ପାକିସ୍ତାନ ପାଇଁ ସବୁଠୁ ଖରାପ ସମୟ...ପରାଜୟ ପରେ ବିବାଦରେ ନକଭି : ହଟାଇବାକୁ ଦାବି କଲେ ପୂର୍ବତନ କ୍ରିକେଟର

NEWS7
443-eggs-laid-by-four-turtles-at-udaipur-beach

ନୂଆଦିଲ୍ଲୀ, ୧୭/୦୨ : ଭାରତଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ପାକିସ୍ତାନ । ଟି୨୦ ବିଶ୍ୱକପ୍ ଲିଗ୍ ମୁକାବିଲାରେ ଟିମ୍ ଇଣ୍ଡିଆ ଆଗରେ ପାକ୍ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଦେଇଛି । ୧୭୬ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପାକ୍ ଟିମ୍ ୧୧୪ରେ ଅଟକି ଯାଇଛି । ଯାହାକୁ ନେଇ ଫ୍ୟାନ୍ସ ଖପ୍ପା । ପୂର୍ବତନ ଖେଳାଳି ମଧ୍ୟ କରୁଛନ୍ତି ଟାର୍ଗେଟ୍ । ଏହାରି ଭିତରେ ପାକ୍ ପୂର୍ବତନ ଖେଳାଳି ମହମ୍ମଦ ୟୁସୁଫ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଟାର୍ଗେଟ୍ କରିଛନ୍ତି ।

ପାକିସ୍ତାନର ପୂର୍ବତନ ଅଧିନାୟକ ମହମ୍ମଦ ୟୁସୁଫ କହିଛନ୍ତି ଯେ, ପିସିବିର କାର୍ଯ୍ୟପ୍ରଣାଳୀକୁ ନେଇ ସେ ସନ୍ତୁଷ୍ଟ ନାହାଁନ୍ତି । ଦଳର ଅନେକ ସମସ୍ୟା ରହିଛି । ଖେଳାଳିଙ୍କ ମଧ୍ୟରେ ଯେତିକି ସମସ୍ୟା ନାହିଁ ମ୍ୟାନେଜମେଣ୍ଟରେ ବେଶି ସମସ୍ୟା ରହିଛି । ଯାହାକୁ ସୁଧାରିବା ଦରକାର । ଅନେକ ଖେଳାଳିଙ୍କୁ ମନଇଚ୍ଛା ସିଲେକ୍ଟ କରାଯାଉଛି । ପ୍ରତିଭା ବଦଳରେ ଫେଭରେଟିଜିମ୍ ପାକିସ୍ତାନ କ୍ରିକେଟକୁ ନଷ୍ଟ କରିଦେଇଥିବା ସେ ପ୍ରକାଶ କରିଛନ୍ତି ।

ୟୁସୁଫ ଆହୁରି କହିଛନ୍ତି ଯେ, ପାକିସ୍ତାନ କ୍ରିକେଟରୁ ରାଜନୈତିକ ହସ୍ତକ୍ଷେପ ଏବଂ ବ୍ୟକ୍ତିଗତ ଏଜେଣ୍ଡା ନ ହଟିବା ଯାଏଁ କିଛି ଲାଭ ହେବନି । ଏସବୁ ହଟିଲେ ଦଳ ପୁଣି ଥରେ ପୂର୍ବଭଳି ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି । ବର୍ତ୍ତମାନର ଟି୨୦ ବିଶ୍ୱକପ୍ ପାକିସ୍ତନ ପାଇଁ ଇତିହାସରେ ସବୁଠୁ ଖରାପ ଟୁର୍ଣ୍ଣାମେଣ୍ଟ । ଯେଉଁମାନେ କିଛି କରିପାରୁ ନାହାଁନ୍ତି ସେମାନଙ୍କୁ ପିସିବିରୁ ତୁରନ୍ତ ବିଦା କରିବା ଦରକାର ବୋଲି ସେ କହିଛନ୍ତି । ଅର୍ଥାତ ସେ ପରୋକ୍ଷରେ ମୋହସିନ ନକଭିଙ୍କୁ ଟାର୍ଗେଟ୍ କରିଛନ୍ତି ।

ୟୁସୁଫଙ୍କ ବୟାନ ପରେ ପାକିସ୍ତାନ କ୍ରିକେଟରେ କିପରି ଏକଛତ୍ରବାଦ ଚାଲିଛି ତାହା ସ୍ପଷ୍ଟ ଭାବେ ଜଣାପଡୁଛି । ପିସିବିର ରାଜନୈତିକ ହସ୍ତକ୍ଷେପ, ଭୁଲ ଚୟନ, ପ୍ରଶାସନିକ ଅବବ୍ୟସ୍ଥାର ଫଳ ଦଳ ଭୋଗୁଛି । ମୋହସିନ୍ ନକଭିଙ୍କ କାର୍ଯ୍ୟଧାରାକୁ ଅନେକ ପସନ୍ଦ କରୁନାହାଁନ୍ତି । ସୋଏବ ଅଖତର ଏବଂ ସାହିଦ ଆଫ୍ରିଦି ପୂର୍ବରୁ ନକଭିଙ୍କୁ ନେଇ ପ୍ରଶ୍ନ ଉଠାଇ ସାରିଛନ୍ତି ।