News7 Logo

ଆଗାମୀ ୩ ବର୍ଷରେ ପୂରଣ ହେବ ୪୫ ହଜାର ରେଗୁଲାର ଶିକ୍ଷକ ପଦବୀ, ନିଯୁକ୍ତ ହେବେନି ଚୁକ୍ତି ଭିତ୍ତିକ ଶିକ୍ଷକ

NEWS7
CM

ଭୁବନେଶ୍ବର ୫।୯: ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ବୋଧନ । ଶିକ୍ଷା କ୍ଷେତ୍ରରେ ଦୁଇଟି କଥାକୁ ବଡ଼ ଆହ୍ବାନ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ପ୍ରଥମଟି ହେଲା ଡ୍ରପ୍ ଆଉଟ୍ । ଦ୍ୱିତୀୟ ହେଉଛି ଗୁଣାତ୍ମକ ଶିକ୍ଷା । ଉଭୟ କଥାକୁ ଚିନ୍ତାଜନକ କହିଲେ ମୁଖ୍ୟମନ୍ତ୍ରୀ । ଡ୍ରପ୍ ଆଉଟ୍ ହାରକୁ ଦୂର କରିବାକୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ପଡ଼ିବ । ଜନଜାତି ବର୍ଗରୁ ବେଶୀ ଡ୍ରପ୍ ଆଉଟ୍ ଦେଖିବାକୁ ମିଳୁଛି । ଏହା ଚିନ୍ତାଜନକ ।

ପୂର୍ବ ସରକାର ଗୁଣାତ୍ମକ ଶିକ୍ଷା ପ୍ରଦାନ ଯୋଗାଇବାରେ ବିଫଳ ହୋଇଥିଲେ । ଶିକ୍ଷକ ନିଯୁକ୍ତି ଠିକ୍ ନଥିଲା । ଗୋଟିଏ ଗୋଟିଏ ସ୍କୁଲରେ ଶିକ୍ଷକ ନଥିଲେ । ଅନେକ ସ୍କୁଲରେ ଜଣେ ଶିକ୍ଷକରେ ସ୍କୁଲ ଚାଲୁଥିଲା । ସେ ନିଜେ ଅନୁଭବ କରିଥିବା କହିଲେ ମୁଖ୍ୟମନ୍ତ୍ରୀ ।

ଜାତୀୟ ଶିକ୍ଷାନୀତି ଲାଗୁ କରିବାକୁ ୫ ବର୍ଷ ଲାଗିଲା । ପୂର୍ବ ସରକାର ଲାଗୁ କରି ନଥିଲେ । ଲାଗୁ କରିଥିଲେ ୫ ବର୍ଷ ତଳୁ ପିଲା ବହୁତ ବେନିଫିଟ ପାଇଥାନ୍ତେ । ଏହା ରାଜନୀତି କରାଯାଉ ନାହିଁ ।

ସ୍କୁଲରେ ସାନ୍ତାଳୀ ଭାଷାରେ ପାଠ ପଢାଯିବ । ଅଲଚିକି ଭାଷାରେ ପାଠ ପଢିବେ ଛାତ୍ରଛାତ୍ରୀ । ପ୍ରସ୍ତୁତି ଚାଲିଛି । ଆଉ ଯଦି କେଉଁ ଭାଷାକୁ କେନ୍ଦ୍ର ସରକାର ଅନୁମତି ଦିଅନ୍ତି ତେବେ ସେ ଭାଷାରେ ବି ସ୍କୁଲରେ ପାଠ ପଢ଼ାଯିବ ।

ନିପୂଣ ଓଡ଼ିଶା ମିଶନକୁ ପୁରିଲା ବର୍ଷେ । ଗପ, ଗୀତ ଓ ଖେଳରେ ଭଲ କରିବେ । ଭାଷା ସୁଦୃଢ ହେବ । ପଠନ ଅଭିଯାନ ଆଜି ଆରମ୍ଭ ହୋଇଛି । ଏହି ମିଶନରେ ନୂଆ ଭାବେ ଆଜିଠୁ ପଢ଼ିବା ଗଢ଼ିବା ଓଡ଼ିଶା କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହେଲା ।

ଜାତୀୟ ଶିକ୍ଷା ନୀତି ଆଧାରରେ ପ୍ରତି ପଂଚାୟତରେ ଗୋଟିଏ ମଡେଲ ସ୍କୁଲ ହେବ । ବେସରକାରୀ ସ୍କୁଲକୁ ଟପିବ ସରକାରୀ ସ୍କୁଲ । ୬୭୯୪ ପଂଚାୟତରେ ହେବ ମଡେଲ ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ଶହ ୩୫ ମଡେଲ ସ୍କୁଲ ତିଆରି ହେବ । ପ୍ରତି ବିଦ୍ୟାଳୟରେ ଖର୍ଚ୍ଚ ହେବ ୫ରୁ ୭କୋଟି ଟଙ୍କା । କଣ କଲେ ଗୁଣାତ୍ମକ ଶିକ୍ଷା ବଢିବ ତାକୁ ଗୁରୁତ୍ଵ ଦିଆଯିବ । ଶିଶୁ ବାଟିକାରେ ଜଣେ ଲେଖାଏଁ ଶିଶୁ ସେବିକା ନିଯୁକ୍ତି ହେବେ ।

ଗତ ବର୍ଷ ବଜେଟରୁ ୧୮ପ୍ରତିଶତ ଅଧିକ ଏଥର ଶିକ୍ଷା ବଜେଟ । ଅନ୍ୟ ବିଭାଗ ଅପେକ୍ଷା ବେଶୀ । ୩୧ ହଜାର କୋଟି ବ୍ୟୟ ବରାଦ କରାଯାଇଛି । ଶିକ୍ଷା ବଜେଟକୁ ନେଇ ଦେଶର ଶ୍ରେଷ୍ଠ ୫ ରାଜ୍ୟ ଭିତରେ ଓଡ଼ିଶା ଗୋଟିଏ ରାଜ୍ୟ । ଆଗାମୀ ୩ ବର୍ଷରେ ୪୫ ହଜାର ରେଗୁଲାର ଶିକ୍ଷକ ନିଯୁକ୍ତି ହେବେ । ଆଉ ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି ହେବ ନାହିଁ ।