ବାଙ୍କୀ ୧୫।୦୬ : କଟକ ଜିଲ୍ଲା ବାଙ୍କୀ ବ୍ଲକର କନ୍ତପହଁରା ପଞ୍ଚାୟତରେ ଦୁଇଦିନ ହେବ ଡାଇରିଆ ଆତଙ୍କ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। କନ୍ତପହଁରା ପଞ୍ଚାୟତର ଘୋଳପୁର ଗାଁରେ ୨୬ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଆଠଗଡ଼ ମେଡ଼ିକାଲରେ ୫ ଜଣ ଭର୍ତ୍ତି ହୋଇଥିଲେ। ପରବର୍ତ୍ତୀ ସମୟରେ ଚାରିଜଣ ଘରୋଇ ହସପିଟାଲକୁ ଯାଇଥିବା ବେଳେ ଜଣେ ଆଠଗଡ ମେଡିକାଲରେ ରହିଛନ୍ତି। ସୁବର୍ଣ୍ଣପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ମାନେ ଘୋଳପୁର ଗାଁରେ ପହଞ୍ଚି ସମସ୍ତ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ନଳକୂପ ଓ ଜଳାଶୟର ପାଣି ପରୀକ୍ଷା କରାଯାଇଛି।
ଝାଡା ବାନ୍ତି ବ୍ୟାପିବା ଘଟଣାରେ ସରକାରଙ୍କୁ ଘେରିଲେ ବ...
