୋଷଣ, ୨ ଅଭିଯୁକ୍ତ ସମେତ ୩ ଗିରଫ,୩ ଫେରାର