ବେହୋସ୍ ହେବା ବଦଳରେ ବନ କର୍ମଚାରୀଙ୍କ ହୋସ୍ ଉଡାଇଲାଣି ମାଙ୍କଡ, ଡାକ୍ତରଖାନା ଗଲେଣି ୫ ଆହତ

NEWS7
25-above-held-over-killed-sambar-in-nuapada

ଆଠଗଡ଼ ୩୧।୧: ଥମୁନି ମାଙ୍କଡ଼ ଦୌରାତ୍ମ୍ୟ । ଚତୁର୍ଥ ଦିନରେ ଟ୍ରାଙ୍କୁଲାଇଜ୍ କରିବାରେ ବିଫଳ ବନ ବିଭାଗ । କଟକ ତିଗିରିଆ ଥାନା ଅନ୍ତର୍ଗତ ବଡନାଉପୁଟ ପଞ୍ଚାୟତ ଅଞ୍ଚଳରେ ମାଙ୍କଡ଼ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ପଡିଲେଣି ଗ୍ରାମବାସୀ । ଗାଁ ସାରା ଘୁରିବୁଲି ଜଣଙ୍କ ପରେ ଜଣଙ୍କୁ ଆକ୍ରମଣ କରି ରକ୍ତାକ୍ତ କରୁଛି । ଏହି ମାଙ୍କଡକୁ ତୁରନ୍ତ ଅଞ୍ଚଳରୁ ଘଉଡାଇବା ପାଇଁ ଦାବି ହେବା ପରେ ବନ ବିଭାଗ ପକ୍ଷରୁ ଚତୁର୍ଥ ଥର ଉଦ୍ୟମ କରାଯାଇଥିଲା । କିନ୍ତୁ ବନ କର୍ମଚାରୀ ମାଙ୍କଡଟିକୁ କାବୁ କରିବାରେ ବିଫଳ ହୋଇଛନ୍ତି ।

ସ୍ଥାନୀୟ ଅଞ୍ଚଳରେ କିଛି ଦିନ ଦିନ ଧରି ମାଙ୍କଡ଼ ଦୌରତ୍ମ୍ୟ ବଢିବାରେ ଲାଗିଛି । ମାଙ୍କଡ଼ ଆକ୍ରମଣରେ ଖଣ୍ଡହତା ଏବଂ ବଉଳାଙ୍ଗ ଗ୍ରାମର ୫ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହା ବ୍ୟତୀତ ଲୋକଙ୍କ ଘରେ ପଶି ଆସବାବପତ୍ର ସହିତ ଖାଦ୍ୟ ସାମଗ୍ରୀ ନଷ୍ଟ କରୁଛି । ମାଙ୍କଡ଼ ଆକ୍ରମଣ ବଢି ଚାଲିଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ମାଙ୍କଡ଼କୁ ଧରିବାକୁ ଚେଷ୍ଟା କରାଯାଉଛି । ଆଉ କୌଣସି ଅଘଟଣ ଘଟିବା ପୂର୍ବରୁ ଉକ୍ତ ମାଙ୍କଡ଼କୁ ବନ ବିଭାଗ କାବୁ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।