ବାରବାଟୀ ମ୍ୟାଚ୍ କାଉଣ୍ଟ ଡାଉନ, ଭୁବନେଶ୍ବରରେ ପହଞ୍ଚିଲେ ଆଉ ୬ ଖେଳାଳି

NEWS7
368-hindi-and-208-sanskrit-teachers-are-appointed-in-the-state

ଭୁବନେଶ୍ୱର: ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ। ମଙ୍ଗଳବାର ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଉଭୟ ଟିମ୍ର ଖେଳାଳିମାନେ ଭୁବନେଶ୍ବର ପହଞ୍ଚୁଛନ୍ତି। ଏହି କ୍ରମରେ ରବିବାର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ।

ଅଧିନାୟକଙ୍କ ସମେତ ଆଉ ପାଞ୍ଚ ଖେଳାଳି ଶୁଭମନ୍ ଗିଲ୍, ଶିବମ ଦୁବେ, ଜିତେଶ ଶର୍ମା, ଅଭିଷେକ ଶର୍ମା ଓ ଅକ୍ଷର ପଟେଲ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ଅପରାହ୍ନରେ ଟିମ୍ ଇଣ୍ଡିଆର କୋଚ, ସପୋର୍ଟ ଷ୍ଟାଫ୍ ଏବଂ କିଛି ଖେଳାଳି, ୱିକେଟ କିପର ଏବଂ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ମଧ୍ୟ ପହଞ୍ଚିଥିଲେ।

ତେବେ ବର୍ତ୍ତମାନ ଆସିଥିବା ୬ ଭାରତୀୟ ଖେଳାଳି ବିମାନବନ୍ଦରରୁ ବାହାରି ସିଧାସଳଖ ମିଫେୟର ହୋଟେଲକୁ ଯିବେ। ସେଠାରେ ସେମାନଙ୍କୁ ସ୍ବାଗତ ପାଇଁ ଓସିଏ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଉଭୟ ବିମାନବନ୍ଦର ଓ ହୋଟେଲ ବାହାରେ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଭିଡ଼କୁ ଦେଖୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୪ ଭାରତୀୟ ଖେଳାଳୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି।