ଟାଟା ପରିବାରର ପୁଣି ଦୁଃଖର ବାଦଲ: ରତନ ଟାଟାଙ୍କ ସାବତ ମା’ ସିମୋନଙ୍କ ପରଲୋକ: ଲାକ୍‌ମିକୁ କରିଥିଲେ ଗ୍ଲୋବାଲ ବ୍ରାଣ୍ଡ୍

NEWS7
4-mruta-and-11-injured-in-van-trailer-accident

ମୁମ୍ବାଇ:ରତନ ଟାଟାଙ୍କ ସାବତ ମା’ ଏବଂ ନୋଏଲ ଟାଟାଙ୍କ ମାଆ ସିମୋନ ଡୁନୋୟର ଟାଟାଙ୍କ ପରଲୋକ ହୋଇଛି। ସେ ୯୫ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ୱିଜରଲ୍ୟାଣ୍ଡରେ ଜନ୍ମଗ୍ରହଣ କରିଥିବା ସିମୋନ ନାଭାଲ ଟାଟାଙ୍କୁ ବିବାହ କରିବା ପରେ ଭାରତ ଚାଲି ଆସିଥିଲେ। ସେ କେବଳ ଟାଟା ପରିବାରରେ ନିଜକୁ ପ୍ରତିଷ୍ଠା କରି ନଥିଲେ ବରଂ ଲାକ୍ ମିଂ ଭଳି କସମେଟିକ କମ୍ପାନୀକୁ ଏକ ଗ୍ଲୋବାଲ ବ୍ରାଣ୍ଡ୍ କରିଥିଲେ।

ସିମୋନ ଟାଟା ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୂରା ନାଁ ସିମୋନ ନାଭାଲ ଡୁନୋୟର ଥିଲା। ୧୯୫୩ ମସିହାରେ ସେ ଭାରତ ଗସ୍ତରେ ଆସିଥିଲେ ଏବଂ ୧୯୫୫ ମସିହାରେ ଜେଆରଡି ଟାଟାଙ୍କ ସାବତ ଭାଇ ନାଭାଲ ଏଚ୍. ଟାଟାଙ୍କୁ ବିବାହ କରିଥିଲେ।

ନାଭାଲ ଟାଟାଙ୍କ ପ୍ରଥମ ପତ୍ନୀ, ସୋନି କମିଶନାରିଆଟଙ୍କଠାରୁ ତାଙ୍କର ଦୁଇଟି ପୁଅ, ରତନ ଟାଟା ଏବଂ ଜିମି ଟାଟା ହୋଇଥିଲେ। ତାଙ୍କ ବିୟୋଗ ପରେ ତାଙ୍କ ଦ୍ୱିତୀୟ ପତ୍ନୀ, ସିମୋନ, ପରିବାରକୁ ଏକତ୍ର କରି ରଖିଥିଲେ। ସେମାନଙ୍କ ପୁଅ, ନୋଏଲ ଟାଟା, ବର୍ତ୍ତମାନ ଟାଟା ଟ୍ରଷ୍ଟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି।

୧୯୬୦ ଦଶକରେ ଟାଟା ଗ୍ରୁପରେ ଯୋଗ ଦେଇଥିଲେ ନୋଏଲ୍

ସିମୋନ୍ ୧୯୬୦ ଦଶକରେ ଟାଟା ଗ୍ରୁପ୍ରେ ଯୋଗ ଦେଇଥିଲେ। ସେ ଟାଟା ଅଏଲ୍ ମିଲ୍ସ କମ୍ପାନୀ (TOMCO)ର ଏକ ସହାୟକ କମ୍ପାନୀ ଲାକ୍ମେର ବୋର୍ଡରେ ଯୋଗ ଦେଇଥିଲେ। ସେହି ସମୟରେ, ଲାକ୍ମେ ଏକ ଛୋଟ କମ୍ପାନୀ ଥିଲା, ଯାହା ହମାମ୍, ଓକେ ଏବଂ ମୋଦି ସାବୁନ୍ ଭଳି ପ୍ରଡକ୍ଟ ଉତ୍ପାଦନ କରୁଥିଲା। ହେଲେ ସିମୋନ୍ ଏହାକୁ ଭାରତୀୟ ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରସାଧନ ସାମଗ୍ରୀ ବ୍ରାଣ୍ଡରେ ପରିଣତ କରିବାର ଏକ ଭିଜନ ନେଇ କାମ କରିଥିଲେ।

ସେ ୧୯୮୨ ମସିହାରେ ଲାକ୍ମିର ଅଧ୍ୟକ୍ଷା ହୋଇଥିଲେ। ଉଦାରୀକରଣ ପରେ, ୧୯୯୬ ମସିହାରେ, ଲାକମେ ଏବଂ ହିନ୍ଦୁସ୍ତାନ ୟୁନିଲିଭର୍ ସହ ମିଶି ୫୦:୫୦ ପାର୍ଟନର୍ସିପ୍ରେ ଏକ ମିଳିତ ଉଦ୍ୟୋଗ ଗଠନ କରିଥିଲେ। ଏହାର ନାଁ ଲାକ୍ମି ୟୁନିଲିଭର୍ ଲିମିଟେଡ୍ ରଖାଯାଇଥିଲା। ୧୯୯୮ ମସିହାରେ, ଲାକମି ଏହାର ୫୦% ଅଂଶଧନ HULକୁ ₹୨୦୦ କୋଟିରେ ବିକ୍ରି କରି ଦେଇଥିଲା। ପରବର୍ତ୍ତୀ ସମୟରେ ଲାକ୍ମି ଏହାର ବ୍ୟବସାୟ ବଦଳାଇ ଆପେରଲ ରିଟେଲିଂ (ପୋଷାକ ଖୁଚୁରା ବ୍ୟାପାର) ପ୍ରବେଶ କରିଥିଲା।

ଲାକ୍ମିକୁ ଗ୍ଲୋବାଲ ବ୍ରାଣ୍ଡ୍ ବନାଇବା ସହ,ଟ୍ରେଣ୍ଟର ନିଅଁ ରଖିଲେ

ସିମୋନ ଟାଟାଙ୍କୁ ଭାରତର "କସମେଟିକ୍ ଜାରିନା" ବୋଲି କୁହାଯାଏ। । ଲାକ୍ମୀ ପ୍ରଥମେ ଏକ ଛୋଟ ପ୍ରଡକ୍ଟ ଲାଇନ ଥିଲା। ହେଲେ ସେ ପ୍ରଥମେ ଏହାକୁ ଏକ ଘରୋଇ ବ୍ରାଣ୍ଡରେ ପରିଣତ କରିଥିଲେ।

ଭାରତୀୟ ମହିଳାଙ୍କ ପାଇଁ ସ୍କିନ ଏବଂ ହେୟାର କେୟାର ମାର୍କେଟ୍କୁ ଲକ୍ଷ୍ୟ କରି ପ୍ରଡକ୍ଟ ଉତ୍ପାଦନ ଆରମ୍ଭ କରିଥିଲେ। ୧୯୯୦ ଦଶକରେ ମନମୋହନ ସିଂହଙ୍କ ଦ୍ୱାରା ଉଦାରିକରଣ ପରେ ବଜାର ଖୋଲିବା ଦ୍ୱାରା, ଲାକ୍ମି ଏଚୟୁଏଲ୍ ସହିତ ପାର୍ଟନର୍ସିପ୍ କରି ପ୍ରସାଧନ(କସମେଟିକ) କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଥିଲା।

ତେବେ ଲାକ୍ମିକୁ ଏଚ୍ୟୁଏଲକୁ ବିକ୍ରି କରିବା ପରେ, ସିମୋନ ଖୁଚୁରା ବ୍ୟବସାୟ (ରିଟେଲିଂ) ମାର୍କେଟ୍ ଉପରେ ଗୁରୁତ୍ୱ ଦେଇଥିଲେ। ସିମୋନଙ୍କ ନେତୃତ୍ୱରେ ୧୯୯୮ ମସିହାରେ, ଲାକ୍ମି ୟୁକେର ଲିଟିଲଉଡ୍ସ ଇଣ୍ଟରନ୍ୟାସନାଲ (ଭାରତ)କୁ ଅଧିଗ୍ରହଣ କରି ନେଇଥିଲା। ୟୁକେର ଏହି ବ୍ରାଣ୍ଡ୍ ରେଡି ଟୁ ବିୟର ଗାର୍ମେଣ୍ଟ ବିକ୍ରି କରୁଥିଲା। ବାସ୍ ଏହି ଠାରୁ ଟ୍ରେଣ୍ଟ ଲିମିଟେଡ୍ର ଆରମ୍ଭ ହୋଇଥିଲା। ଲାକ୍ମି ଲିମିଟେଡର ନାଁ ପରିବର୍ତ୍ତନ କରି ଟ୍ରେଣ୍ଟ ରଖାଯାଇଥିଲା। ଆଉ ଆଜି ଟ୍ରେଣ୍ଟ ୱେଷ୍ଟସାଇଡ୍ ଏବଂ ଜୁଡିଓ ଭଳି ଗାରମେଣ୍ଟ ବ୍ୟବସାୟ କରୁଛି। ଏବଂ ଏହା ଟାଟା ଗ୍ରୁପର ଏକ ପ୍ରମୁଖ ଖୁଚୁରା ଶାଖା(ରିଟେଲ ଆର୍ମ)। ନୋଏଲ୍ ଟାଟା ବର୍ତ୍ତମାନ ଟ୍ରେଣ୍ଟର ଅଧ୍ୟକ୍ଷ ଅଛନ୍ତି।