ମେସ୍‌ରୁ +୩ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସନ୍ଦେହ ବଢ଼ାଇଲା ହ୍ବାଟ୍ସଆପ୍ ଷ୍ଟାଟସ୍‌

Published By : Prameya-News7 Bureau | April 14, 2025 IST

ଆନନ୍ଦପୁର: "ଆଇ ଆମ ସରି, ଲାଷ୍ଟ ଡେ, ଆଉ କାହା କଥା ପାଇଁ ମୁଁ ନିଜେ ଫସିଗଲି।ସେଥିପାଇଁ ଭୁଲ୍ ମାଗୁଛି। ଆଜି ମୋର ଭୁଲି ନଥିଲେ ବି ମୁଁ ଖରାପ ହେଇଗଲି। ସେଥିପାଇଁ ସମସ୍ତଙ୍କଠୁ ବହୁତ ଦୂରକୁ ଚାଲିଲି। ମୋତେ ସମସ୍ତେ କ୍ଷମା କରିଦେବେ।" ଏଭଳି କିଛି ଷ୍ଟାଟସ୍‌ ରଖି ଆତ୍ମହତ୍ୟା କରିଛନ୍ତି ଜଣେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ। ଘଟଣା କେନ୍ଦୁଝର ଆନନ୍ଦପୁରର।

ସୂଚନା ଅନୁଯାୟୀ, ଆନନ୍ଦପୁର ମହାବିଦ୍ୟାଳୟର +୩ ଶେଷ ବର୍ଷର ଛାତ୍ରୀ ମାନସୀ ନାୟକ। ଘର ଯାଜପୁର ଜିଲ୍ଲା ଟମକା ଥାନା ବାଦିବିଲ ଗାଁରେ। ସେ ଆନନ୍ଦପୁର ପୌରାଞ୍ଚଳ ଅଧୀନ ଫକିରପୁର ତାରିଣୀ ମହିଳା ମେସ୍‌ରେ ରହୁ ପାଠ ପଢ଼ୁଥିଲେ।ହେଲେ ସୋମବାର ସନ୍ଧ୍ୟାରେ ମେସ୍‌ରୁ ତାଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। 

ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରାଛନ୍ତି, ତାହା ଜଣାପଡ଼ିନଥିବାବେଳେ, ଖବର ପାଇ ଆନନ୍ଦପୁର ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଛାତ୍ରୀଙ୍କ ମୋବାଇଲ୍ ଜବତ କରିବା ସହ ମେସ ଅନ୍ତେବାସୀଙ୍କୁ ଅଧିକ ପଚରାଉଚରା କରୁଛି। ଏସବୁ ଭିତରେ ଆତ୍ମହତ୍ୟା ପୂର୍ବରୁ ମାନସୀ ଲେଖିଥିବା ହ୍ବାଟ୍ସଆପ୍ ଷ୍ଟାଟସ ପୋଲିସର ସନ୍ଦେହ ବଢ଼ାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.