ଆମେରିକାକୁ ମାଟିରେ ମିଶାଇଦେବେ ଅଲ୍ଲୀ ଲାରିଜାନୀ : ଜାଣନ୍ତୁ ଟ୍ରମ୍ପଙ୍କୁ ଖାତିର କରୁନଥିବା ଏହି ବ୍ୟକ୍ତି କିଏ ?

NEWS7
348-seats-decided-uncontested-in-assam-panchayat-polls

ତେହେରାନ, ୦୩ /୦୩: ମଧ୍ୟ ପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଆମେରିକା ଏବଂ ଇସ୍ରାଏଲର ଏୟାରଷ୍ଟ୍ରାଇକର କାଉଣ୍ଟର ଦେଉଛି ଇରାନ । ଆମେରିକାର ବିଭିନ୍ନ ସୈନ୍ୟ ବେସ୍ ଉପରେ ଆକ୍ରମଣ କରୁଛି । ଇରାନର ସର୍ବୋଚ୍ଚ ନେତା ଖାମେନିଙ୍କ ସମେତ ୪୦ ଟପ୍ ନେତାଙ୍କୁ ଇସ୍ରାଏଲ ହତ୍ୟା କରିଥିଲେ ବି ପଛକୁ ହଟୁନି ତେହରାନ । ଅଧିକ ଘାତକ ଆକ୍ରମଣ କରୁଛି । ତେବେ ଇରାନର ଏହି ଘାତକ ଜବାବ ପଛରେ ଅଛନ୍ତି ଅଲ୍ଲୀ ଲାରିଜାନୀ ।

ଅଲ୍ଲୀ ଲାରିଜାନି କିଏ ?

ଅଲ୍ଲୀ ଲାରିଜାନୀ ସମ୍ଭାଳୁଛନ୍ତି ଇରାନ ସେନାର ମଙ୍ଗ ।ନ୍ୟାଶନାଲ୍ ସିକ୍ୟୁରିଟି କାଉନସିଲର ସେକ୍ରେଟାରୀ ଅଛନ୍ତି ଅଲ୍ଲୀ । ଏହି କମିଟି ହାତର ଦେଶର ବୈଦେଶିକ ବ୍ୟାପାର ଏବଂ ସୁରକ୍ଷା ବ୍ୟବସ୍ଥା ରହିଛି । ଅଲ୍ଲୀ ପୂର୍ବରୁ ଥିଲେ ଖାମେନିଙ୍କ ବରିଷ୍ଠ ପରାମର୍ଶଦାତା । ଇରାନ ସରକାରରେ ରହିଛି ତାଙ୍କର ଦବଦବା । ପୂର୍ବରୁ ସେ ସରକାରରେ ସମ୍ଭାଳିଛନ୍ତି ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ । ଲାରିଜାନୀ ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସର ପ୍ରତିଷ୍ଠାତା ସଦସ୍ୟ ରହିତିଲେ । ଏହାସହ ସଂସଦରେ ସ୍ପିକର ଦାୟିତ୍ୱ ତୁଲାଇଛନ୍ତି । ୨୦୦୮ରୁ ୨୦୨୦ ମଧ୍ୟରେ ପରିଚାଳନା କରୁଥିଲେ ସଂସଦ । ୨୦୨୧ରେ ଇରାନ-ଚାଇନାର ସମ୍ପର୍କକୁ ମଜବୁତ କରିବାରେ ଅଲିଙ୍କ ମହତ୍ୱପୂର୍ଣ୍ଣ ଭୂମିକ । ଋଷିଆ, ଇରାକ, ଲେବାନନ ଭଳି ଦେଶ ସହ, ଇରାନର ଉତ୍ତମ ସମ୍ପର୍କ ପ୍ରତିଷ୍ଠା ପଛରେ ରହିଛି ଲାରିଜାନୀଙ୍କ ହାତ ।

