ନୂଆଦିଲ୍ଲୀ ୦୩।୦୮; ଚଳିତ ବର୍ଷର ସବୁଠୁ ବଡ ଆତଙ୍କବାଦୀ ବିରୋଧୀ ଅଭିଯାନ ସଫଳ ହୋଇଛି। ଅପରେସନ ଅଖଲରେ ରବିବାର ତୃତୀୟ ଦିନରେ ତିନି ଆତଙ୍କବାଦୀ ନିପାତ ହୋଇଛନ୍ତି। ଗୁଳି ବିନିମୟ ବେଳେ ଜଣେ ସୈନିକ ଆହତ ହୋଇଛନ୍ତି। ଏହି ଅଭିଯାନରେ ମୋଟ ଛଅ ଜଣ ଆତଙ୍କବାଦୀ ଜୀବନ ଯାଇଛି । ଶନିବାର ତିନି ଜଣଙ୍କୁ ସୁରକ୍ଷା ବାହିନୀ ଦ୍ୱାରା ନିପାତ କରାଯାଇଥିଲା।
ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଅଖଲ ଜଙ୍ଗଲ ଅଞ୍ଚଳରେ ରାତିସାରା ବିସ୍ଫୋରଣ ଓ ଗୁଳିବିନିମୟର ଶବ୍ଦ ଶୁଣାଯାଇଥିଲା। ଜମ୍ମୁ ଓ କାଶ୍ମୀର ପୋଲିସ, ସେନା ଏବଂ ସିଆରପିଏଫର ମିଳିତ ଟିମ୍ ଏହି ଅପରେସନରେ ସାମିଲ ଥିଲା। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ଶୁକ୍ରବାର ଦିନ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ସମ୍ପର୍କରେ ଗୁପ୍ତ ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଉପରେ ଗୁଳି ଚଳାଇବା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।
ଶନିବାର ଏହା ପୁନର୍ବାର ଆରମ୍ଭ ହୋଇଥିଲା। ଯେଉଁଥିରେ ସୁରକ୍ଷା ବାହିନୀ ତିନି ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଶନିବାର ନିହତ ହୋଇଥିବା ଆତଙ୍କବାଦୀମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲେ। ଗତ ଜୁଲାଇ ୨୯ରେ, ସେନା ଦ୍ୱାରା ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ।