ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା, ସଂଶୋଧନ ହେବ ଜିଲ୍ଲାର ଇଂରାଜୀ ବନାନ୍

NEWS7
25-sluice-gate-of-hirakud-dam-opened-today-evening

ଭୁବନେଶ୍ୱର ୦୫/୦୨: ୭ଜିଲ୍ଲାର ଇଂରାଜୀ ନାଁ ବଦଳିବ । ରାଜ୍ୟର ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ସରକାର । ମୋଟ୍ ୧୧ ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମ ମଧ୍ୟ ସଂଶୋଧନ ହେବ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଏଣିକି ଓଡ଼ିଆ ନାମ ଅନୁସାରେ ରହିବ ଇଂରାଜୀ ସ୍ପେଲିଙ୍ଗ ।
​​​​​​​

ଖୋର୍ଦ୍ଧା ଜିଲ୍ଲାକୁ ଓଡ଼ିଆ ନାମ ଅନୁସାରେ ଖୋରଧା ଲେଖାଯିବ । ଦେବଗଡ଼ ଜିଲ୍ଲାକୁ ଆଉ ଇଂରାଜୀରେ ଦେଓଗଡ଼ ଲେଖାଯିବ ନାହିଁ । କେନ୍ଦ୍ରାପଡ଼ାକୁ କେନ୍ଦ୍ରାପରା ଓ ନୟାଗଡ଼କୁ ନୟାଗର ଲେଖାଯାଉଛି । ମହାକାଳପଡ଼ାକୁ ଆଉ ମହାକାଳପରା ଲେଖାଯିବ ନାହିଁ । ୧୫ ଦିନ ଭିତରେ ଅଭିଯୋଗ କିମ୍ୱା ଆପତ୍ତି ଥିଲେ ଜଣାଇବାକୁ ।

also read..

ଗୁରୁବାରଠୁ ଦୁଇ ଦିନିଆ ବ୍ଲାକସ୍ୱାନ୍‌ ସମିଟ୍‌ ଇଣ୍ଡିଆ, ମୁଖ୍ୟ ଅତିଥି ଭାବେ ସାମିଲ ହେବେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ

ସୂଚନା ଥାଉକି, ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା । ସଂଶୋଧନ ହେବ ବିଭିନ୍ନ ଜିଲ୍ଲା ଏବଂ ସ୍ଥାନ ଗୁଡିକର ନାମରେ ଇଂରାଜୀ ବନାନ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି । ୭ ଜିଲ୍ଲାର ଇଂରାଜୀ ନାମରେ ବଦଳିବ ସ୍ପେଲିଙ୍ଗ ଅର୍ଥାତ ତାକୁ ସଂଶୋଧନ କରାଯିବ । ଓଡିଆ ନାମ ଅନୁସାରେ ରହିବ ଇଂରାଜୀ ସ୍ପେଲିଙ୍ଗ । ଯେମିତି ଖୋର୍ଦ୍ଧ ଜିଲ୍ଲାକୁ ଏଣିକି ଓଡିଆ ନାମ ଅନୁସାରେ ଇଂରାଜୀରେ ମଧ୍ୟ ଖୋରଧା ଲେଖାଯିବ ।

ସେହିପରି ଓଡ଼ିଆରେ ଦେବଗଡ଼ ଜିଲ୍ଲାକୁ ଇଂରାଜୀରେ ଦେଓଗଡ଼ ବୋଲି ଲେଖାଯାଉଛି ତାକୁ ସଂଶୋଧନ କରି ଇଂରାଜୀରେ ମଧ୍ୟ ଦେବଗଡ ବୋଲି ଲେଖାଯିବ । ସେହିପରି ଅନେକ ସ୍ଥାନରେ ଡ଼ ପାଇଁ ଇଂରାଜୀରେ ଆର ଲେଖାଯାଏ । ଯେମିତି କେନ୍ଦ୍ରାପଡାକୁ ଇଂରାଜୀରେ କେନ୍ଦ୍ରାପରା, ମହାକାଳପଡା କୁ ମହାକାଳପରା, ନୟାଗଡକୁ ନୟାଗର ବୋଲି ଇଂରାଜୀ ସ୍ପେଲିଙ୍ଗ ଅନୁସାରେ ତାକୁ ସଂଶୋଧନ କରାଯିବ ।

୧୧ ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମରେ ସଂଶୋଧନ କରାଯିବ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୫ ଦିନ ଭିତରେ ଅଭିଯୋଗ କିମ୍ଭା ଆପତ୍ତି ଥିଲେ ତଥ୍ୟ ସହ ଦେବାକୁ ଵିଜ୍ଞାପ୍ତିରେ ପ୍ରକାଶ କରାଯାଇଛି ।