ଚୌଦାର ଜେଲ୍ ସୁପରିଟେଣ୍ଡଙ୍କ ନାଁରେ ସାଂଘାତିକ ଅଭିଯୋଗ, ଜେଲରଙ୍କ ଜାଲ୍ ଦସ୍ତଖତ ଦେଇ ଭୂଆଁ ବୁଲାଇଥିଲେ

NEWS7
430-flights-cancelled-27-airports-closed-till-may-10

କଟକ: ଚୌଦ୍ଵାର ଜେଲରୁ ବିହାରୀ କଏଦୀ ଚମ୍ପଟ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା। ଜେଲ୍ ଅଧୀକ୍ଷକଙ୍କ ନାଁରେ ତତ୍କାଳୀନ ଜେଲରଙ୍କ ସାଂଘାତିକ ଅଭିଯୋଗ। ଚୌଦ୍ଵାର ସର୍କଲ ଜେଲ ସିନିୟର୍ ସୁପରିଟେଣ୍ଡ ସୁଜିତ କୁମାର ରାଉଳଙ୍କ ବିରୋଧରେ ଚୌଦ୍ଵାର ଥାନାରେ ଏତଲା । ଏତଲା ଦେଲେ ଚୌଦ୍ଵାର ପୂର୍ବତନ ଜେଲର ସନ୍ତୋସିନୀ ଦାସ । ନିଜ ପଦବୀର ଅପ ବ୍ୟବହାର, ଦସ୍ତଖତ ଜାଲିଆତି, ଅଫିସ ରେକର୍ଡ ହେରଫେର ଅଭିଯୋଗରେ ଏତଲା ଦେଇଛନ୍ତି ସନ୍ତୋସିନୀ।

୨୦୨୫ ଜାନୁଆରୀ ୪ରେ ସୁନା ଦୋକାନରୁ ଦ୍ବିପ୍ରହରରେ ଲୁଟ ଉଦ୍ୟମ । ୪ ବିହାରୀ ଅପରାଧିଙ୍କ ଲୁଟ ଉଦ୍ୟମକୁ ବିଫଳ କରିଥିଲେ ସ୍ଥାନୀୟ ଲୋକେ । ଲୋକଙ୍କ ଭିଡ଼ରୁ ବର୍ତ୍ତିବା ପାଇଁ ଅପରାଧି ଗୁଳି ଚଳାଇ ଦୁଇ ଜଣ ନୀରିହ ଲୋକଙ୍କ ଜୀବନ ନେଇଥିଲେ । ନୀଳମାଧବ ପଣ୍ଡା ଓ ଅନିଲ ରାୟ ଦୁଇ ସ୍ଥାନୀୟ ଯୁବକଙ୍କୁ ହତ୍ୟା କରି ଫେରାର ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ ୨ ଅପରାଧୀ । ଲୋକଙ୍କ କବଳରୁ ପୋଲିସ ଅପରାଧିଙ୍କୁ ମୁକୁଳାଇ ଜେଲ୍ ପଠାଇଥିଲା । ଲୋକେ ଆଶ୍ବସ୍ତ ହୋଇଥିଲେ ।

ହେଲେ ଘଟଣାର ୯ ମାସ ପରେ ଗତ ୩ ତାରିଖରେ ରାଜ୍ୟର ସବୁଠାରୁ ସୁରକ୍ଷିତ ଚୌଦ୍ବାର ଜେଲରୁ ଫେରାର ହେବାରେ ସକ୍ଷମ ହେଲେ ଡକାୟତ ମଧୁକାନ୍ତ ଓ ରାଜା ସାହାଣୀ ।ତେବେ ଏହି ଘଟଣାରେ ଆଉ ଏକ ନୂଆ ମୋଡ଼ ଆସିଛି । ଆଜି ଜେଲ ସିନିୟର୍ ସୁପରିଟେଣ୍ଡ ସୁଜିତ୍ କୁମାର ରାଉଳଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଚୌଦ୍ବାର ଜେଲର ପୂର୍ବତନ ଜେଲର ସନ୍ତୋସିନୀ ଦାସ । ଦସ୍ତଖତ ଜାଲିଆତି, ଅଫିସ ରେକର୍ଡ ହେରଫେର ଅଭିଯୋଗରେ ଚୌଦ୍ବାର ଥାନାରେ ଏତଲା ଦେଇଛନ୍ତି ସନ୍ତୋସିନୀ ।

ସନ୍ତୋସିନୀଙ୍କ ଅଭିଯୋଗ ମୁତାବକ ଅକ୍ଟୋବର ୨ ତାରିଖ ଦିନ ସିସିଟିଭି ମୁତାବକ ସୁପରିଟେଣ୍ଡ ଜେଲକୁ ସକାଳେ ଏକ ଘଣ୍ଟା ପାଇଁ ଆସି ପଳାଇ ଯାଇଥିଲେ । ଅଫିସ୍ ରେକର୍ଡ ଅନୁସାରେ ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜେଲରେ ଥିଲେ । ଚମ୍ପଟ ମାରିବାର ଘଟଣା ତଦନ୍ତ ହେଲା ପରେ ସୁପରିଟେଣ୍ଟ ଜେଲରଙ୍କ ଜାଲ ଦସ୍ତଖତ କରି ଜେଲରଙ୍କ ପରାମର୍ଶରେ ଛୁଟି ନେଇ ଖୋର୍ଦ୍ଧା ଯାଇଥିଲେ ବୋଲି ଦର୍ଶାଇ ଥିଲେ ।

ଏହା ସହ ସନ୍ତୋସିନୀଙ୍କ କହିବା ମୁତାବକ ଗୋଟେ ମଣିଷ ସିସିଟିଭି ଫୁଟେଜ ମୁତାବକ ଜେଲରେ ୧ ଘଣ୍ଟା ଥିଲେ ପରେ ତଦନ୍ତ ବେଳେ ଖୋର୍ଦ୍ଧା ଯାଇଥିଲେ ତ କିପରି ଭାବରେ ଅଫିସ ଗେଟ ଇନ୍ ଆଉଟ୍ ରେଜିଷ୍ଟରରେ ସନ୍ଧ୍ୟା ପର୍ଯ୍ୟନ୍ତ ଜେଲରେ ଥିଲେ । ଏହାର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚୌଦ୍ବାର ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଏନେଇ ଉଭୟ ସୁପରିଟେଣ୍ଡେଣ୍ଟ ଓ ଅଭିଯୋଗକାରିଣୀ ଜେଲରଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।