LIVE TV
LIVE TV

ଭାରତ ଏବଂ ଆମେରିକା ମଧ୍ୟରେ ୭,୯୯୫ କୋଟିର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ: କେତେ ଗୁରୁତ୍ୱପୂର୍ଣ୍ଣ ଏହି ଡିଲ୍ ?

NEWS7
443-eggs-laid-by-four-turtles-at-udaipur-beach

ନୂଆଦିଲ୍ଲୀ:ଭାରତ ଏବଂ ଆମେରିକା ଶୁକ୍ରବାର ₹୭,୯୯୫ କୋଟି (୧.୭ ବିଲିୟନ ଆମେରିକୀୟ ଡଲାର) ମୂଲ୍ୟର ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି କରିଛନ୍ତି। ଏହି ଚୁକ୍ତି ଭାରତୀୟ ନୌସେନାର MH-60R ମଲ୍ଟି ରୋଲ ହେଲିକପ୍ଟର(MH-60R Multi-role Fleet) ରକ୍ଷଣାବେକ୍ଷଣ ଏବଂ ସପୋର୍ଟ ସିଷ୍ଟମକୁ ସୁଦୃଢ଼ କରିବା ପାଇଁ ହୋଇଛି। ଏହି ଚୁକ୍ତି ୫ ବର୍ଷ ପାଇଁ ହୋଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।

ଏହି ହେଲିକପ୍ଟରଗୁଡ଼ିକ ସେମାନଙ୍କର ଉନ୍ନତ ଟେକ୍ନୋଲୋଜୀ, ଆଣ୍ଟି ସବମରିନ କ୍ଷମତା ଏବଂ ସାମୁଦ୍ରିକ ମିଶନରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଜଣାଶୁଣା। ତେଣୁ ଏଗୁଡ଼ିକର ରକ୍ଷଣାବେକ୍ଷଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହି ଚୁକ୍ତିନାମା ଆମେରିକାର ଫରେନ ମିଲିଟାରି ସେଲ୍ସ ପ୍ରୋଗ୍ରାମ କାର୍ଯ୍ୟକ୍ରମ ଅଧୀନରେ ସ୍ୱାକ୍ଷରିତ ହୋଇଛି।

ଏହି ଚୁକ୍ତିନାମା ଅନୁସାରେ, ସ୍ପେୟାର ପାର୍ଟସର ଯୋଗାଣ, ସହାୟକ ଉପକରଣର ଉପଲବ୍ଧତା, ଉତ୍ପାଦନ ସହାୟତା, ଯାନ୍ତ୍ରିକ ସହାୟତା, ପ୍ରଶିକ୍ଷଣ ସୁବିଧା ଓ ଅତ୍ୟାବଶ୍ୟକ ପାର୍ଟସର ମରାମତି ଏବଂ ପୁନଃ ଯୋଗାଣ ଆଦି ଡିଲ୍ ସାମିଲ୍ ରହିଛି। ଏହି ଚୁକ୍ତି ଅନୁସାରେ ଭାରତର ମରାମତି ଏବଂ ରକ୍ଷଣାବେକ୍ଷଣ ସୁବିଧା ସ୍ଥାପନ କରାଯିବ।

ଭାରତ ଏହାର ପୁରୁଣା ନୌସେନା ହେଲିକପ୍ଟର ଶ୍ରେଣୀକୁ ଆଧୁନିକୀକରଣ କରିବା ପାଇଁ ୨୦୨୦ ମସିହାରେ ଆମେରିକାରୁ ପ୍ରାୟ ₹୧୭,୫୦୦ କୋଟି ମୂଲ୍ୟର ୨୪ଟି ଲକହିଡ୍ ମାର୍ଟିନ୍-ସିକୋର୍ସ୍କି MH-60R ମଲ୍ଟି-ରୋଲ୍ ହେଲିକପ୍ଟର ଅର୍ଡର କରିଥିଲା। ଏଥିମଧ୍ୟରୁ ପନ୍ଦରଟି ଆସିଯାଇଛି। ଅବଶିଷ୍ଟ ବିମାନଗୁଡ଼ିକ ଆସନ୍ତା ବର୍ଷ ଆସିବ ବୋଲି ନୌସେନା ଅଧିକାରୀମାନେ କହିଛନ୍ତି। ତେଣୁ ଏସବୁ ହେଲିକପ୍ଟର ଯତ୍ନ ପାଇଁ ଏହି ଡିଲ୍ ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିଛି।