ଝାରସୁଗୁଡା ୮।୭: ଝାରସୁଗୁଡା ଜିଲ୍ଲାରେ ଅବୈଧ ବାଂଲାଦେଶୀ ନାଗରିକ ଏବଂ ରୋହିଙ୍ଗ୍ୟାମାନଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଛି । ସୋମବାର ରାତିରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ୪୪୪ ଜଣଙ୍କୁ ଯାଞ୍ଚ ପାଇଁ ଅଣାଯାଇଛି । ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଯାଞ୍ଚ ପାଇଁ ଦୁଇଟି ହୋଲ୍ଡିଂ ସେଣ୍ଟର କରାଯାଇଛି । ଝାରସୁଗୁଡା ବ୍ଲାକ ଡାଇମଣ୍ଡ ଇଂଜିନିୟରିଂ କଲେଜ ଓ ବ୍ରଜରାଜନଗର ହିଲଟପ୍ କଲ୍ୟାଣ ମଣ୍ଡପରେ ଅଟକ ରଖାଯାଇ ତଦନ୍ତ ଜାରି ରହିଛି ।
ଝାରସୁଗୁଡା ଜିଲ୍ଲାରେ ବହୁ ସଂଖ୍ୟକ ବାଂଲାଦେଶୀ ରହିଥିବା ସୂଚନା ମିଳିବା ପରେ କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ନିର୍ଦ୍ଦେଶ ଅନୁସାରେ ଝାରସୁଗୁଡା ଜିଲ୍ଲା ପୋଲିସ ସ୍ୱତନ୍ତ୍ର ସ୍କ୍ବାଡ୍ ଗଠନ କରି ବାଂଲାଦେଶୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି । ଝାରସୁଗୁଡାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଏସ୍ପି ସ୍ମିଥ ପରମାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
You Can Read:
ରାଜଘାଟ ଠାରେ ସୁବର୍ଣ୍ଣରେଖା ବୁଧବାର ସନ୍ଧ୍ୟା ସୁଦ୍ଧା ସତର୍କ ସଂକେତକୁ ଯିବ, ହେଲେ ତାପରେ ଆଉ ବଢିବ ନାହିଁ