୧୨୪ ଘଣ୍ଟା ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ସଫା,ବିସ୍ଫୋରକ ସାମଗ୍ରୀ ଜବତ

Published By : Prameya-News7 Bureau | September 26, 2024 IST

ମାଲକାନଗିରି ୨୬/୯: ଛତିଶଗଡ ନାରାୟଣପୁର ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ପୋଲିସ ଗୁଳିରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ । ମୃତ ମାଓବାଦୀଙ୍କ ମଧ୍ୟରେ ରହିଛନ୍ତି ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମାଓ ନେତା ରୂପେଶ ଯାହାଙ୍କ ମୁଣ୍ଡ ଉପରେ ୨୫ ଲକ୍ଷର ପୁରସ୍କାର ରାଶି ଥିଲା । ସେହିପରି ୧୬ ଲକ୍ଷର ମୁଣ୍ଡ ଜାମିନ ଥିବା ମାଓବାଦୀ ଜଗଦୀଶ ଓ ୮ ଲକ୍ଷର ମୁଣ୍ଡ ଜାମିନ ଥିବା ମାଓବାଦୀ ସଳିତା ସାମିଲ ।


ଅବୁଜମାଡ ଜଙ୍ଗଲରେ ୧୨୪ ଘଣ୍ଟା ଧରି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଅପରେସନରେ ସାମିଲ ହୋଇଥିଲେ ଏସ୍‌ଟିଏଫ୍‌ ଡିଆରଜି ଓ ସିଆରପିଏଫ୍‌ ବାହିନୀ । ଘଟଣା ସ୍ଥଳରୁ ଗୋଟିଏ AK47 ବନ୍ଧୁକ, ଗୋଟିଏ ଇନସାସ, ଦୁଇଟି SLR, ଦୁଇଟି କାର୍ବାଇନ ଓ 5 ଟି ଦେଶି ବନ୍ଧୁକ ଜବତ କରିଛନ୍ତି ସୁରକ୍ଷା କର୍ମୀ । ଗୁଳିବିନିମୟରେ ଆହୁରି ଅନେକ ମାଓବାଦୀ ଆହତ ହୋଇଥିବା ସୁଚନା ଦେଇଛନ୍ତି ନାରାୟଣପୁର ଏସପି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.