LIVE TV

୧୦ ସ୍କୁଲ ଛାତ୍ରଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ, ଛାନ୍ଭିନ୍ କରୁଛି ପୋଲିସ

NEWS7
348-seats-decided-uncontested-in-assam-panchayat-polls

କଟକ ୨୨।୧୧ : ସ୍କୁଲ ଛାତ୍ରଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା । କଟକ ମହାନଦୀ ବିହାରରେ ଥିବା ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲର ୧୦ ଛାତ୍ରଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି ପୋଲିସ।

ଖବର ଅନୁଯାୟୀ, ଦୁଇ ଜଣ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ଏନେଇ ୧୦ଜଣ ଛାତ୍ରଙ୍କ ନାଁରେ ଚାଉଳିଆଗଞ୍ଜ ଥାନାରେ ମାମଲା ରୁଜୁ ହୋଇଛି । ସ୍କୁଲ୍ ଲିଫ୍ଟରେ ଯିବାକୁ ନେଇ ଗତ ୨୦ ତାରିଖ ଦିନ ଗଣ୍ଡଗୋଳ ହୋଇଥିଲା । ଏହାକୁ ନେଇ ଉଭୟ ଛାତ୍ର ଗୋଷ୍ଠୀ ମୁହାମୁହିଁ ହୋଇଥିଲେ । ଏହାପରେ ଶୁକ୍ରବାର ରାତିରେ ଦୁଇ ଛାତ୍ରଙ୍କୁ ବିଭିନ୍ନ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ କିଛି ଛାତ୍ର। ଏବେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ସ୍କୁଲ ୧୦ ଜଣ ଛାତ୍ରଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ ।c