ଇରାନ କେନେଡି

୧୯୫୮ ମସିହା ଜୁନ ମାସ ୩ ତାରିଖରେ ଜନ୍ମ ହୋଇଥିଲେ ଅଲ୍ଲୀ । ୨୦୦୯ରେ ତାଙ୍କୁ ଟାଇମ୍ ମାଗାଜିନ୍ ପକ୍ଷରୁ ଇରାନର କେନେଡି ଆଖ୍ୟା ମିଳିଥିଲା । ତାଙ୍କ ପିତା ମିର୍ଜା ହାସେମ୍ ଥିଲେ ଜଣେ ଧର୍ମଗୁରୁ । ଅଲ୍ଲୀଙ୍କ ଭଳି ତାଙ୍କ ଭାଇମାନେ ମଧ୍ୟ ଇରାନ ସରକାରରେ ଟପ୍ ପୋଷ୍ଟରେ ଅଛନ୍ତି । ୧୯୭୯ରେ ଅଲ୍ଲୀ ବିବାହ କରିଥିଲେ । ସେ ଇରାନର ପ୍ରତିଷ୍ଠାତା ରୁହୋଲା ଖୋମେନୀଙ୍କ ଜଣେ ବନ୍ଧୁଙ୍କ କନ୍ୟାଙ୍କ ହାତ ଧରିଥିଲେ । ଇରାନରେ ଅତ୍ୟଧିକ ନିୟମ କାନୁନ ଥିଲେ ମଧ୍ୟ ଅଲ୍ଲୀଙ୍କ ଝିଅ ଫାତିମା ୟୁନିଭର୍ସିଟି ଅଫ୍ ତେହେରାନରେ ମେଡିକାଲ ପାଠ୍ୟକ୍ରମ ପଢିଛନ୍ତି । ଆମେରିକାରେ ମଧ୍ୟ ଫାତିମା କିଛି ବର୍ଷ କାଟିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ, ଅଲ୍ଲୀ କେବଳ ଇସଲାମକୁ ବିଶ୍ୱାସ କରନ୍ତି ନାହିଁ । ସେ ଜଣେ ଧର୍ମନିରପେକ୍ଷ ନେତା । ୧୯୭୯ରେ ସେ ନିଜେ କମ୍ପ୍ୟୁଟର ପାଠ୍ୟକ୍ରମ ଏବଂ ଗଣିତରେ ଗ୍ରାଜୁଏଟ୍ ଶିକ୍ଷା ଲାଭ କରିଥିଲେ । ଏହାସହ ଦର୍ଶନଶାସ୍ତ୍ରରେ ସେ ମାଷ୍ଟର୍ସ ଏବଂ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି । ୧୯୭୯ ବିଦ୍ରୋହ ସମୟରେ ସେ ଆଇଆରଜିସିରେ ଯୋଗ ଦେଇଥିଲେ । ରାଷ୍ଟ୍ରପତି ଆକବର ହାସେମିଙ୍କ ସରକାରରେ ସେ ସଂସ୍କୃତି ମନ୍ତ୍ରୀ ଥିଲେ । ୧୯୯୪ରୁ ୨୦୦୪ ମଧ୍ୟରେ ତାଙ୍କ ହାତରେ ଦେଶର ପ୍ରସାରଣ ବିଭାଗ ଥିଲା ।

ସଫଳ ପଲିଟିକାଲ କ୍ୟାରିଅର

୨୦୦୮ରୁ ୨୦୨୦ ମଧ୍ୟରେ ଇରାନ ସଂସଦରେ ଲାରିଜାନୀ ସ୍ପିକର ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି ସମୟରେ ସେ ଦେଶର ବୈଦେଶିକ ନୀତିକୁ ସଶକ୍ତ କରିଥିଲେ । କୋମ୍ ପ୍ରାନ୍ତରୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ସରକାରରେ ତାଙ୍କର ଖୁବ୍ ଦବଦବା ରହିଥିଲା । ୨୦୧୫ରେ ଇରାନର ପରାମଣୁ ଚୁକ୍ତି ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୨୦୨୦ରେ ସେ ପଦ ଛାଡି ରାଷ୍ଟ୍ରପତି ହେବାକୁ ଦାବି ଉପସ୍ଥାପନ କରିଥିଲେ । କିନ୍ତୁ ଇରାନର ଗାର୍ଡିଆନ୍ କାଉନସିଲ୍ ଏହାକୁ ଅଗ୍ରାହ୍ୟ କରିଥିଲେ । ୨୦୨୪ରେ ମଧ୍ୟ ସେ ରାଷ୍ଟ୍ରପତି ହେବାକୁ ଇଚ୍ଛା କରିଥିଲେ ବି ବିଫଳ ହୋଇଥିଲେ ।

୨୦୨୫ ଅଗଷ୍ଟ ମାସରେ ତାଙ୍କୁ ଇରାନର ପୂର୍ବତନ ସୁପ୍ରିମ ଲିଡର ଖାମେନି ନ୍ୟାସନାଲ ସିକ୍ୟୁରିଟି କାଉନସିଲର ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ । ଏହାପରେ ସେ ପରମାଣୁ ଶକ୍ତିକୁ ନେଇ ଅନ୍ତର୍ଜାତୀୟ ସଙ୍ଗଠନ ସହ ଚୁକ୍ତି ଭଙ୍ଗ କରିଥିଲେ । ପରମାଣୁ ଚୁକ୍ତି ନେଇ ଇରାନ କୌଣସି ତଥ୍ୟ ବାହାରେ କାହାକୁ ପ୍ରଦାନ କରିବ ନାହିଁ ବୋଲି କହିଥିଲା ।

ଯୁଦ୍ଧ ସମୟରେ ବଡ ଦାୟିତ୍ୱ

ଚାଲିଛି ଯୁଦ୍ଧ । ଇରାନର ଏବେ ସବୁ ଦାୟିତ୍ୱ ଖାମେନିଙ୍କ ହାତରେ । ଆମେରିକାର ସମସ୍ତ ଚାଲକୁ ସେ ବିଫଳ କରିବାକୁ ପ୍ରୟାସ କରୁଛନ୍ତି । ନିକଟରେ ସେ କହିଥିଲେ ଯେ, ଇରାନ ଚୁପ୍ ବସିବ ନାହିଁ । ଆମେରିକା ଏବଂ ଇସ୍ରାଏଲ ଇରାନର ଛାତିରେ ଆକ୍ରମଣ କରିଛନ୍ତି । ଇରାନ ଶତ୍ରୁଙ୍କୁ ଜାଳିଦେବ । ଆମେରିକା ଏବଂ ଇସ୍ରାଏଲ ନିଜର ଭୁଲ ପାଇଁ ପସ୍ତାଇବେ । ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲର ଜାଲରେ ଫସି ଯାଇଛନ୍ତି ବୋଲି ସେ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ ।