ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣା : ଗିରଫ ୫ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

Published By : Prameya-News7 Bureau | July 15, 2025 IST

ଭୁବନେଶ୍ବର ୧୫।୭: ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଗିରଫ ୫ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ । ୨୯ନଂ ୱାର୍ଡ କର୍ପୋରେଟର ଅପରୂପ ନାରାୟଣ ରାଉତ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ ଓ ସଞ୍ଜୀବ ମିଶ୍ରଙ୍କୁ ଜାମିନ ମିଳିଛି । ପୂର୍ବରୁ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ସମାନ ମାମଲାରେ ଜାମିନ ମିଳିସାରିଛି ।  

ସୂଚନାଯୋଗ୍ୟ ଯେ, ଗତ ଜୁନ୍‌ ୩୦ ତାରିଖରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ  ବିଏମ୍‌ସି ଅଫିସ ଭିତରେ ମରଣାନ୍ତକ  ଆକ୍ରମଣ କରିଥିଲେ । ତାଙ୍କୁ ଅଭିଯୋଗ ପ୍ରକୋଷ୍ଠରୁ ଘୋଷାଡ଼ି ବିଧା, ଗୋଇଠା  ମାଡ଼ ସହ ଅପହରଣ ଉଦ୍ୟମ ହୋଇଥିଲା । ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବା ନେଇ ଆରମ୍ଭରୁ ଅଭିଯୋଗ ଉଠିଥିଲା । ପୋଲିସ ଏହି ମାମଲାରେ ବିଜେପି କର୍ପୋରେଟର ଜୀବନ ରାଉତଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା । ପରେ ସମାନ ମାମଲାରେ ଜଗନ୍ନା ପ୍ରଧାନଙ୍କୁ ଗିରଫ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜରକୁ ପଠାଯାଇଥିଲା । ଜୁଲାଇ ୯ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ।  ଜଣେ ଜାମିନଦାର ଓ ୩୦ ହଜାର ଟଙ୍କା ବଦଳରେ ଜଗନ୍ନାଥଙ୍କୁ ଜାମିନ ମିଳିଥିଲା ।

You Can Read:

ରାସ୍ତାରେ ଚାଲୁଛି ଆଣ୍ଠୁଏ ଆଣ୍ଠୁଏ ପାଣି, ଠିକା ସଂସ୍ଥାକୁ ଦାୟୀ କରି ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.