LIVE TV

ଦକ୍ଷିଣରେ ବର୍ଷା ବିତ୍ପାତ, ଭୟଙ୍କର ଭୂସ୍ଖଳନରେ ବାପା-ପୁଅ ନିଖୋଜ

NEWS7
landslide

ଗଜପତି ୦୩/୧୦: ଗଜପତି ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା । ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ । ସ୍ଥିତି ଏମିତି ହୋଇଛି ଯେ, ରାୟଗଡ ବ୍ଲକ ପେକଟ ଗାଁ ନିକଟରେ ଭୂସ୍ଖଳନ ହୋଇଛି । ଭୂସ୍ଖଳନରେ ଗାଁର ୨ ଜଣ ନିଖୋଜ ଥିବା ଜଣାପଡିଛି । ସେମାନେ ହେଲେ ବାପା କାର୍ତିକ ଶବର ଓ ପୁଅ ରାଜୀବ ଶବର । ମାଟି ତଳେ ଚାପି ହୋଇଥିବା ଆଶଙ୍କା କରାଯାଉଛି ।

ସେପଟେ ରା. ଉଦୟଗିରି ନିକଟସ୍ଥ ଘୋଡାଶାଳ ଘାଟିରେ ପାହାଡ଼ ଧସି ରାସ୍ତା ଉପକୁ ବଡ଼ ବଡ଼ ପଥର ଖସି ଆସିବା ସହ ରାସ୍ତା ଧୋଇ ଯାଇଛି । ମୋହନାରୁ ପାରଳାଖେମୁଣ୍ଡି ଓ ବ୍ରହ୍ମପୁରକୁ ଯାତାୟତ ଠପ ହୋଇଯାଇଛି । ଜରଉ ଘାଟିରେ ମାଟି ଅତଡ଼ା ଖସି ରାସ୍ତା ଉପରେ ବଡ଼ ପଥର ପଡିଛି । ରା.ଉଦୟଗିରି ବ୍ଲକ ବସ୍ତ୍ରୀଗୁଡା ତାଣ୍ଡିଗୁଡା ଗାଁ ପାଣି ଘେରରେ ଥିବାବେଳେ ଜଳବନ୍ଦୀ ରୁ ୨ ଜଣକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଅନ୍ୟ ପକ୍ଷରେ ଅଡବାରେ ଲୋକଙ୍କ ଘର ଭିତରେ ପାଣି ପଶିଯାଇଛି ।

 

ଗଜପତିର ସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ସହାୟତା ପ୍ରଦାନ କରିବାକୁ ଏସଆରସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପରିସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଗଜପତି ପଠାଇଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ।

ନିଖୋଜ ଥିବା ୨ଜଣ ସୁରକ୍ଷିତ ପରିବାରଙ୍କ ପାଖକୁ ଫେରି ଆସନ୍ତୁ ବୋଲି କାମନା କରିଛନ୍ତି । ଏହା ସହ ଗଜପତି ଜିଲ୍ଲା ସବୁବେଳେ ଭୁସ୍ଖଳନ ପ୍ରପୀଡ଼ିତ ଅଞ୍ଚଳ ଭାବେ ପରିଚିତ ହେଲାଣି ଏହି ସମସ୍ୟାକୁ ଆଗକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।