ନାବାଳିକାଙ୍କୁ କରୁଥିଲା ଟାର୍ଗେଟ୍, ଅଶ୍ଳୀଳ ଭିଡିଓ ଭାଇରାଲ୍ ଅଭିଯୋଗରେ ବନ୍ଧାହେଲେ ଯୁବକ

NEWS7
2-women-passes-away-in-anugul

କଟକ ୬।୧: ନାବାଳିକାଙ୍କୁ କରୁଥିଲା ଟାର୍ଗେଟ୍ । ପ୍ରଥମେ ଡାଉନଲୋଡ୍ କରୁଥିଲେ ଅଶ୍ଳୀଳ ଭିଡିଓ । ପରେ ସେଗୁଡ଼ିକୁ କରୁଥିଲା ଫରଓ୍ବାର୍ଡ । ଶେଷରେ ସାଇବର ପୋଲିସ ହାତରେ ଧରାପଡିଗଲା । ଏକାଧିକ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବା ଅଭିଯୋଗରେ ଗିରଫ ହେଲେ ଯୁବକ । ଗିରଫ ଯୁବକ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଧାନବାଦ ଅଞ୍ଚଳର ଯୁବକ ଜଣଙ୍କ ନିଜ ମୋବାଇଲରେ ନିୟମିତ ଅଶ୍ଳୀଳ ଭିଡିଓ ଡାଉନଲୋଡ କରି ରଖୁଥିଲା । ପରେ ସେହି ଭିଡ଼ିଓ ଗୁଡ଼ିକୁ ବିଭିନ୍ନ ଫୋନ୍କୁ ଫରୱାର୍ଡ କରୁଥିଲା । ଏମିତି ଏକାଧିକ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରୁଥିଲା ସଂପୃକ୍ତ ଯୁବକ । ଏ ନେଇ ସାଇବର ଥାନାରେ ଅଭିଯୋଗ ଆସିଥିଲା । ଅଭିଯୋଗ ପାଇବା ପରେ ସାଇବର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ପ୍ରଥମେ ଯେଉଁ ମୋବାଇଲରୁ ଭିଡିଓ ଗୁଡ଼ିକ ଫରଓ୍ବାର୍ଡ କରାଯାଉଥିଲା ସେହି ମୋବାଇଲକୁ ଟ୍ରାକ୍ କରିଥିଲା । ମୋବାଇଲର ଆଇପି ଆଡ୍ରେସରୁ ଫୋ ଲୋକେସନ ସଂଗ୍ରହ କରିଥିଲା ସାଇବର ପୋଲିସ । ସଂପୃକ୍ତ ଯୁବକ ଜଣଙ୍କ ଯାଜପୁରରେ ରହୁଥିବା ସାଇବର ଥାନା ପୋଲିସ ଜାଣିବାକୁ ପାଇଥିଲା । ସେଠାରେ ଚଢ଼ାଉ କରି ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରିଛି । ଗିରଫ ଯୁବକକୁ କୋର୍ଟ ଚାଲାଣ କରିଛି ପୋଲିସ ।

ତେବେ କେଉଁ ମାନଙ୍କ ଅଶ୍ଳୀଳ ଭିଡିଓ ଅଭିଯୁକ୍ତର ମୋବାଇଲରେ ରହିଛି, କେଉଁ କେଉଁ ମୋବାଇଲକୁ ସେ ଅଶ୍ଳୀଳ ଭିଡିଓ ଫରଓ୍ବାର୍ଡ କରିଛି, ଏଥିରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ସାଇବର ଥାନା ପୋଲିସ ।